ପଞ୍ଚାୟତରେ ପ୍ରତିଷ୍ଠା ହେବ କେନ୍ଦ୍ରୀୟ ବିଦ୍ୟାଳୟ : ପ୍ରିୟଦର୍ଶୀ

0 1,031

ଭୁବନେଶ୍ୱର,(ରିପୋଟର୍ସ ପେନ୍‌): ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ଆଜି ଧୂଆଁଦାର ପ୍ରଚାର କରିଛନ୍ତି । ଆଜି ସେ ରଘୁନାଥପୁର ଅଞ୍ଚଳରେ ବିରାଟ ରୋଡ୍ ସୋ କରି ଶକ୍ତି ପ୍ରଦର୍ଶନ କରିଥିଲେ।

ସନ୍ଧ୍ୟାରେ ରଘୁନାଥପୁର ପଞ୍ଚାୟତ ଅନ୍ତର୍ଗତ ସୋମନାଥ ନଗରୁ ରୋଡ୍ ସୋ ବାହାରିଥିଲା। ପଞ୍ଚାୟତର ସବୁ ସହିର ଗଳି କନ୍ଦି ପରିକ୍ରମା କରିଥିଲେ ପ୍ରିୟଦର୍ଶୀ। ପାଞ୍ଚ ଶହରୁ ଉର୍ଦ୍ଧ ବାଇକ ଆରୋହିଙ୍କ ସହ ଶତାଧିକ କର୍ମୀ ରାଲିରେ ଯାଇ ଭୋଟ୍ ମାଗିଥିଲେ। ଝାମୁ ପଡିଆ ମଙ୍ଗଳା ମନ୍ଦିର ନିକଟରେ ରୋଡ୍ ସୋ ଶେଷ ହୋଇଥିଲା। ଏହି ଅବସରରେ ପ୍ରିୟଦର୍ଶୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ଅପରାଗତା ପାଇଁ ପାଞ୍ଚ ପଞ୍ଚାୟତରେ କେନ୍ଦ୍ରୀୟ ବିଦ୍ୟାଳୟ ନାହିଁ। ଛାତ୍ରଛାତ୍ରୀ ଦୂର ଦୂରାନ୍ତ କେନ୍ଦ୍ରୀୟ ବିଦ୍ୟାଳୟକୁ ଯାଇ ପଢୁଛନ୍ତି। ବିଜେପି ଜିତିଲେ ପାଞ୍ଚ ପଞ୍ଚାୟତରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବ ବୋଲି ସଦୟ ପ୍ରତିଶୃତି ପ୍ରଦାନ କରିଥିଲେ।

ଏଥିପାଇଁ ଜସ୍ବସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡବଲ ଇଞ୍ଜିନ ସରକାରଙ୍କୁ ଏଠାକୁ ଆଣିବାକୁ ପଡିବ ବୋଲି ପ୍ରିୟଦର୍ଶୀ କହିଥିଲେ। ବିଜେପିକୁ ଡବଲ ପଦ୍ମ ଚିହ୍ନରେ ଭୋଟ୍ ଦେବାକୁ ସେ ନିବେଦନ କରିଥିଲେ। ଏହି ସମୟରେ ପଞ୍ଚାୟତର ହଜାର ହଜାର ଗ୍ରାମବାସୀ ପ୍ରିୟଦର୍ଶୀଙ୍କୁ ସ୍ୱାଗତ କରିବା ସହିତ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ପ୍ରତିଶୃତି ପ୍ରଦାନ କରିଥିଲେ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy