ଜାତୀୟ ପତାକା ଉଡାଇବା ଲାଗି ସ୍ୱତନ୍ତ୍ର ନିୟମ

0 140

ଜାତୀୟ ପତାକା ଉଡାଇବା ଲାଗି ସ୍ୱତନ୍ତ୍ର ନିୟମ ମଧ୍ୟ ପ୍ରଣୟନ କରାଯାଇଛି । ୨୬ ଜାନୁଆରୀ ୨୦୦୨ରେ ଜାତୀୟ ପତାକା କୋଡରେ ସଂଶୋଧନ କରାଯାଇଥିଲା । ଜଣେ ନାଗରିକ ବା ଯେକୌଣସି ସରକାରୀ ଓ ବେସରକାରୀ ଅନୁଷ୍ଠାନ ଜାତୀୟ ପତାକା ଉଡ଼ାଇବାକୁ ଚାହୁଁଥିଲେ କେତେକ ନିୟମ ଅନୁକରଣ କରିବା ଉଚିତ୍‌?

ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଯେକୌଣସି ଦିନ ପତାକା ଉତ୍ତୋଳନ କରିପାରିବେ । ପତାକାର ଗରିମା ଯେପରି କ୍ଷୁଣ୍ଣ ନହୁଏ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ।
ବିଦେଶୀ ନାଗରିକମାନେ ମଧ୍ୟ ଭାରତ ମଧ୍ୟରେ ପତାକା ଉତ୍ତୋଳନ କରିପାରିବେ । ସେମାନଙ୍କ ଘର ବା କାର୍ଯ୍ୟାଳୟ ଉପରେ ପତାକା ଲଗାଇ ପାରିବେ ।
କୌଣସି ନିର୍ଦ୍ଦିିଷ୍ଟ ସମ୍ପ୍ରଦାୟ ପୃଥକ୍ ଭାବେ ଜାତୀୟ ପତାକା ବ୍ୟବହାର କରିପାରିବେ ନାହିଁ । ଏହା ବ୍ୟତୀତ ଜାତୀୟ ପତାକାରେ କୌଣସି ପୋଷାକ କିମ୍ବା ଅନ୍ୟ ବ୍ୟବହୃତ ବା ପରିଧାନ ସାମଗ୍ରୀ ପ୍ରସ୍ତୁତ କରିବା ଉଚିତ୍ ନୁହେଁ । ପାଗ ଯେପରି ହେଉ ନା କାହିକି ସୂର୍ଯ୍ୟୋଦୟ ପରଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଜାତୀୟ ପତାକା ଉଡ଼ାଇବା ବିଧି ରହିଛି ।
ପତାକାକୁ ଭୂମିରେ ଛୁଆଁଇବା କିମ୍ବା ପାଣିରେ ବୁଡ଼ାଇବା ବେଆଇନ । କୌଣସି ଗାଡି, ଟ୍ରେନ, ପାଣି ଜାହାଜ ଓ ଉଡ଼ାଜାହାଜରେ ଜାତୀୟ ପତାକା ଲଗାଇବା ଉଚିତ୍ ନୁହେଁ । ପତାକାଠାରୁ ଉଚ୍ଚରେ ଅନ୍ୟ କୌଣସି ଜିନିଷ ରଖିବା ବେଆଇନ ।
ଖଦି କିମ୍ବା ହସ୍ତତନ୍ତରେ ଜାତୀୟ ପତାକା ତିଆରି ହେବା ଆବଶ୍ୟକ । ଅନ୍ୟ କୌଣସି ସାମଗ୍ରୀରେ ପତାକା ପ୍ରସ୍ତୁତ କରିବା ବେଆଇନ । ଏଥିପାଇଁ ଜୋରିମାନା ସହ ୩ ବର୍ଷ ଜେଲ ହୋଇପାରେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy