Plus two exam: ଫେବୃଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା

Reporterspen

Plus two exam: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫେବୃୟାରୀ ୧୮ତାରିଖରୁ ଆରମ୍ଭ ହେବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ଲାଗି ଏହି ପରୀକ୍ଷା ଅନୁଷ୍ଠିତ ହେବ। ଏହା ମାର୍ଚ୍ଚ ୨୭ ତାରିଖ ଯାଏ ଚାଲିବ ବୋଲି ପରିଷଦ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି।

ସୂଚନା ଅନୁସାରେ, ୧୮ରୁ ବିଜ୍ଞାନ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ କଳା ଓ ବାଣିଜ୍ୟ ପରୀକ୍ଷା ୧୯ରୁ ଏବଂ ଧନ୍ଦାମୂଳକ ପରୀକ୍ଷା ୨୦ରୁ ଆରମ୍ଭ ହେବ। ଜାନୁୟାରୀ ୨ରୁ ୧୨ ଯାଏଁ ପାକ୍ଟ୍ରିକାଲ ପରୀକ୍ଷା ହେବ। ବିଜ୍ଞାନରେ ପରୀକ୍ଷାର ପ୍ରଥମ ଦିନ ୧୮ ତାରିଖରେ ସାହିତ୍ୟ ପରୀକ୍ଷା ହେବ। ସେହିପରି ୧୯ ତାରିଖରେ କଳା ଓ ବାଣିଜ୍ୟ ପରୀକ୍ଷାର୍ଥୀଙ୍କ ପାଇଁ ସାହିତ୍ୟ ପରୀକ୍ଷା କରାଯିବ।


Reporterspen