ଉତ୍କଳ ଦିବସ ଓ ଇତିହାସ

0 294

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଜି ଏପ୍ରିଲ ୧ । ଉତ୍କଳ ଦିବସ । ୧୯୩୬ ମସିହାରେ ଆଜିର ଦିନରେ ବ୍ରିଟିଶ ସରକାର ଭାଷା ଭିତିରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ କରିଥିଲେ । ଗତକାଲି ଓଡ଼ିଶାକୁ ୮୬ ବର୍ଷ ପୂରି ଯାଇଛି । ପ୍ରତି ବର୍ଷ ରାଜ୍ୟ ସରକାର ଉତ୍କଳ ଦିବସକୁ ଡ଼ିଶା ଦିବସ ଭାବେ ପାଳନ କରୁଛନ୍ତି । ପ୍ରତି ଓଡ଼ିଆଙ୍କ ଭିତରେ ଓଡ଼ିଆ ପ୍ରେମ ଜାଗ୍ରତ କରିବାକୁ ସବୁ ପ୍ରକାର ପ୍ରୟାସ କରାଯାଉଛି । ଓଡ଼ିଶା ହେଉଛି ଏକ ଐତିହ୍ୟ ସମ୍ପନ୍ନ ଏବଂ ଗୌରବଶାଳୀ ରାଜ୍ୟ । ଏହାର ସଂସ୍କୃତି, ପରମ୍ପରା ଅତି ପ୍ରାଚୀନ ଓ ସ୍ୱତନ୍ତ୍ର । ଏହି ପବିତ୍ର ଦିବସ ଅବସରରେ ପ୍ରତିଟି ଓଡ଼ିଆ ସୁଯୋଗ୍ୟ ଦାୟଦ ଭାବରେ ବୀର କଳିଙ୍ଗ ଜାତିର ଗୌରବ, ଐତିହ୍ୟ, ସଂସ୍କୃତି ଏବଂ ପରମ୍ପରା ବଜାୟ ରଖିବା ପାଇଁ ବଦ୍ଧ ପରିକର ହେବା ଆବଶ୍ୟକ ।

୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଅପ୍ରେଲ ମାସ ୧ ତାରିଖ ଦିନ ଉତ୍କଳ ଦିବସ (ଓଡ଼ିଶା ଦିବସ) ପାଳନ କରାଯାଇଥାଏ । ଭାଷା ଭିତିରେ ରାଜ୍ୟ ଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ୧୫୬୮ରେ ଶେଷ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ ବ୍ରିଟିଶ ଶାସନରୁ ଅଲଗା ହୋଇ ଏକ “ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ” ଗଠନ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା । ପ୍ରଥମେ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଓଡ଼ିଶା ଗଠନ କରାଯାଇଥିଲା ।

ଏକ ସ୍ୱତନ୍ତ୍ର ରାଜ୍ୟ ଗଠନ ପାଇଁ ମୁଖ୍ୟ ବିପ୍ଳବ ଉତ୍କଳ ସମ୍ମିଳନୀ ଗଠନ ଦିନଠାରୁ ତିନି ଦଶନ୍ଧି ଧରି ଲାଗିରହିଥିଲା ଓ ଏହା ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ମୂଳଦୁଆ ସ୍ଥାପନ କରିଥିଲା । ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଆଦିଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଅଧିକ ତୀବ୍ର ହୋଇଥିଲା । ସାର ଅଷ୍ଟିନ ହବାକ ଓଡ଼ିଶାର ପ୍ରଥମ ରାଜ୍ୟପାଳ ଭାବରେ ଶପଥ ନେଇଥିଲେ । ୧୯୩୬ ମସିହା ଏପ୍ରିଲ ପହିଲା ଦିନ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଥିଲା । ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ଟି ଜିଲ୍ଲାରେ ଭାଗ କରାଗଲା । ୧୮୭୫ରୁ ଆରମ୍ଭ ହୋଇଥିବା ଓଡ଼ିଶା ପ୍ରଦେଶ ଗଠନର ଉଦ୍ୟମ ୧୯୩୬ରେ ଅର୍ଥାତ ୬୧ ବର୍ଷରେ ପୂରଣ ହୋଇଥିଲା ।

ଉତ୍କଳ ପ୍ରଦେଶ ଗଠନରେ ମଧୁସୂଦନ ଦାସଙ୍କ ଅତୁଳନୀୟ ଅବଦାନ ରହିଛି । ଉତ୍କଳ ଗୌରବ ମଧୁସୂଦନ ଥିଲେ ଓଡ଼ିଆ ଜାତୀୟତାର ପ୍ରମୁଖ ମନ୍ତ୍ରଦାତା । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଅସୀମ ଜାତିପ୍ରୀତି, ଚରମ ତ୍ୟାଗ, ଗଭୀର ଅଧ୍ୟବସାୟ, ଆନ୍ତରିକ ନିଷ୍ଠା ଓ ବିଚକ୍ଷଣ ଦୂରଦର୍ଶିତା ପ୍ରଣିଧାନଯୋଗ୍ୟ । ସତ୍ୟ, ନ୍ୟାୟ ଓ ସାଧୁତା ପ୍ରଦର୍ଶନ କରି ଓଡ଼ିଆ ଜାତିର ନୈତିକତା ଓ ସଚ୍ଚୋଟତାର ଗୌରବମୟ ପରମ୍ପରା ସେ ସୃଷ୍ଟି କରିଥିଲେ । ମହାତ୍ମା ଗାନ୍ଧୀ ଆନୁଷ୍ଠାନିକ ଭାବେ ସ୍ୱଦେଶୀ ଆନ୍ଦୋଳନ ଆରମ୍ଭ କରିବାର ବହୁ ପୂର୍ବରୁ ମଧୁସୂଦନ ଓଡ଼ିଶାରେ ଏହା ଆରମ୍ଭ କରିଥିଲେ । ଓଡ଼ିଆ ଜାତୀୟ ଆନ୍ଦୋଳନର ସେ ଥିଲେ ପ୍ରାଣ ପ୍ରତିଷ୍ଠାତା । ବିଚ୍ଛିନ୍ନାଚଂଳକୁ ଏକତ୍ର କରି ଆଧୁନିକ ଓଡ଼ିଶା ଗଠନ କରିବାରେ ସେ ଥିଲେ ପ୍ରଧାନ ପୁରୋଧା । ୧୮୮୨ରେ ସେ ଉତ୍କଳ ସଭା ଏବଂ ୧୯୦୩ରେ ଉତ୍କଳ ସମ୍ମିଳନୀ ପ୍ରତିଷ୍ଠା କରିଥିଲେ । ତେବେ ପ୍ରତି ବର୍ଷ ଏପ୍ରିଲ ପହିଲା ଦିନଟିକୁ ଉତ୍କଳ ଦିବସ ନାମରେ ପାଳନ କରାଯାଇ ସ୍ୱତନ୍ତ୍ର ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣ କରାଯାଏ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy