ବିଜେଡି ସରକାରର ଅପାରଗତା ବିରୁଦ୍ଧରେ ଜାରୀ କରାଯିବ ଚାର୍ଜସିଟ୍‌: ସୁଜିତ୍ ଦାସ

0 141

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଦୀର୍ଘ ୨୫ ବର୍ଷ ଧରି କ୍ଷମତାରେ ଥିବା ଜନବିରୋଧୀ ବିଜେଡି ସରକାରର ଅନ୍ୟାୟ, ଦୁର୍ନୀତି, ଭ୍ରଷ୍ଟାଚାର, ଅଗଣତାନ୍ତ୍ରୀକ ଶାସନ ବ୍ୟବସ୍ଥା, ମହିଳା ବିରୋଧୀ ହିଂସାରେ ଓଡିଶାବାସୀ ହନ୍ତସନ୍ତ ହେଉଛନ୍ତି । ପ୍ରତ୍ୟେକ ଦିନ ଓଡିଆ ଅସ୍ମିତା ଓ ସ୍ୱାଭୀମାନର ହତ୍ୟା କରାଯାଉଛି । ଓଡିଶାବାସୀଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ବିଜେଡି ସରକାରର ଏହି କଳା ଅଧ୍ୟାୟର ଅନ୍ତ ହେବା ନିହାତି ଆବଶ୍ୟକ ।

ଏହି ପରିପ୍ରେକ୍ଷୀରେ ଆସନ୍ତା କାଲି ଭାରତୀୟ ଜନତା ପାର୍ଟୀ ତରଫରୁ ବିଜେଡି ସରକାରର ୨୫ ବର୍ଷର ଅପାରଗତା ବିରୁଦ୍ଧରେ ଚାର୍ଜସିଟ୍ ଜାରୀ କରାଯିବ । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ଯାଦବ ଓ ଅନ୍ୟାନ୍ୟ ନେତୃମଣ୍ଡଳୀ ଉପସ୍ଥିତ ରହିବେ ବୋଲି ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ୍ ଦାସ ସୂଚନା ଦେଇଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy