Odisha News: ଚାଷୀଙ୍କ ପାଖକୁ ଫେରିବ ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି: ମନ୍ତ୍ରୀ

Reporterspen

Odisha News: ଭୁବନେଶ୍ୱର (ରିପୋଟର୍ସ ପେନ୍‌): ଚାଷୀଙ୍କ ପାଖକୁ ଫେରିବ ବେଦାନ୍ତ ବିଶ୍ୱବିଦ୍ୟାଳୟ ଜମି। ଘରୋଇ ଭାବେ ଅଧିଗ୍ରହଣ କରାଯାଇଥିବା ଜମି ଫେରସ୍ତ ହେବ। କ୍ଷତିପୂରଣ ପାଇଥିବା ଲୋକେ କ୍ଷତିପୂରଣ ରାଶି ଫେରାଇବେ। ଜମି ଫେରାଇବା ପ୍ରକ୍ରିୟା ଜିଲ୍ଲା ପ୍ରଶାସନ ଆରମ୍ଭ କଲାଣି। ହାଇକୋର୍ଟ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଖାରଜ କରିଥିଲେ।

ମନ୍ତ୍ରୀ କହିଥିଲେ ଯେ, ବିଗତ ସରକାର ୨୦୦୬ରେ ବେଦାନ୍ତ ସହ ଏମ୍‌ଓୟୁ କରିଥିଲେ। ଘୋଷାଣ କରିଥିଲେ ପୁରୀରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ। ଏଥିପାଇଁ ବେଦାନ୍ତ ଭିନ୍ନ ଭିନ୍ନ ସମୟରେ ନାମକରଣ ତିନି ଥର ବଦଳିଲା। ୨୨ଟା ଗାଁର ଜମି ସହ ସରକାରୀ ଜମି ଦିଆଯିବାକୁ ଚୁକ୍ତି ହୋଇଥିଲା। ବାସଚ୍ୟୁତ ହୋଇଥିବା ୯ ଜଣ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ହାଇକୋର୍ଟ ନାପସନ୍ଦ କରିଥିଲେ। ୨୦୦୯ରେ ଜମି ଅଧିଗ୍ରହଣ ଅବ୍ୟବସ୍ଥା ନେଇ ହାଇକୋର୍ଟ ଖାରଜ କରିଥିଲେ ।

ବିଜେଡି ସରକାରର ଏହା ତ୍ରୁଟିପୂର୍ଣ୍ଣ ପ୍ରକ୍ରିୟା ଥିଲା। ୨୦୨୩ରେ ହାଇକୋର୍ଟ ଖାରଜ କଲେ। ଆଦେଶ ଦେଲେ ଜମି ଫେରାଇବାକୁ। କ୍ଷତିପୂରଣ ପାଇଥିବା ଅଧିବାସୀ ତାକୁ ଫେରାଇବେ। ଲିଜ୍ ଜମିକୁ ରାଜ୍ୟ ସରକାର ନିଜ ପାଖକୁ ଆଣିବେ। ବେଦାନ୍ତ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। କିନ୍ତୁ ସୁପ୍ରିମକୋର୍ଟ ମଧ୍ୟ ଏହାକୁ କାଏମ ରଖିଲେ। ଏଥିଲାଗି ସରକାର ଲୋକଙ୍କୁ ଜମି ଫେରାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। କୋର୍ଟ ଦେଇଥିବା ରାୟକୁ ଅକ୍ଷରେ ଅକ୍ଷରେ ସରକାର ପାଳନ କରିବେ। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରେସମିଟରେ ଏନେଇ ସୂଚନା ଦେଇଛନ୍ତି।


Reporterspen