odisha news: ଭୁବନେଶ୍ୱର (ରିପୋଟର୍ସ ପେନ୍) : ରାଜ୍ୟ ବଜେଟ୍ ସମ୍ପର୍କରେ ପ୍ରଥମ ପ୍ରତିକ୍ରିୟା ରଖି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପବଟ୍ଟନାୟକ କହିଛନ୍ତି ଡବଲ୍ ଇଞ୍ଜିନ୍ ସରକାର ପଛୁଆ ଗିଅରରେ ଚାଲୁଛି। ଅର୍ଥ ଆବଣ୍ଟନ କରିବାଟା ବଡ଼ କଥା ନୁହେଁ, ରାଜ୍ୟର ବିକାଶ ଲାଗି ଖର୍ଚ୍ଚ କରିବା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ନବୀନ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଦ୍ୱାରା ବଜେଟ ଉପସ୍ଥାପନ ହେବାର କିଛି କ୍ଷଣ ମଧ୍ୟରେ ଏହାକୁ ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୟୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି, ପୂର୍ବ ବଜେଟ୍ରଧ ଅନେକ ପରିମାଣ ଏଯାଏ ଖର୍ଚ୍ଚ ହୋଇନାହିଁ। ଖାଲି ବଜେଟ୍ ପରିମାଣ ବୃଦ୍ଧି କରିବା ବଡ଼ କଥା ନୁହେଁ ଏହାକୁ କରାଜ୍ୟର ବିକାଶ ଅର୍ଥରେ ସୁଚାରୁ ରୂପେ ଖର୍ଚ୍ଚ କରିବା ହେଉଛି ଗୁରୁତ୍ୱପୂର୍ଣ୍ଣ।
ସେ କହିଛନ୍ତି, ରାଜ୍ୟରେ ଶିଳ୍ପ ପ୍ରଗତି ହ୍ରାସ ପାଇଛି। ଏହା ସହ ରାଜ୍ୟର ଅର୍ଥ ବ୍ୟବସ୍ଥା ମଧ୍ୟ ତଳକୁ ଖସିଛି। ଏହା ଦର୍ଶାଉଛି ଯେ, ଡବଲ୍ ଇଞ୍ଜିନ୍ ସରକାର ପଛୁଆ ଗିଅରରେ ଚାଲୁଛି।
ଦରଦାମ ବୃଦ୍ଧି ପ୍ରସଙ୍ଗକୁ ଅତ୍ୟନ୍ତ ଜଟିଳ ଭାବେ ଆଖ୍ୟାୟିତ କରି ଶ୍ରୀ ପଟ୍ଟନାୟକ କହିଛନ୍ତି, ଏହା ସମସ୍ତଙ୍କୁ କଠୋର ପରିସ୍ଥିତିର ସମ୍ମୁଖୀନ କରିବାକୁ ବାଧ୍ୟ କରାଉଛି। ମହିଳା ମାନେ ମିଶନଶକ୍ତିରେ କାମ ପାଉ ନାହାନ୍ତି। ବେକାରୀ ବଢ଼ୁଛି। ବଜେଟରେ ଅଧିକ ଅର୍ଥ ବ୍ୟୟ ଘୋଷଣା କରିବା ଗୁରୁତ୍ୱପୂର୍ଣ୍ଣ ନୁହେଁ, ରାଜ୍ୟର ବିକାଶ ପାଇଁ ଏହି ଅର୍ଥ ଖର୍ଚ୍ଚ ହେବା ଆବଶ୍ୟକ। ଆମେ ଏବେ ଦେଖିବୁ ଆଗକୁ କ’ଣ କରାଯାଉଛି।
ଶ୍ରୀ ମାଝି ଆଜି ଦ୍ୱିତୀୟଥର ଲାଗି ରାଜ୍ୟର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ୨ଲକ୍ଷ ୯୦ ହଜାର କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଛି। ଏହା ପୂର୍ବ ବଜେଟ୍ ଅପେକ୍ଷା ୨୫ ହଜାର କୋଟି ଅଧିକ।
https://youtu.be/yjg65SCBtHk?si=92ajGsWLA26ak43T