Police Encounter: ପୋଲିସ ଗୁଳିରେ ନିଶା ମାଫିଆ ଗୁରୁତର

Reporterspen

Police Encounter: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ବେଶ କିଛିବର୍ଷ ହେଲା ସାରା ରାଜ୍ୟରେ ନିଶା କାରବାରକୁ ବଢାଇ ଚାଲିଥିବା ମାଫିଆ ସେକ୍ ଜାମସେଦ ପୋଲିସ ଗୁଳିରେ ଗୁରୁତର ହୋଇଛି । କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ ସହ ଜାମସେଦର ମୁହାଁମୁହିଁ ହୋଇଥିଲା । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଜାମସେଦ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଜଣାପଡିଛି ।

ସୂଚନା ଅନୁସାରେ, ନିଶା କାରବାରକୁ ଜିରୋ ଟଲେରାନ୍ସ ଭାବେ ଗ୍ରହଣ କରିଥିବା କମିଶନରେଟ ଅଞ୍ଚଳରେ ବେଶ କିଛିଦିନ ହେଲା ଜାମସେଦ ନିଶା କାରବାର କରୁଥିଲା । ବିପୁଳ ପରିମାଣର ବ୍ରାଉନସୁଗର ଆଣି ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧା ଆଜି ଅଞ୍ଚଳରେ ସପ୍ଲଏ କରୁଥିଲା । ଏହା ଜାଣିବା ପରେ କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ ତା ଉପରେ ନଜର ରଖିଥିଲା । ଗତକାଲି ରାତିରେ ସେ ବିପୁଳ ପରିମାଣର ବ୍ରାଉନସୁଗାର ନେଇ ଭୁବନେଶ୍ୱର ଆସିଥିବା ଖବର ପାଇ ସ୍ପେଶାଲ କ୍ରାଇମ ୟୁନିଟ ତାକୁ ପିଛା କରିଥିଲା ।

ବିଳମ୍ବିତ ରାତିରେ ସେ ପୋଖରୀପୁଟରୁ ଖଣ୍ଡଗିରିକୁ ଯାଉଥିବା ବେଳେ ସ୍ପେଶାଲ କ୍ରାଇମ ୟୁନିଟ ଟିମ ସହ ତାର ମୁହାଁମୁହିିଁ ହୋଇଥିଲା । କ୍ରାଇମ ୟୁନିଟର ଅତିରିକ୍ତ ଡିସିପି ତାକୁ ଧରିବାକୁ ଚେଷ୍ଠା କରିବାରୁ ସେ ହଠାତ ତାଙ୍କ ଉପରକୁ ଗୁଳି ମାଡ କରିଥିଲା । ସୌଭାଗ୍ୟବସତଃ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ । ଫଳରେ ପୋଲିସ ଟିମ ପାଲଟା ଗୁଳିମାଡ କରିଥିଲା । ପୋଲିସ ଗୁଳିରେ ସେ ଗୁରୁତର ଆହତ ହୋଇଥିଲା । ତା’ ଗୋଡରେ ଦୁଇଟି ଗୁଳି ବାଜିଛି ।

ପରେ ତାକୁ ତୁରନ୍ତ ଏମ୍ସ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତା ନିକଟରୁ ପୋଲିସ ପ୍ରାୟ ୨୦ଲକ୍ଷ ଟଙ୍କାର ବ୍ରାଉନସୁଗର ସହ ଗୋଟିଏ ମାଉଜର ଜବତ କରିଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି । ଏହି ନିଶା ମାଫିଆ ନାଁରେ ପୂର୍ବରୁ ଲାଲବାଗ, ବାଲିଅନ୍ତା, ବଡ଼ଗଡ ଥାନାରେ ବିଭିନ୍ନ ମାମଲା ରହିଥିବା ବେଳେ କ୍ରାଇମବ୍ରାଂଚ ଏସଟିଏଫ ଦ୍ୱାରା ଗିରଫ ମଧ୍ୟ ହୋଇଥିଲା ।


Reporterspen
!-- afp header code starts here -->