Pami Mishra: ଗୀତ ଚୋରି ନେଇ ସାଇବର ଥାନାରେ ଅଭିଯୋଗ କଲେ ପମି ମିଶ୍ର

Reporterspen

Pami Mishra: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ନିଜର ୧୪ ବର୍ଷ ତଳର ଗୀତ ଚୋରି ହୋଇଥିବା କଣ୍ଠଶିଳ୍ପ ପମି ମିଶ୍ର ସାଇବର ଥାନାରେ ଅଭିଯୋଗ କରିଛନ୍ତି । ଏକ ପ୍ରଯୋଜକ ସଂସ୍ଥା ପମିଙ୍କ ସେହି ଲୋକପ୍ରିୟ ଗୀତକୁ ନିଜର ବୋଲି ଦାବି କରୁଛନ୍ତି । ଆଉ ପ୍ରମାଣ ମାଗୁଛନ୍ତି । ତେଣୁ ପମି ମିଶ୍ର ସାଇ ସାଗର କ୍ରିଏସନ୍ ଓ ପବିତ୍ର ଏଂଟରଟେନ୍‌ମେଂଟ ନାଁରେ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି ।

ସାଇବର ଥାନାରେ ଅଭିଯୋଗ କରିବା ପରେ କଣ୍ଠଶିଳ୍ପ ପମି ମିଶ୍ର କହିଛନ୍ତି, ମୋ’ କଣ୍ଠ ସ୍ୱରରେ ନିର୍ମାଣ ହୋଇଥିବା ଗୋଟିଏ ଗୀତକୁ ପ୍ରସନ୍ନ ଉପାଧ୍ୟାୟ ଓ ତାଙ୍କ ସ୍ତ୍ରୀ ପ୍ରତିଭା ଦାସ/ଉପାଧ୍ୟାୟ ତାଙ୍କର ବୋଲି ଦାବି କହୁଛନ୍ତି । ସେହି ଗୀତକୁ ପ୍ରତିଭା ଗାଇଛନ୍ତି ବୋଲି ଦାବି କରୁଛନ୍ତି । ଏ ସଂପର୍କରେ ଜାଣିବା ପରେ ମୁଁ ସେମାନଙ୍କୁ ଫୋନ୍‌? କରିଥିଲେ । ଫୋନ୍‌ ଉଠାଇଥିଲେ ପ୍ରତିଭା ଉପାଧ୍ୟାୟ । ସିଏ ଗୀତ ଗାଇଥିବା ମୋତେ କହିଥିଲେ । ତା’ପରେ ମୁଁ ତାଙ୍କୁ କହିଥିଲେ, ହ୍ୱାଟ୍ସଆପ୍‌ରେ ବିନା ମ୍ୟୁଜିକ୍‌ରେ ଲାଇଭ୍‌ରେ ସେହି ଗୀତଟିକୁ ଗାଇବା ପାଇଁ । ମାତ୍ର ସେ ଗାଇବା ପାଇଁ ରାଜି ହେଲେନି । ନାନା ବାହାନା କରିଥିଲେ । ପରବର୍ତ୍‌ତୀ ସମୟରେ ତାଙ୍କ ସ୍ୱାମୀ ଫୋନ୍‌ କରି ମୋ ସହିତ ଯୁକ୍ତିତର୍କ କରିଥିଲେ । ଆଉ ମୋତେ ପଚାରିଲେ, ଆପଣଙ୍କ ପାଖରେ ସେହି ଗୀତର କିଛି ପ୍ରୁଫ୍‌ ଅଛି କି? ଆପଣ କ’ଣ ଜଣେ ଭର୍ସାଟାଇଲ୍‌? ସିଙ୍ଗର ଆପଣଙ୍କ ଜମାନା ଗଲାଣି । ଏମିତି ନାନା କଥା କହିଥିଲେ । ଏହି ଗୀତଟି ମୋ ସ୍ତ୍ରୀ ଗାଇଛନ୍ତି ଓ ମୋ ପାଖରେ ତା’ର ପ୍ରମାଣ ରହିଛି ବୋଲି ପ୍ରସନ୍ନ ଉପାଧ୍ୟାୟ କହିଥିଲେ । ଆପଣ ଯେଉଁ କୋଟର୍କୁ ଯିବାକଥା ଯାଆନ୍ତୁ ବୋଲି କହି ମୋ ସହିତ ବହୁ ଯୁକ୍ତିର୍ତକ କରିଥିଲେ । ତେଣୁ ବାଧ୍ୟ ହୋଇ କୋର୍ଟରେ ଆଶ୍ରୟ ନେଇଛି ବୋଲି ତପୁ ମିତ୍ର କହିଛନ୍ତି ।

ସେ ଆହୁରି କହିଛନ୍ତି, ସେହି ଗୀତଟିକୁ ଗଗନ ରାଉତ ଲେଖିଥିଲେ ବୋଲି ଲେଖାଥିଲା । ଏହା ପରେ ମୁଁ ଗଗନ ଭାଇଙ୍କ ଘରକୁ ଫୋନ୍‌ କରିଥିଲେ । ଫୋନ୍‌ ଗଗନ ଭାଇଙ୍କ ଝିଅ ଫୋନ୍‌ ଉଠାଇଥିଲେ । ମୁଁ ତାଙ୍କଠାରୁ ଶୁଣିବାକୁ ପାଇଲି ଯେ, ୨୦୧୯ ମସିହାରେ ତାଙ୍କର(ଗଗନ ଭାଇ) ଗୋଟିଏ ଭୟଙ୍କର ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲେ । ସିଏ ଆଜି ପର୍ଯ୍ୟନ୍ତ କଲମ ଧରି ପାରୁନାହାନ୍ତି । ଗୀତ ଲେଖାବା ତ ଦୂର କଥା । ଗଗନ ଭାଇଙ୍କ ଝିଅ ସେମାନଙ୍କ(ପ୍ରସନ୍ନ ଓ ପ୍ରତିଭା) ସହିତ କଥା ହୋଇଥିଲେ । ସେହି ଗୀତକୁ ପଠାଇବାକୁ କହିଥିଲେ । ହେଲେ ସେମାନେକିଛି ଶୁଣିନଥିଲେ । ଓଲଟା ନାନା ଯୁକ୍ତି କରିଥିଲେ ବୋଲି ପମି କହିଛନ୍ତି ।


Reporterspen