Odisha Politics: ବିଜେଡିର ପଦଯାତ୍ରା ଶୁଭାରମ୍ଭ କଲେ ସଭପତି ନବୀନ ପଟ୍ଟନାୟକ

Reporterspen

ଭୁବନେଶ୍ୱର (ରିପୋଟର୍ସ ପେନ୍‌) : (Odisha Politics) ଆଜି ଅକଟୋବର ଦୁଇ ତାରିଖ, ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ର ପଦଯାତ୍ରା ଆରମ୍ଭ ହୋଇଛି। ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳର ୫୭ ନମ୍ବର ୱାର୍ଡ ରେ ପଦଯାତ୍ରା ଆରମ୍ଭ କରି ସମବେତ ବିପୁଳ ଜନତାଙ୍କୁ ସମ୍ବୋଧନ କରି ଦଳ ସଭାପତି ନବୀନ ପଟ୍ଟନାୟକ କହିଥିଲେ ଯେ, ଲୋକଙ୍କ ସହିତ ଯୋଡ଼ି ହେବାରେ ପଦଯାତ୍ରା ସବୁଠାରୁ ଶକ୍ତିଶାଳୀ ମାଧ୍ୟମ । ବିଜେଡିକୁ ଏକ ସାମାଜିକ ଆନ୍ଦୋଳନ ଭାବରେ ବର୍ଣ୍ଣନା କରି ଶ୍ରୀ ପଟନାୟକ କହିଲେ ଯେ ସେବା ସ୍ୱାଭିମାନ ବିଜେଡିର ମନ୍ତ୍ର । ବିକାଶ ହେଉଛି ବିଜେଡିର ପରିଚୟ। ବିଜେଡିର ଚବିଶ ବର୍ଷ ଶାସନରେ ବିକାଶର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ବିକାଶର ବିଭିନ୍ନ ମାନକରେ ଓଡିଶା ବିଜେପି ଶାସିତ ବହୁ ଡବଲ ଇଞ୍ଜିନ ରାଜ୍ୟ ଠାରୁ ଆଗରେ। ଆର୍ଥିକ ସ୍ଥିରତା ଆସିଛି। ଲୋକଙ୍କ ମୁଣ୍ଡ ପିଛା ଆୟ ବଢିଛି ଗରିବୀ ସତୁରି ପ୍ରତିଶତରୁ କମି ଦଶ ପ୍ରତିଶତ ରେ ପହଂଚିଛି।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରେ କୋଟି କୋଟି ଲୋକ ସୁବିଧା ପାଉଥିଲେ.କିନ୍ତୁ ବିଜେପି ସରକାର ଯୋଜନା ର ନାମ ପରିବର୍ତ୍ତନ କୁ କଟାକ୍ଷ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆପଣ ରଙ୍ଗ ଓ ନାମ ବଦଳାଇପାରିବେ କିନ୍ତୁ ଇତିହାସ ବଦଳାଇପାରିବେ ନାହିଁ। ସେ କହିଲେ ଯେ, ବିଜେପି ମିଛ କାହାଣୀ ମିଛ ପ୍ରତିଶ୍ରୁତି ଦେଇ ଶାସନ କୁ ଆସିଛି। ବିଜେପିର ମିଛ ନିର୍ବାଚନ ପ୍ରତିଶ୍ରୁତି ଉପରେ ଆଲୋଚନା କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ତିନିଶହ ୟୁନିଟ ମାଗଣା ବିଜୁଳି। ମା ମାନଙ୍କୁ ପଚାଶହଜାର ଟଙ୍କା, ତିନିହଜାର ଟଙ୍କା କୁ ଭତ୍ତା ବୃଦ୍ଧି କୁଆଡେ ଗଲା ?
ହାତୀ ଦେବୁ ଘୋଡା ଦେବୁ କହି ଭୋଟ ନେଲେ.କିନ୍ତୁ ଫଳ ଶୂନ.ଏବେ ବିଜେପି ର ମିଛ ଧରାପଡ଼ିଯାଇଛି।

ମିଛ କହି ନିର୍ବାଚନ ଜିତି ପାର କିନ୍ତୁ ଲୋକଙ୍କ ହୃଦୟ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ. ଦରଦାମ ଉପରେ ଲଗାମ ନାହିଁ.ମା ମାନେ ଥାନା ରେ ବି ସୁରକ୍ଷିତ ନୁହନ୍ତି.ସରକାରୀ କର୍ମଚାରୀ ରାଜଭବନ ରେ ବି ସୁରକ୍ଷିତ ନୁହଁନ୍ତି .ବିଜେପି ସରକାର ଉପରେ ଲୋକ ଭରସା କରି ପାରୁ ନାହାନ୍ତି। ତେଣୁ ବିଜେପିର ମିଛ ପ୍ରତିଶ୍ରୁତି ଓ ସରକାର ର ଅପାରଗତା ବିଷୟରେ ଲୋକଙ୍କୁ ସଚେତନ କରିବାକୁ ଶ୍ରୀ ପଟ୍ଟନାୟକ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଶ୍ରୀ ପଟ୍ଟନାୟକ କହିଲେ ଲୋକଙ୍କ ଭଲ ପାଇବା ବିଜେଡିର ସବୁଠାରୁ ବଡ଼ ଶକ୍ତି.୨୦୨୪ ନିର୍ବାଚନ ରେ ବିଜେପି ସରକାର କୁ ଆସିଛି କିନ୍ତୁ ବିଜେଡି ସବୁଠାରୁ ଅଧିକ ଭୋଟ ପାଇଛି।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସେ କ୍ଷମତା ରେ ଥାନ୍ତୁ ଵା ନ ଥାନ୍ତୁ ଶେଷ ପର୍ଯ୍ୟନ୍ତ ଓଡିଶା ବାସୀଙ୍କ ର ଓ ଓଡିଶା ମାଟି ର ସେବା କରିଚାଲିବେ। ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ସୁଶାନ୍ତ ରାଉତ,ବିଧାୟକ ଅନନ୍ତ ଜେନା, ମେୟର ସୁଲୋଚନା ଦାଶ ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର,ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ପ୍ରମୁଖ ଉଦବୋଧନ ଦେଇ ଥିଲେ।


Reporterspen
!-- afp header code starts here -->