Political News: ଭୁବନେଶ୍ୱର (ରିପୋଟର୍ସ ପେନ୍): ରାଜ୍ୟ ସରକାରଙ୍କ ତରଫରୁ ୧୧ ନଭେମ୍ୱର ଦିନ ଜାରି କରାଯାଇଥିବା ବିଜ୍ଞପ୍ତିରେ ମହିଳା କର୍ମଚାରୀମାନଙ୍କ ମାସିକ ଋତୁଶ୍ରାବ ଜନିତ ଅସୁବିଧାକୁ ଦୃଷ୍ଟିରେ ରଖି ପ୍ରଦାନ କରାଯାଇଥିବା ଅଧିକ୧୨ ଦିନର ଛୁଟି କିଛି ନୂଆ କଥା ନୁହେଁ ଓ ଏହା ପୂର୍ବ ସରକାରଙ୍କ ସମୟରେ ୧୨ ମାର୍ଚ୍ଚ ୨୦୨୪ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତିର କପିପେଷ୍ଟ । କେବଳ ବାହାଦୁରୀ ନେବା ଉଦ୍ଦେଶ୍ୟରେ ପୂର୍ବ ସରକାରଙ୍କ୧୦ ଦିନ ଛୁଟି ବିଜ୍ଞପ୍ତି ବାତିଲ କରି ୧୨ ଦିନ ନୂଆ ବିଜ୍ଞପ୍ତି କରାଯାଇଛି ବୋଲି ଦଳର ମୁଖପାତ୍ର ସୋଫିଆ ଆଲମ ଗଣମାଧ୍ୟମକୁ ବିବୃତି ଦେଇ କହିଛନ୍ତି ।
ଏହି ବିଜ୍ଞପ୍ତିର ବ୍ୟବସ୍ଥା ଅନୁଯାୟୀ ମହିଳା କର୍ମଚାରୀମାନଙ୍କୁ ପ୍ରତିମାସରେ ଏହି ଅତିରିକ୍ତ ଛୁଟିକୁ ସେହି ମାସରେ ନେବା ବାଧ୍ୟତାମୂଳକ କରାଯାଇଛି, ନ ନେଲେ ଏହା ବାତିଲ ହେବ । ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଜଣେ ମହିଳା ସେ ଭଲ ଭାବରେ ଜାଣନ୍ତି mensuration cycleର ଇଂରାଜୀବା ଓଡ଼ିଆ ମାସ ଅନୁସାରେ ଆସେ ନାହିଁ । ଏହା ଚବିଶରୁ ଅଠେଇଶ ବେଳେବେଳେ ଅଧିକ ଦିନରେ ହୋଇଥାଏ । ଗୋଟିଏ ଇଂରାଜୀ ମାସରେ ଦୁଇ ଥର periodର ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ । ମାସର ପ୍ରଥମ ତାରିଖରେ ଋତୁଶ୍ରାବ ହୋଇଥିଲେ ତାଙ୍କ ପରବର୍ତ୍ତୀ ଋତୁଶ୍ରାବ ସେହିମାସର ଶେଷ ସପ୍ତାହରେ ମଧ୍ୟ ହୋଇପାରେ । ଏହି କ୍ଷେତ୍ରରେ, ସେହି ମହିଳା ଦ୍ୱିତୀୟ ଛୁଟି ପାଇବାରୁ ବଞ୍ଚିତ ହେବେ ବୋଲି ମୁଖପାତ୍ର ଆଲମ କହିଥିଲେ ।
ମହିଳାମାନଙ୍କ ଅଧିକାର ଓ ସେମାନଙ୍କ ସୁରକ୍ଷାକୁ ସବୁବେଳେ ପ୍ରଧାନ୍ୟ ଦେଉଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୨ ମାର୍ଚ୍ଚ ୨୦୨୪ରେ ପ୍ରକାଶିତ ବିଜ୍ଞପ୍ତିରେ ମହିଳାମାନଙ୍କ ଋତୁଶ୍ରାବଜନିତ ସମସ୍ୟାକୁ ଆଖିରେ ରଖି ଅଧିକ୧୦ ଦିନର ସ୍ୱତନ୍ତ୍ର ଛୁଟି ପ୍ରଦାନ କରାଯାଇଥିଲା । କିନ୍ତୁ, ଏହା ଏକ ସ୍ପର୍ଶକାତର ପ୍ରସଙ୍ଗ ହୋଇଥିବାରୁ ଋତୁଶ୍ରାବଜନିତ ଛୁଟି ବୋଲି ଉଲ୍ଲେଖ କରାଯାଇ ନଥିଲା ।ତେଣୁ ଏ ବିଜ୍ଞପ୍ତିମହିଳା କର୍ମଚାରୀ ବିରୋଧୀ ଓ ସେମାନଙ୍କ ବ୍ୟକ୍ତିଗତ ଗୋପନୀୟତାକୁ କ୍ଷୁର୍ଣ୍ଣ କରୁଥିବାରୁ ଏ ବିଜ୍ଞପ୍ତିକୁ ତୁରନ୍ତ ସଂଶୋଧନ କରିବା ପାଇଁ ବିଜେଡି ଦାବି କରୁଛି ।
୧୧ ନଭେମ୍ୱରରେ ପ୍ରକାଶିତ ହୋଇଥିବା ବିଜ୍ଞପ୍ତିରେ ୧୦ ଦିନର ଛୁଟିକୁ୧୨ ଦିନ କରାଯାଇଛି । କିନ୍ତୁ, ଏହି ଛୁଟି ୫୫ ବର୍ଷରୁ ଉର୍ଦ୍ଧ୍ୱମହିଳାଙ୍କୁ ମିଳିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ତାଛଡା, ପ୍ରତିମାସର ଛୁଟି ସେହିମାସରେ ନେବାକୁ ହେବ ବୋଲି ମଧ୍ୟ କୁହାଯାଇଛି । ପୂର୍ବ ସରକାର ୧୦ ଦିନ ଛୁଟି ଘୋଷଣା କରିଥିବା ବେଳେ, ଏହି ବିଜ୍ଞପ୍ତି କେବଳ ନିଜର ବାହାବା ନେବା ପାଇଁ ଉର୍ଦ୍ଦିଷ୍ଟା ତା ଛଡା, ଋତୁଶ୍ରାବ ଏକ ବ୍ୟକ୍ତିଗତ ଓ ସ୍ପର୍ଶକାତର ପ୍ରସଙ୍ଗ ହୋଇଥିବାରୁ ମହିଳା କର୍ମଚାରୀମାନେ ଋତୁଶ୍ରାବ ପାଇଁ ଛୁଟି ଦରଖାସ୍ତ କରିବା ପାଇଁ ଅସ୍ୱାଭାବିକତା ଅନୁଭବ କରିବେ । ୫୫ ବର୍ଷରୁ ଉର୍ଦ୍ଧ୍ୱମହିଳା କର୍ମଚାରୀଙ୍କୁ ଏହି ଛୁଟିରୁ ବଞ୍ଚିତ କରିବା ଯୁକ୍ତିଯୁକ୍ତ ହୋଇନାହିଁ ବୋଲି ମୁଖପାତ୍ର ଆଲମ କହିଥିଲେ ।