Police encounter: ସମ୍ବଲପୁର ପୋଲିସର ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ସୀତାରାମ ଷଡ଼ଙ୍ଗୀ ଆହତ

Reporterspen

Police encounter: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ଓଡ଼ିଶା ପୋଲିସ ଏବେ ଆକ୍ସନ ମୋଡକୁ ଆସିଛି । ଉତ୍ତରପ୍ରଦେଶ ସରକାର ଭଳି ଓଡ଼ିଶା ସରକାର ଅପରଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । କେବଳ ଭୁବନେଶ୍ୱର ନୁହେଁ ବରଂ ଆଜି ସମ୍ବଲପୁର ପୋଲିସ ଜଣେ ଅପରାଧୀକୁ ଏନକାଉଣ୍ଟର କରିଛି । ଯାହା ପୋଲିସର ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି ।

ସମ୍ବଲପୁର ପୋଲିସ କୁଖ୍ୟାତ ଅପରାଧୀ ସୀତାରାମ ଷଡ଼ଙ୍ଗୀକୁ ଏନକାଉଣ୍ଟର କରିଛି । ସେ ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼ ଜିଲ୍ଲା ରେ ହତ୍ୟା, ଲୁଟ, ଡକାୟତି ଆଦି ୨୫ ରୁ ଉର୍ଦ୍ଧ ମାମଲାରେ ସଂଶ୍ଲିଷ୍ଟ ଥିବା ପୋଲିସ ସୂଚନା ଦେଇଛି। ତାର ବାମ ଗୋଡ଼ ଆଣ୍ଠୁ ତଳେ ପୋଲିସ ଗୁଳି ବାଜିଛି।ତାକୁ ପ୍ରଥମେ କୁଚିଣ୍ଡା ଉପଖଣ୍ଡ ସରକାରୀ ହସ୍ପିଟାଲ ପ୍ରାଥମିକ ଚିକିତ୍ସା କରାଗଲା ପରେ ଭୀମସାର ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଆଜି ଭୋର ୫ ଟା ୧୫ ରେ ପୋଲିସ ର ଏକ ସ୍ୱତନ୍ତ୍ର ଟିମ ସୀତାରାମ ଷଡ଼ଙ୍ଗୀକୁ ଗିରଫ କରିବାକୁ ଯାଇଥିବା ବେଳେ ସେ ପୋଲିସ ଉପରକୁ ଗୁଳି ମାଡ଼ କରିଥିଲା। ଏଥିରୁ ବର୍ତ୍ତିବା ପାଇଁ ପୋଲିସ ନିଜ ଆତ୍ମରକ୍ଷା ପାଇଁ ନିୟନ୍ତ୍ରିତ ଭାବରେ ପାଲଟା ଗୁଳି ମାଡ଼ କରିଥିଲା। ଏଥିରେ ସୀତାରାମ ଷଡ଼ଙ୍ଗୀ ଆହତ ହୋଇଥିଲା। ତା ଠାରୁ ଗୋଟିଏ ୭.୬୫ ଏମଏମ ର ଦେଶୀ ପିସ୍ତଲ, ଗୋଟିଏ ଜୀବନ୍ତ ଓ ୨ ଟି ଫୁଟିଥିବା କେଟ୍ରିଜ, ପୋଲିସ ଫାୟାର କରିଥିବା ୨ ଟି କେଟ୍ରିଜ, ଗୋଟିଏ ହିରୋ ସୁପର ସ୍ପ୍ଲେନଡର ବାଇକ, ନଗଦ ୧ ଲକ୍ଷ ଟଙ୍କା ଜବତ ହୋଇଛି। ସେ ଗୋବିନ୍ଦପୁର ଥାନା କେସ ନଂ 46/25u/s-310(2)BNS & Arms Act ରେ ଅଭିଯୁକ୍ତ ଅଛି।

ଏନେଇ ସମ୍ବଲପୁର ଏସପି ମୁକେଶ ଭାମୁ ସୂଚନା ଦେଇ କହିଛନ୍ତି, ‘ସୀତାରାମ ଷଡ଼ଙ୍ଗୀ ସେହି ଅଞ୍ଚଳରେ ଜଣେ ପୁରୁଣା ଓ କୁଖ୍ୟାତ ଅପରାଧୀ ଅଟେ ।  ସୁନ୍ଦରଗଡ଼, ଝାରସୁଗୁଡା, ରାଉରକେଲା, ରାଜଗାଙ୍ଗପୁର ଓ ଝାରଖଣ୍ଡ ବୋର୍ଡର ଅଞ୍ଚଳରେ ସେ ଅନେକ ମାମଲାରେ ସମ୍ପୃକ୍ତ ଅଟେ ।  ମୁଖ୍ୟତଃ ଏହି ଅଞ୍ଚଳରେ ସେ ବହୁ ଡକାୟତି କେସରେ ସମ୍ପୃକ୍ତ ଅଛି ।  ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ’


Reporterspen
!-- afp header code starts here -->