Political newsବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା: ବଦ୍ରିନାରାୟଣ ପାତ୍ର

Reporterspen

Political news: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ୫ବର୍ଷ ପୂର୍ବରୁ ପୁଣି ବିଜେଡି କ୍ଷମତାକୁ ଫେରିବା ନେଇ ପୂର୍ବରୁ ଅନେକ ନେତାଙ୍କ ବୟାନ ସାମ୍ନାକୁ ଆସି ସାରିଛି। ଏମିତି ସ୍ଥିତିରେ ସେମାନଙ୍କୁ ଜବାବ ଦେଇଛନ୍ତି ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ପାତ୍ର। ସେ କହିଛନ୍ତି ଯେ, ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା। ଦଳର ଯେଉଁ ନେତା ଏକଥା କହୁଛନ୍ତି ତାର ଯଥାର୍ଥତା ନାହିଁ। ସଂଖ୍ୟା ଗରିଷ୍ଠତା ହାସଲ କରି ବିଜେପି ସରକାରକୁ ଆସିଛି। ୟା ପରେ ବିଜେଡି କଂଗ୍ରେସ ସହ ମିଶି ସରକାର କରିବ କଥା ଅବାସ୍ତବ। ଏପରି ଅବାସ୍ତବ କଥା କହିବାକୁ ସେମାନେ ସ୍ବୀକୃତିପ୍ରାପ୍ତ କି ନାହିଁ ଜାଣିନି। ନବୀନ ବାବୁ ଏହା କହିବାକୁ କହିଛନ୍ତି କି ନାହିଁ ଜାଣିନି। ବିଜେପି ସହ ଆମେ ସମଦୂରତାରେ ଅଛୁ। କଂଗ୍ରେସ ସହ ଆମେ କେବେ ନ ଥିଲୁ। ଯେଉଁମାନେ ବିଜେଡି କଂଗ୍ରେସ ସହ ମିଶି ସରକାର ଗଢିବା କଥା କହୁଛନ୍ତି ସେମାନଙ୍କ ମତିଭ୍ରମ ହୋଇଛି। ଏପରି ମନ୍ତବ୍ୟ ଦେଇ ସେମାନେ ନିନ୍ଦିତ ହେଉଥିବା ସେ କହିଛନ୍ତି।

ତେବେ ଏହି ନିକଟ ଅତୀତରେ ପ୍ରଥମେ ବିଜେଡି ନେତା ଦେବାଶିଷ ସାମନ୍ତରାୟ, ପରେ ମୁନା ଖାଁ ଏବଂ ଏହାପରେ ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ, ଲତିକା ପ୍ରଧାନ ବିଜେଡି ପୁଣି ସରକାରକୁ ଫେରିବ ବୋଲି ଦମ୍ଭୋକ୍ତି ଦେଖାଇଥିଲେ। କଂଗ୍ରେସ ସହ ହାତ ମିଶାଇ ପୁଣି ସରକାର ଗଢିବ। ଯାହାକୁ ଆଜି କଟାକ୍ଷ କରିଛନ୍ତି ସେହି ଦଳର ବରିଷ୍ଠ ନେତା ବଦ୍ରି ପାତ୍ର। କର୍ମୀଙ୍କ ମନୋବଳ ସୁଦୃଢ଼ କରିବା ପାଇଁନେତାମାନେ ଏମିତି କହୁଥିବା ଚର୍ଚ୍ଚା ହେଉଛି।

ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ଦୁଇ ତାରିଖରେ ବିଜେପି ନେତା ମନମୋହନ ସାମଲ ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ କହିଥିଲେ ଯେ, ବିଜେଡି ଖାଲି ହୋଇଯିବ। ଜଣ ଜଣକରି ନେତା ବିଜେପିରେ ସାମିଲ ହେବେ। ଏହାକୁ ନେଇ ଆରମ୍ଭ ହୋଇଥିଲା ତୁମ୍ବିତୋଫାନ। ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଇଥିଲେ ବଦ୍ରି ପାତ୍ର। ବିଜେଡି ବିଧାୟକ ବଦ୍ରିପାତ୍ର ମନମୋହନଙ୍କ ଏହି ବୟାନ ଉପରେ ଚ୍ୟାଲେଞ୍ଜ କରିଥିଲେ। ସେ ମନମୋହନଙ୍କୁ କହିଥିଲେ ଯେ, ଯଦି ତାକତ ଅଛି ତେବେ ବିଜେଡି ଖାଲି କରି ଦେଖାଅ। କେବଳ ବୟାନବାଜି କରି କିଛି ଲାଭ ନାହିଁ। ବିଜେଡି ହେଉଛି ଦେଶର ଏକ ବଡ ଆଞ୍ଚଳିକ ଦଳ। ଏ ଭାଡି ଖାଲି କରିବାର ତାକତ କାହାର ନାହିଁ ବୋଲି ବଦ୍ରି ପାତ୍ର କହିଛନ୍ତି।


Reporterspen
!-- afp header code starts here -->