Political News: ଭୁବନେଶ୍ୱର, (ରିପୋଟର୍ସ ପେନ୍): ସେତେବେଳେ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କୁ ‘ମିଡ୍ ନାଇଟ ଅପରେସନ’ ମାଧ୍ୟମରେ ଫସେଇଥିଲେ । ଏବେ ସେମାନେ ନବୀନ ବାବୁଙ୍କୁ ବୁଡେଇ ଦେବେ । ଯେଉଁମାନେ ଆଜି ବେଶି ରାଉରାଉ ହେଉଛନ୍ତି, ମିଡ ନାଇଟ ଅପରେସନ୍ରେ ସେମାନେ ପ୍ୟାରୀଙ୍କ ଶିବିରରେ ଥିଲେ, ଆଜି ସେମାନେ ନବୀନ ବାବୁଙ୍କୁ ଭୁଲ୍ ତଥ୍ୟ ଦେଇ ମିଛୁଆ ସଜାଉଛନ୍ତି ବୋଲି ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ ଇସାରା ଦେଇଛନ୍ତି । ଯାହାକୁ ନେଇ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି ହୋଇଛି ।
ଆଜି ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ ‘ମିଡ ନାଇଟ ଅପରେସନ’ ପୋଲ ଖୋଲିଛନ୍ତି । ସେ କହିଛନ୍ତି, ଚିଟଫଣ୍ଡ କେସ୍ ପରଠାରୁ ମୋତେ ଦଳରୁ ବହିସ୍କାର କରାଯାଇଥିବା ଓ ମୁଁ ଦଳରେ ନାହିଁ ବୋଲି ନବୀନଙ୍କୁ ଫିଡ୍ ବ୍ୟାକ ଦିଆଯାଇଛି । ଯେଉଁମାନେ ଏବେ ନବୀନ ବାବୁଙ୍କ ପାଖରେ ବେଶି ରାଉରାଉ ହେଉଛନ୍ତି, ସେମାନେ ସବୁ ମିଡ ନାଇଟ ଅପରେସନରେ ପ୍ୟାରୀ ବାବୁଙ୍କ ପାଖରେ ଥିଲେ । ଯଦିଓ ଖୋଲାଖୋଲି ସେ ‘ମିଡ ନାଇଟ ଅପରେସନ’ ବାବଦରେ ଖୋଲାଖୋଲି କିଛି କହି ନାହାଁନ୍ତି, ତଥାପି ଏହି ଗୋଷ୍ଠୀ ପ୍ୟାରୀ ବାବୁଙ୍କୁ ଫସେଇ ଦେଇଥିବା ସେ ଇସାରା ଦେଇଛନ୍ତି ।
ତାଙ୍କ ଇସାରା ଅନୁସାରେ, ଏହି କୁଚକ୍ରୀ ଗୋଷ୍ଠୀ ପ୍ୟାରୀ ବାବୁଙ୍କୁ କାନରେ ମନ୍ତ୍ର ଫୁଙ୍କି ନବୀନଙ୍କ ଅନୁପସ୍ଥିତିରେ ମିଡ ନାଇଟ ଅପସେନ୍ ଡାକିଥିଲେ । ବୈଠକ ଆରମ୍ଭ ହେବା ମାତ୍ରେ, ସେଇମାନେ ନବୀନ ବାବୁଙ୍କୁ ଫୋନ କରି ପ୍ରଥମେ ଘଟଣା ସମ୍ପର୍କରେ ଜଣାଇଥିଲେ । ଏହି କୁଚକ୍ରୀ ଗୋଷ୍ଠୀଙ୍କ ଲାଗି ପ୍ୟାରୀ ବାବୁ ଫସି ଯାଇଥିଲେ । ତାଙ୍କର ମାନ-ସମ୍ମାନ ଓ କ୍ଷମତା ସବୁ ଚାଲି ଯାଇଥିଲା । ଏପରିକି ସେ ‘ବେଇମାନ’ର ଆଖ୍ୟା ପାଇଥିଲେ । ଏବେ ସେହି କୁଚ୍ରକୀ ଗୋଷ୍ଠୀଙ୍କ କବଜାରେ ନବୀନ ବାବୁ ଅଛନ୍ତି । ତାଙ୍କର ଚକ୍ରାନ୍ତରେ ନବୀନ ବାବୁ ଏବେ ‘ମହା ମିଛୁଆ’ର ଆଖ୍ୟା ପାଇଥିବା କୁହାଯାଉଛି ।
କାରଣ ପ୍ରଭାତ ତ୍ରିପାଠୀ କହିଛନ୍ତି, ଚିଟ୍ଫଣ୍ଡ ମାମାଲାରେ ତାଙ୍କୁ ନିଲମ୍ବନ କରାଯାଇଥିଲା । ୨୦୧୭ରେ ତାଙ୍କ ଉପରୁ ନିଲମ୍ବନ ହଟିଥିଲା । ଏହାପରଠୁ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି । କୋଭିଡ୍ ପରେ ଦଳ ତାଙ୍କୁ ସବୁ ସ୍ଥାନରେ ବିନିଯୋଗ କରିଛି । ୨୦୨୪ ନିର୍ବାଚନରେ ବି ସେ ଦଳ ପାଇଁ କାମ କରିଛନ୍ତି । ଏକାଧିକ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ଥିଲେ । ୨୦୧୯ ନିର୍ବାଚନ ସଭାରେ ନବୀନଙ୍କ ଉପସ୍ଥିତରେ ମଂଚରେ ଭାଷଣ ଦେଇଥିଲେ । ପ୍ରଭାତ ତ୍ରିପାଠୀ ଦଳରେ ନାହାନ୍ତି କହିବା ଲୋକ ଦେଖୁଛନ୍ତି । କେବଳ କହିନାହାନ୍ତି, ପ୍ରମାଣ ମଧ୍ୟ ଦେଖାଇଛନ୍ତି ।
ଯଦି ଶ୍ରୀ ତ୍ରିପାଠୀ ଦୃଢତାର ସହ ଦଳରେ ଥିବା ଦାବି କରୁଛନ୍ତି, ତେବେ ସ୍ୱଚ୍ଛ-ନିର୍ମଳ ଭାବମୂର୍ତ୍ତୀ ଥିବା ନବୀନଙ୍କ ମୁହଁରେ ମିଛ କୁହାଇଲା କିଏ? କିଏ ନବୀନଙ୍କୁ ଫିଡବ୍ୟାକ ଦେଲା? କାହା ପାଇଁ ନବୀନ ଆଜି ମିଛୁଆ ଆଖ୍ୟା ପାଇଲେ? ପ୍ୟାରୀଙ୍କୁ ଫସେଇଥିବା ଓ ନବୀନଙ୍କୁ ବୁଡାଇବାକୁ ଲାଗିଥିବା ସେଇ ସେହି ନେତାମାନେ କିଏ? ଖୁବଶୀଘ୍ର ଏହା ଉପରୁ ପରଦା ହଟିବ ବୋଲି ଚର୍ଚ୍ଚା ହେଉଛି ।