Political news: ରାଜ୍ୟରେ ସରକାରଙ୍କ ପ୍ରୋତ୍ସାହନରେ ଲଘୁଖଣିଜ ପଦାର୍ଥ ଲୁଟ୍‌ ଚାଲିଛି: ବିଜେଡି

Reporterspen

Political news: ଭୁବନେଶ୍ୱର (ରିପୋଟର୍ସ ପେନ୍‌) :  ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ସମଗ୍ର ଓଡ଼ିଶାରେ ଲଘୁଖଣିଜ ପଦାର୍ଥ ବ୍ୟାପକ ଭାବେ ଲୁଟ୍‌ ଚାଲିଛି । ଏହି ଲୁଟ୍‌ର ସିଂହଭାଗ ଶାସକ ଦଳର ବିଧାୟକ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପକେଟକୁ ଯାଉଛି ବୋଲି ଅଭିଯୋଗ ଆଣି ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଶଙ୍ଖଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ବିଧାୟକ ଡ଼. ବ୍ୟୋମକେଶ ରାୟ, ଶ୍ରୀଗୌତମ ବୁଦ୍ଧ ଦାସ ଓ ପୂର୍ବତନ ବିଧାୟକ ପ୍ରଣବବଳବନ୍ତ ରାୟ ଏହି ଲୁଟ୍‌ ସମ୍ପର୍କରେ ଓ ଏଥିରେ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ସମ୍ପର୍କରେ ଅଭିଯୋଗମାନ ବାଢିଥିଲେ ।

ପ୍ରାରମ୍ଭରେ ବିଜୁ ଜନତା ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି ରାଜ୍ୟରେ ବିଜେପି ସରକାରଙ୍କ ପ୍ରୋତ୍ସାହନରେ ଲଘୁଖଣିଜ ପଦାର୍ଥର ଚୋରା ଚାଲାଣ ବୃଦ୍ଧି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଜିର ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହେଉଛି ବୋଲି କହିବା ସହିତ ଏହି ସମ୍ୱନ୍ଧରେ ବିଭିନ୍ନ ଖବରକାଗଜରେ ପ୍ରକାଶିତ ସମ୍ୱାଦ ଗୁଡିକ ଏଲଇଡି ପରଦାରେ ପ୍ରଦର୍ଷିତ କରିଥିଲେ ।

ବିଧାୟକ ଗୌତମବୁଦ୍ଧ ଦାସ କହିଥିଲେ, ଗତ ମାର୍ଚ୍ଚ ୬ ତାରିଖରେ, ରାଜ୍ୟର ମୁଖ୍ୟଶାସନ ସଚିବ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ଲଘୁଖଣିଜ ପଦାର୍ଥର ଚୋରା ଚାଲାଣ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବାର୍ତ୍ତାଳାପ କରିଥିଲେ । ଯଦିଓ, ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଥିଲା, ଏଥିରେ ଲଘୁଖଣିଜ ପଦାର୍ଥ ଚୋରା ଚାଲାଣର ନାଭିକେନ୍ଦ୍ର ବୋଲାଉଥିବା କ୍ରସରଗୁଡିକ ଉପରେ କୌଣସି ଫୋକସ ଦିଆଯାଇ ନଥିଲା । ଏହା ଏକ ତ୍ରୁଟି ନଥିଲା ବରଂ ଚୋରା ଚାଲାଣକୁ ବ୍ୟବସ୍ଥିତ ଢଙ୍ଗରେ ଚଳାଇବା ପାଇଁ ଜାଣିଶୁଣି କ୍ରସର ଉପରେ ନଜର ରଖାଯାଇ ନଥିଲା । ଏବେ ରାଜ୍ୟରେ, ଛୋଟ ଟ୍ରାକ୍ଟର ଓ ଟ୍ରକ ଉପରେ ଧରପଗଡ଼ କରାଯାଉଥିବା ବେଳେ କ୍ରସର ମାଧ୍ୟମରେ ବଡ଼ ଧରଣର ଲୁଟ୍‌ ଚାଲିଛି । ସରକାରୀ ଦଳର ବିଧାୟକ ଖଣିମାଫିଆମାନଙ୍କ ଠାରୁମୋଟା ଅଙ୍କର ଚାନ୍ଦା ଆଦାୟ କରୁଛନ୍ତି । ବଜାରରେ ସମସ୍ତ ଅତ୍ୟାବଶକୀୟ ଜିନିଷର ଦରଦାମ ବୃଦ୍ଧି ହୋଇଥିବା ବେଳେ ବାଲି ଓ ଗୋଡ଼ିର ଦର ମଧ୍ୟ ଅହେତୁକ ବୃଦ୍ଧି ପାଇଛି ବୋଲି ଶ୍ରୀ ଦାସ କହିଥିଲେ ।

ବିଧାୟକ ବ୍ୟୋମକେଶ ରାୟ କହିଥିଲେ, ଲଘୁଖଣିଜ ପଦାର୍ଥ ଲୁଟ୍‌କୁ ରୋକିବା ପରିବର୍ତ୍ତେ ସରକାର ଏଥିରେ ଅଂଶୀଦାର ସାଜିଛନ୍ତି । ଖାଲି ମାରମାର ଭଣ୍ଡାରିଆକୁମାର ନୀତିରେ ଛୋଟ ଛୋଟ ଟ୍ରାକ୍ଟର ଓ ଟ୍ରକ ଉପରେ ଚଢ଼ାଉ କରାଯାଉଛି, କିନ୍ତୁ ଚୋରା ଚାଲାଣର ମୁଖ୍ୟ ଦ୍ୱାରଗୁଡିକ ସାହାଣମେଲା ରଖାଯାଇଛି । ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏହି ଲଘୁଖଣିଜ ପଦାର୍ଥ ଲୁଟ୍‌ ବ୍ୟାପକ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ସର୍ବାଗ୍ରେ ରହିଛି । ଏହି ଚୋରା ଚାଲାଣର ଗୋଟିଏ ଅଂଶ ସରକାରୀ ଦଳର ବିଧାୟକ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପକେଟକୁ ଯାଉଛି । ବିଭିନ୍ନ ସରକାରୀ କାମରେ ଲାଗୁଥିବା ଚୋରାଲଘୁଖଣି ଜପଦାର୍ଥର ବିଲ୍‌ ବିନା ଟିପି (ଟ୍ରାଞ୍ଜିଟ ପରମିଟ୍‌)ରେ ପାସ୍‌ କରାଯାଉଛି ।

ପୂର୍ବତନ ବିଧାୟକଶ୍ରୀ ପ୍ରଣବବଳବନ୍ତରାୟକହିଥିଲେ, ରାଜ୍ୟରେ ଏହି ଲଘୁଖଣିଜପଦାର୍ଥ ଲୁଟ୍‌ ସରକାରଙ୍କ ପ୍ରୋତ୍ସାହନରେ ଚାଲିଥିବା ବେଳେ ବିଭିନ୍ନ ସରକାରୀ ବିଭାଗ ଯଥା ଖଣିବିଭାଗ, ଜଙ୍ଗଲବିଭାଗ ଓ ପୋଲିସ ବିଭାଗ ଇତ୍ୟାଦି ମଧ୍ୟ ଏଥିରେ ସାମିଲ ଅଛନ୍ତି ।କିଛି ଖଣିଲିଜ୍‌ଧାରୀଙ୍କ କାଗଜପତ୍ର ବୈଧ ଥିବା ସତ୍ତ୍ୱେ ତାଙ୍କ ଖଣି କୁଜୋର ଜବରଦସ୍ତ ବନ୍ଦ କରାଯାଉଛି ଓ ବନ୍ଦ ପଡ଼ିଥିବା କିଛି ଖଣିକୁ ବେଆଇନ ଭାବେ ଚଲାଯାଉଛି । ରାଜ୍ୟରେ ବିଜେପି ସରକାର ଆସିବା ପର ଠାରୁ ଅଧିକସଂଖ୍ୟାରେ ବେଆଇନ ଖଣିଗୁଡିକ କାର୍ଯ୍ୟକ୍ଷମ ହୋଇଛି । ନିକଟରେ, ଯାଜପୁର ଜିଲ୍ଲାର ଆରୁଆଗ୍ରାମରେ ଜନସାଧାରଣ ବେଆଇନ ଖଣି କାମକୁ ବିରୋଧ କରି ଏହି କାର୍ଯ୍ୟରେ ଲାଗିଥିବା ୭୦ରୁ ଊର୍ଦ୍ଧ୍ୱ ଜେସିବି ପୋଲିସକୁ ହସ୍ତାନ୍ତର କରିଥିଲେ । ପୋଲିସ ସ୍ଥାନୀୟବାସିନ୍ଦାକୁ ସହଯୋଗ କରିବା ପରିବର୍ତ୍ତେ ସେମାନଙ୍କୁ ଧମକଚମକ ଦେଇଥିଲା । ରାଜ୍ୟରେ ଲଘୁଖଣିଜ ପଦାର୍ଥ ଚୋରା ଚାଲାଣ ବନ୍ଦ କରିବାକୁସ ରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ବିଜୁଜନତା ଦଳ ଦାବି କରୁଛି ।


Reporterspen
!-- afp header code starts here -->