OYO New Rule: ଅବିବାହିତ ଦମ୍ପତିଙ୍କୁ OYO ହୋଟେଲ୍ ମନା !

Reporterspen

OYO New Rule: ଯଦି ଆପଣ ରହିବା ପାଇଁ OYO ରୁମ୍ ବୁକ୍ କରିବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇପାରେ । ଓୟୋ ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇ ରୁମ୍ ଚେକ୍ ଇନ୍ ପଲିସିରେ କିଛି ପରିବର୍ତ୍ତନ କରିଛି । ଓୟୋର ନୂତନ ଚେକ୍ ଇନ୍ ପଲିସି ଅନୁଯାୟୀ, ବର୍ତ୍ତମାନଠାରୁ ଅବିବାହିତ ଦମ୍ପତିଙ୍କୁ ଚେକ୍ ଇନ୍ କରିବାକୁ ଅନୁମତି ଦିଆଯିବ ନାହିଁ ।

ଓୟୋ ସହଭାଗୀ ହୋଟେଲଗୁଡିକ ପାଇଁ ଏକ ନୂତନ ଚେକ୍ ଇନ୍ ପଲିସି ଆରମ୍ଭ କରିଛି । ନିୟମ ଅନୁଯାୟୀ, ବର୍ତ୍ତମାନ ଅବିବାହିତ ଦମ୍ପତିଙ୍କୁ ଓୟୋ ହୋଟେଲ ରୁମରେ ଚେକ୍ ଇନ୍ କରିବାକୁ ଅନୁମତି ମିଳିବ ନାହିଁ । କମ୍ପାନୀ ଏହି ବ୍ୟବସ୍ଥା ମେରୁଟରୁ ଆରମ୍ଭ କରିଛି । ମେରୁଟର ଓୟୋ  ହୋଟେଲ ପାଇଁ ନୂତନ ‘ଚେକ୍ ଇନ୍’ ନୀତି କାର୍ଯ୍ୟକାରୀ କରାଯାଇଛି ।

ନୂତନ ନିୟମ ଅନୁଯାୟୀ ଅବିବାହିତ ଦମ୍ପତିଙ୍କୁ ଆଉ ‘ଚେକ୍ ଇନ୍’ କରିବାକୁ ଦିଆଯିବ ନାହିଁ। ଏହାର ଅର୍ଥ ଏହା ଯେ, ଯଦି ଆପଣ ସ୍ୱାମୀ-ସ୍ତ୍ରୀ ତେବେ ଆପଣଙ୍କୁ ହୋଟେଲରେ ରୁମ ମିଳିବ । ସଂଶୋଧିତ ନୀତି ଅନୁଯାୟୀ, ସମସ୍ତ ଦମ୍ପତିଙ୍କୁ ‘ଚେକ୍ ଇନ୍’ ସମୟରେ ସେମାନଙ୍କ ସମ୍ପର୍କର ବୈଧ ପ୍ରମାଣ ପ୍ରଦାନ କରିବାକୁ କୁହାଯିବ । ଅନଲାଇନରେ କରାଯାଇଥିବା ବୁକିଂ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ରହିଛି । କମ୍ପାନୀ କହିଛି ଯେ, ସ୍ଥାନୀୟ ସାମାଜିକ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଅବିବାହିତା ଦମ୍ପତିଙ୍କ ବୁକିଂକୁ ପ୍ରତ୍ୟାଖ୍ୟାନ କରିବାର ଅଧିକାର ଓୟୋ ତାର ସହଭାଗୀ ହୋଟେଲକୁ ଦେଇଛି।

ଏହି ନିୟମକୁ ସୁନିଶ୍ଚିତ କରିବା ପାଇଁ ଓୟୋ ମେରଟରେ ଥିବା ହୋଟେଲମାନଙ୍କୁ ନିର୍ଦ୍ଦେଶ ଦେଇଛି । ନିୟମ ପରିବର୍ତ୍ତନ ହେବା ପରେ କିଛି ଲୋକ କହିଛନ୍ତି ଯେ, ଏହାପରେ ହୁଏତ କମ୍ପାନୀ ଏହି ନିୟମ ଅନ୍ୟାନ୍ୟ ସହରରେ ମଧ୍ୟ ଲାଗୁ କରିପାରେ । ସେ କହିଛନ୍ତି, ଏହି ସମସ୍ୟାର ସମାଧାନ ପାଇଁ ଓୟୋ ପୂର୍ବରୁ ମେରୁଟର ଜନସାଧାରଣଙ୍କ ନିକଟରୁ ମତାମତ ଗ୍ରହଣ କରିଥିଲା। ଏହା ବ୍ୟତୀତ ଅନ୍ୟ କେତେକ ସହରର ବାସିନ୍ଦା ମଧ୍ୟ ଅବିବାହିତ ଦମ୍ପତିଙ୍କୁ ଓୟୋ ହୋଟେଲରେ ଚେକ୍ ଇନ୍ କରିବାକୁ ଅନୁମତି ନଦେବାକୁ ଦାବି କରିଛନ୍ତି।

OYO ଉତ୍ତର ଭାରତର ମୁଖ୍ୟଙ୍କ କହିବାନୁଯାୟୀ, ନିରାପଦ ତଥା ଦାୟିତ୍ୱପୂର୍ଣ୍ଣ ଆତିଥ୍ୟ ଅଭ୍ୟାସ ବଜାୟ ରଖିବା ପାଇଁ ଆମେ ପ୍ରତିବଦ୍ଧ। ଆମେ ବ୍ୟକ୍ତିଗତ ସ୍ୱାଧୀନତାକୁ ସମ୍ମାନ କରିଥାଉ । ଆଇନ ଶୃଙ୍ଖଳା ଏବଂ ନାଗରିକଙ୍କ କଥା ଶୁଣିବା ଏବଂ କାର୍ଯ୍ୟ କରିବା ମଧ୍ୟ ଆମର ଦାୟିତ୍ୱ । ସେ କହିଛନ୍ତି ଯେ, କମ୍ପାନୀ ପକ୍ଷରୁ ଏହି ନୀତି ଏବଂ ଏହାର ପ୍ରଭାବକୁ ସମୟ ସମୟରେ ସମୀକ୍ଷା କରାଯିବ।


Reporterspen
!-- afp header code starts here -->