PM Kisan Yojana: ପିଏମ କିଷାନ ସମ୍ମାନନିଧିର ୧୮ତମ କିସ୍ତି ପ୍ରଦାନ

Reporterspen

PM Kisan Yojana: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ୱାସିମ ଠାରେ ପିଏମ କିଷାନ ସମ୍ମାନନିଧିର ୧୮ତମ କିସ୍ତି ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଦେଶର ୯କୋଟି ୪୦ ଲକ୍ଷ କୃଷକଙ୍କୁ ୨୦ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ହସ୍ତାନ୍ତର କରାଯାଇଛି।

ଏଥିରେ ଓଡିଶାର ୩୧ ଲକ୍ଷ ୫୧ ହଜାର ୭୦୦ ଚାଷୀ ଉପକୃତ ହେଲେ। ପୂର୍ବରୁ ବରଗଡରୁ ଦିଆଯାଇଥିବା ୧୭ତମ କିସ୍ତିରେ ରାଜ୍ୟର ୨୯ଲକ୍ଷରୁ ଉର୍ଦ୍ଦ୍ବ ଚାଷୀ ଉପକୃତ ହୋଇଥିଲେ।

ଏହି ଅବସରରେ ଭୁବନେଶ୍ବରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ପିଏମ କିଷାନର ୧୮ତମ କିସ୍ତି ପ୍ରଦାନ ଉତ୍ସବକୁ ସାରା ଦେଶ ପିଏମ କିଷାନ ଉତ୍ସବ ଦିବସ ରୂପେ ପାଳନ କରୁଛି। ଏହି ଯୋଜନା ମାଧ୍ୟମରେ ବର୍ଷକୁ ତିନୋଟି କିସ୍ତିରେ ୬ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଛି।

ପିଏମ କିଷାନ ଯୋଜନା ସହିତ ରାଜ୍ୟ ସରକାର ରାଜ୍ୟରେ ସିଏମ କିଷାନ ଯୋଜନା ମଧ୍ୟ କାର୍ଯ୍ୟକାରୀ କରିଛନ୍ତି। ଯେଉଁଥିରେ କ୍ଷୁଦ୍ର ଏବଂ ନାମ ମାତ୍ର ଚାଷୀଙ୍କୁ ଦୁଇଟି କିସ୍ତିର ୪ହଜାର ଟଙ୍କା ପ୍ରଦାନ କରାଯାଉଛି। ଏହି ଅର୍ଥ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଉଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ପିଭିଟିଜି ବର୍ଗର କୃଷକ ଏବଂ ବନ ଅଧିକାର ଆଇନ ପଟ୍ଟା ଥିବା ଜନ ଜାତିଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ ହେବାକୁ ଯାଉଛି। ସେମାନେ ମଧ୍ୟ ଏହି ଯୋଜନାର ଲାଭ ଓ ସୁବିଧା ପାଇବେ।


Reporterspen