ବେଗୁନିଆ: ବିଜେଡିକୁ ହରଡଘଣାରେ ପକାଇବାକୁ ପ୍ରୟାସ

0 684

ଭୁବନେଶ୍ୱର/ଖୋର୍ଦ୍ଧା, (ରିପୋଟର୍ସ ପେନ୍‌): ନିର୍ବାଚନ ଯେତିକି ପାଖଉଛି ଆଶାୟୀ ପ୍ରାର୍ଥୀଙ୍କ ଆର୍ବିଭାବ ସେତିକି ବଢୁଛି । ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ-ବୋଲଗଡ ଆସନ ଲାଗି ବିଜେଡିରୁ ଅନେକ ଆଶାୟୀ ଅଛନ୍ତି । କିନ୍ତୁ, ଚଳିତ ଥର ସ୍ଥାନୀୟ ଓ ସ୍ୱଚ୍ଛ-ନିର୍ମଳ ନେତାଙ୍କ ପ୍ରାର୍ଥୀ କରିବାକୁ ଲୋକେ ଅଡିବସିବାରୁ ଦଳ ଏବେ ସେହି ମାର୍ଗରେ ଯାଉଛି । ସ୍ଥାନୀୟ ଲୋକଙ୍କ ଟିକେଟ ଦେବାକୁ ଦଳ ଏକ ପ୍ରକାର ନିଷ୍ପତ୍ତି ନେଇଥିବା ବେଳେ ନିର୍ବାଚନ ମଣ୍ଡଳୀ ବାହାରୁ ଟିକେଟ ପାଇଁ ଆଶାୟୀ ତଥା ବିଜେଡି ସାଙ୍ଗଠନିକ ସଂପାଦକଙ୍କ ପାଖ ଲୋକ କହୁଥିବା ଜଣେ ନେତା ଦଳ ବିରୋଧରେ ରଣହୁଙ୍କାର ଦେବା ଚର୍ଚ୍ଚାର ବିଷୟ ପାଲଟିଛି ।

ବେଶ କିଛିଦିନ ହେଲା ଭୁବନେଶ୍ୱରରେ ରହୁଥିବା ତଥାକଥିତ ନେତା ନିଜକୁ ବିଜେଡି ମଙ୍ଗୁଆଳଙ୍କ ପାଖଲୋକ କହି ବେଗୁନିଆ ଓ ବୋଲଗଡ ନିର୍ବାଚନ ମଣ୍ଡଳୀରେ ବୁଲାବୁଲି କରୁଛନ୍ତି । ଏଥର ସେ ବିଜେଡି ଟିକେଟ ଦାବିଦାର ବୋଲି କହି ମୂଳ ବିଜେଡି ସମର୍ଥକଙ୍କୁ ନିଜ ସପକ୍ଷରେ ନେବାକୁ ଉଦ୍ୟମ କରୁଥିଲେ । ଏଭଳି କରି ସେ ଦଳକୁ ପ୍ରଭାବିତ କରି ଟିକେଟ ହାତେଇବା ଲକ୍ଷ୍ୟରେ ଥିଲେ । ନିର୍ବାଚନ ପାଖେଇ ଆସିବା ପରେ ତାଙ୍କୁ ଟିକେଟ ମିଳିବା ଆଶା ମଧ୍ୟ କ୍ଷଣ ହୋଇଥିଲା । ଏହା ଜାଣିବା ପରେ ସେ କିଛି ବିଜେଡିର ସ୍ଥାନୀୟ ନେତାଙ୍କୁ ଧରି ଘନଘନ ବୈଠକ ଚଳାଇଲେ । ଦୁଇ ଥର ବୈଠକ ସରିଥିବା ବେଳେ ଆଉଏକ ବୈଠକ ଲାଗି ପ୍ରସ୍ତୁତ ଚାଲିଛି ।

ଏହି ବୈଠକରେ ସେ ବିଜେଡିକୁ କିପରି ମାତ୍ ଦେବେ ସେ ନେଇ ରଣନୀତି ପ୍ରସ୍ତୁତ କରୁଛନ୍ତି । ସେ ସ୍ୱାଧିନ ଭାବେ ଲଢି ବିଜେଡି ଭୋଟକୁ ଭାଗ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ତାଙ୍କର ଏଭଳି ଆଚରଣକୁ ସ୍ଥାନୀୟ ମୂଳ ବିଜେଡି ନେତା ଓ କର୍ମୀମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି । ଏହାକୁ ନେଇ ସେଠାରେ ଦୁଇ ଗୋଷ୍ଠୀ ମଧ୍ୟ ଛକାପଞ୍ଝା ଆରମ୍ଭ ହୋଇଛି । ନିର୍ବାଚନ ସମୟରେ ଯଦି ସେ ବିଜେଡି ବିରୋଧରେ କୌଣସି କାର୍ଯ୍ୟକ୍ରମ କରନ୍ତି, ତେବେ ସେଠାରେ ଗୋଷ୍ଠୀ ସଂଘର୍ଷ ଘଟିବା ଆଂଶଙ୍କାକୁ ଏଡାଇ ଦିଆଯାଇନପାରେ । ଏଦିଗରେ ବିଜେଡି ମଙ୍ଗୁଆଳ ଓ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ରଖିବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy