Odisha News: ୧୬ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ- ମନ୍ତ୍ରୀ

Reporterspen

Odisha News: ଭୁବନେଶ୍ୱର (ରିପୋଟର୍ସ ପେନ୍‌): ରାଜ୍ୟରେ ୧୬ ଲକ୍ଷ ଅଯୋଗ୍ୟ ବ୍ୟକ୍ତି ଖାଦ୍ୟ ସୁରକ୍ଷା ଆଇନ ଅଧିନରେ ଚାଉଳ ଏବଂ ଅନ୍ୟ ସୁବିଧା ପାଉଛନ୍ତି। ଏହାକୁ ଚିହ୍ନଟ କରିଛନ୍ତି ରାଜ୍ୟ ସରକାର। ଏହି ନାଁଗୁଡ଼ିକୁ ତୁରନ୍ତ ବାଜ୍ୟାପ୍ତ କରାଯିବ। ଏବଂ ସେମାନଙ୍କ ସ୍ଥାନରେ ଅପେକ୍ଷାରତ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ୍‍ କରାଯିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।

ହିତାଧିକାରୀଙ୍କ ଇ-କେଓ୍ୱଇସି ବେଳେ ଏହି ସଂଖ୍ୟା ଠାବ କରାଯାଇଥିବା ଶ୍ରୀ ପାତ୍ର କହିଛନ୍ତି। ଏବେ ଯାଏଁ ସମୁଦାୟ କାର୍ଡଧାରୀଙ୍କ ଭିତରୁ ମାତ୍ର ୮୫ ପ୍ରତିଶତଙ୍କ ଇ- କେଓ୍ୱାଇସି କରାଯାଇଛି ଏବଂ  ଏହା ଆଗକୁ ଜାରି ରହିଛି ବୋଲି ସେ କହିଛନ୍ତି। ଏଥିଲାଗି ଆଉ ୧୫ ଦିନ ସମୟ ଲାଗିପାରେ ବୋଲି ମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

ବିଗତ ସରକାର ସମୟରେ ଅଯୋଗ୍ୟ ତଥା  ରାଜନୀତିକ ସହାୟକ ବ୍ୟକ୍ତିଙ୍କୁ ପ୍ରୋତ୍ସାହନ ଦେବାକୁ ଏପରି ଭୂତ କାର୍ଡଧାରୀଙ୍କୁ ସାମିଲ୍‍ କରାଯାଇଥିବା ଅଭିଯୋଗ ହୋଇଥିଲା। ଏଣୁ ପ୍ରକୃତ ହିତାଧିକାରୀଙ୍କ ପାଖରେ ଯୋଜନାର ଫଳ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଥିଲା ଡିଜିଟାଲ୍‍ କେଓ୍ୱାଇସି ପ୍ରକ୍ରିୟା। ଆଧାର କାର୍ଡକୁ ରାସନ୍‍ କାର୍ଡ ସହ ସଂଯୁକ୍ତ କରି ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରିବା ସହଜ ହୋଇଥିବା କୁହାଯାଇଛି।

ମନ୍ତ୍ରୀ କହିଛନ୍ତି ରାଜ୍ୟରେ ହିତାଧିକାରୀଙ୍କୁ ସରକାର ମାଗଣାରେ ଗହମ ଦେବା ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି। ଜାନୁୟାରୀ ମାସରୁ ଏହା ଲାଗୁ ହେବ। ଏବେ ଡିସେମ୍ବର ଯାଏ ହିତାଧିକାରୀଙ୍କୁ ତିନିମାସ ଅଗ୍ରୀମ ଚାଉଳ ଯୋଗାଣ ପାଇଁ ସରକାର ନିଷ୍ପତ୍ତି ନେଇଥିବା ଶ୍ରୀ ପାତ୍ର କହିଛନ୍ତି।


Reporterspen
!-- afp header code starts here -->