ଅମରେଶଙ୍କୁ ମିଳିଲା ଗ୍ରୀନ୍ ସିଗନାଲ୍‌, ପ୍ରଚାର ଆରମ୍ଭ!

0 942

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବେଶ କିଛିଦିନ ହେଲା ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଆସନକୁ ନେଇ ଲାଗି ରହିଥିବା ଛକାପଞ୍ଛାର ଏକ ପ୍ରକାର ଅବସାନ ଘଟିଛି । ଗତକାଲି ବିଜେଡି ସମ୍ପାଦକ ଅମରେଶ ଜେନା ଓରଫ ବାଇଆଁ ଘରେ ଘରେ ଶଙ୍ଖ ଓ ପଦଯାତ୍ରା କାର୍ଯ୍ୟକ୍ରମ ପରେ ତାଙ୍କୁ ଉପର ମହଲରୁ ଗ୍ରୀନ ସିଗନାଲ ମିଳିଥିବା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଥିବା କୁହାଯାଉଛି ।

ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ଚର୍ଚ୍ଚା ପରେ ମଧ୍ୟ ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀ ଅମରେଶ ଜେନା ଓ ରୁଦ୍ର ନାରାୟଣ ସାମନ୍ତରାୟଙ୍କ କାର୍ଯ୍ୟକ୍ରମ ହଠାତ ବନ୍ଦ ହୋଇଯାଇଥିଲା । ବନ୍ଧୁ ମିଳନ ଓ ସମ୍ପର୍କ କାର୍ଯ୍ୟକ୍ରମ ଆଉ ଦେଖିବାକୁ ମିଳିନଥିଲା । ତେବେ ଗତକାଲି ହଠାତ ଅମରେଶ ଜେନା ୪୨ ନମ୍ବର ୱର୍ଡରୁ ଦଳୀୟ ପଦଯାତ୍ରା ଓ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଶହଶହ ସମର୍ଥକ ଓ ଦଳୀୟ କର୍ମୀଙ୍କ ସହ ବାଇଆଁ ପଦଯାତ୍ରା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ପ୍ରତି ଘରେ ମୁଖ୍ୟମନ୍ତ୍ରୀ ଓ ଶଙ୍କ ଚିହ୍ନ ଥିବା ପୋଷ୍ଟର ଲଗାଇବା ସହ ବିଜେଡି ସପକ୍ଷରେ ପ୍ରଚାର କରିଥିଲେ ।

ଅମରେଶ ଯେଉଁଭଳି ଭାବେ ତାଙ୍କର ପ୍ରଚାର ଆରମ୍ଭ କରିଛନ୍ତି, ସେଥିରୁ ଏକ ପ୍ରକାର ସ୍ପଷ୍ଟ ହେଉଛି ଯେ, ଦଳ ପକ୍ଷରୁ ତାଙ୍କୁ ବୋଧହୁଏ ଗ୍ରୀନ ସିଗନାଲ ମିଳିଯାଇଛି । ନଚେତ ସେ ଏଭଳି ଏକ ଘଡିସନ୍ଧି ମୁହୂତ୍ତରେ ସେ ପ୍ରଚାର କରିନଥାନ୍ତେ । ମିଳିଥିବା ସୂଚନା ଅନୁସାରେ, ନିକଟରେ ନବୀନ ନିବାସରେ ବସିଥିବା ବୈଠକରେ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ଗ୍ରୀନ ସିଗନାଲ ମିଳିନଥିଲା । ଯଦି ବିରୋଧୀଙ୍କୁ ମନାଇ ନିଜ ସପକ୍ଷକୁ ଆଣନ୍ତି, ତେବେ ତାଙ୍କ କଥା ପୁଣି ଥରେ ଚିନ୍ତା କରାଯାଇପାରେ ବୋଲି କୁହାଯାଇଥିଲା । ସେପେଟ ଅମରେଶଙ୍କୁ ଡାକି ଶଙ୍ଖ ଭବନରେ ପ୍ରଚାର କରିବାକୁ ସିଗନାଲ ଦିଆଯାଇଥିଲା ।

ସର୍ଭେ ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ଦଳ ସାଂସଦ ପ୍ରାର୍ଥୀ ଶ୍ରୀମୟୀ ମିଶ୍ରଙ୍କୁ ପରିବର୍ତ୍ତନ କରିବାକୁ ଚିନ୍ତା କରୁଛି । ଶ୍ରୀମୟୀଙ୍କ ସପକ୍ଷରେ ଭୋଟର ନଥିବାରୁ ତାଙ୍କ ସ୍ଥାନରେ ଅନନ୍ତଙ୍କୁ ଦଳ ସାଂସଦ ପ୍ରାର୍ଥୀ କରିପାରେ । ଅନନ୍ତ ସାଂସଦ ପ୍ରାର୍ଥୀ ହେଲେ ଅମରେଶଙ୍କୁ ଟିକେଟ ମିଳିବା ଏକ ପ୍ରକାର ସ୍ପଷ୍ଟ । ଏଭଳି ସିଗନାଲ ମିଳିବା ପରେ ବୋଧହୁଏ ଅମରେଶ ପ୍ରକାର ଆରମ୍ଭ କରିଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy