ବିକାଶ ରାସ୍ତାରେ ଯିଏ ବାଧକ ସାଜିବ, ତାକୁ ଉଚିତ୍ ଜବାବ ଦିଆଯିବ: ବାଇଁଆ

0 1,640

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ମୁଖ୍ୟମନ୍ତ୍ରୀ ‘ନୂତନ ଓଡ଼ିଶା’ ଗଠନ ଦିଗରେ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । ଗାଁ-ଗଣ୍ଡାରୁ ଆରମ୍ଭ କରି ରାଜଧାନୀ ପର୍ଯ୍ୟନ୍ତ ସବୁଠି ବିକାଶ କରିବାକୁ ନୂଆ ନୂଆ ଯୋଜନା କରୁଛନ୍ତି । ହେଲେ କିଛି ନ୍ୟାସ୍ତସ୍ୱାର୍ଥ ନେତା ଏଥିରେ ବାଧକ ସାଜୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବାକୁ ଚେଷ୍ଠା କରୁଥିବା ଲୋକଙ୍କ ଗୋଡ ଟାଣୁଛନ୍ତି । ତେବେ ଏଣିକି ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ତଥା ବିକାଶରେ ବାଧକ ସାଜିବେ, ସେମାନଙ୍କୁ ଉଚିତ ଜବାବ ଦିଆଯିବ ବୋଲି ଯୁବନେତା ଅମରେଶ ଜେନା ଓରଫ ବାଇଁଆ ଚେତାବନୀ ଦେଇଛନ୍ତି ।

ରବିବାର ବିଜେଡିର ଯୁବନେତା ତଥା ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ଅମରେଶ ଜେନା ଓରଫ ବାଇଁଆ ଆଜି ଏକ ବନ୍ଧୁ ମିଳନ ଆୟୋଜନ କରିଥିଲେ । ଏହି ଅବସରରେ ସେ କହିଥିଲେ, ମୁଁ ଛାତ୍ର ଜୀବନରୁ ରାଜନୀତିକୁ ଆସିଛି । ରାଜନୀତି କରି କ୍ଷମତାକୁ ଉପଭୋଗ କରିବା କିମ୍ବା ଲୋକଙ୍କ ଟଙ୍କାରେ ବ୍ୟାଙ୍କ ବାଲାନ୍ସ କରିବା ମୋର ଉର୍ଦ୍ଦେଶ୍ୟ ନୁହେଁ । ଲୋକମାନେ କିପରି ସାହାଯ୍ୟ-ସହଯୋଗ ପାଇବେ, ସରକାରୀ ଯୋଜନା ତାଙ୍କ ପାଖରେ ପହଞ୍ଚିବ ଓ ବିକାଶ କିପରି ସଠିକ ଢଙ୍ଗରେ ହୋଇପାରିବ, ଏହା ହିଁ ମୋର ମୂଳ ଉଦ୍ଦେଶ୍ୟ ।

ଦୀର୍ଘ ୨୫ବର୍ଷ ହେଲା ମୁଁ ଗୁଣ୍ଡୁଚି ମୂଷା ଭଳି ଲୋକଙ୍କ ସେବା କରି ଆସୁଛି । ଆଗକୁ ମଧ୍ୟ ସେବା କରିଚାଲିଥିବି । ହେଲେ କିଛି ନେତା ମୋ ଜନସେବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ବିକାଶ କରିବାକୁ ଚେଷ୍ଠା କଲେ, ସେମାନେ ଆମ ଗୋଡ ଟାଣୁଛନ୍ତି । ସେଇମାନଙ୍କୁ ଏହି ମଞ୍ଚରୁ ମୁଁ ଚେତାବନୀ ଦେଉଛି, ଏଭଳି ହୀନ କାର୍ଯ୍ୟରୁ ଦୂରେଇ ରୁହ, ନଚେତ ଏହାର ପରିଣାମ ଭୋଗିବ । ମୁଖ୍ୟମନ୍ତ୍ରୀ ଓ ୫ଟି-ଅଧ୍ୟକ୍ଷ ଓଡ଼ିଶାକୁ ନେଇ ଯେଉଁ ସ୍ୱପ୍ନ ଦେଖିଛନ୍ତି, ତାକୁ ଆମେ ସମସ୍ତେ ମିଳିମିଶି ପୂରଣ କରିବା ଲାଗି ସଂକଳ୍ପ ନେବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ଭୁବନେଶ୍ୱରର ପ୍ରଥମ ମେୟର ମିହିର ମହାନ୍ତି କହିଥିଲେ, ଦେଶ ତଥା ରାଜ୍ୟକୁ ବିକାଶ କରିବାକୁ ହେଲେ ଆମକୁ ଉଦୟମାନ ଯୁବନେତୃତ୍ୱର ଆବଶ୍ୟକତା ରହିଛି । ଦୌଡି ପାରୁଥିବା ଘୋଡାକୁ ରେସ୍‌ରେ ସାମିଲ କରାଯିବା ଉଚିତ, ଛୋଟା ଘୋଡାକୁ ନୁହେଁ । ଏହି କ୍ରମରେ ଭୁବନେଶ୍ୱର ମଧ୍ୟ ଆସନ ଲାଗି ବାଇଁଆ ହିଁ ଆମ ପାଇଁ ଏକମାତ୍ର ବିକଳ୍ପ । ତେଣୁ ଆଜି ଏଠାରେ ଉପସ୍ଥିତ ଥିବା ସମସ୍ତ ବନ୍ଧୁମାନେ ନୂଆ ସଂକଳ୍ପ ନେଇ ବାଇଁଆକୁ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ ।

ଏହି କାଯ୍ୟକ୍ରମରେ କର୍ପୋରେଟର ଲିଟୁ ମହାସୁପକାରଙ୍କ ସମେତ ପୂର୍ବତନ କର୍ପୋରେଟରମାନେ ନିଜ ନିଜ ବକ୍ତବ୍ୟରେ ବାଇଁଆକୁ ସହଯୋଗ କରିବାକୁ କହିଥିଲେ । ଏଥିସହିତ ଆଗାମୀ ନିର୍ବାଚନରେ ମଧ୍ୟ ଭୁବନେଶ୍ୱର ଆସନରୁ ବାଇଁଆ ହିଁ ଏକମାତ୍ର ବିକଳ୍ପ ହେଉ, ଏହି ସଂକଳ୍ପ ନେଇ ସମସ୍ତେ ଏକଜୁଟ ହୋଇଥିବା ଓ ଏହା ଗୋଡଟଣା ନେତାଙ୍କ ପାଇଁ ଚେତାବନୀ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ ।

ଉଲ୍ଲେଖଥାଉ କି, ଅମରେଶଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ସତେ ଯେମିତି ଏକ ବିରାଶ ସାଧାରଣ ସଭାରେ ପରିଣତ ହୋଇଥିଲା । ଭୁବନେଶ୍ୱର ମଧ୍ୟର ସମସ୍ତ ୧୯ଟି ୱାର୍ଡ ସହ ଏକାମ୍ର କ୍ଷେତ୍ରରୁ ଶହଶହ ସମର୍ଥକ ଓ ନେତା ଏଥିରେ ଯୋଗ ଦେଇଥିଲେ । ପ୍ରାୟ ୧୦ ହଜାରରୁ ଅଧିକ ଲୋକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ବିଶେଷ କରି ହଜାର ହଜାର ବାଇକ ରାଲି ସହରରକୁ ଏକ ପ୍ରକାର ଜାମ କରିଦେଇଥିଲା । ଏତେ ସଂଖ୍ୟକ ଲୋକଙ୍କ ଆଗମନ ଦେଖି ବିରୋଧି ଶିବିରରେ ଛନକା ପଶିଯାଇଛି ।

Get real time updates directly on you device, subscribe now.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy