ରାଜଧାନୀରେ ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ ସୋ’

0 42

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମେଗା ରୋଡ ସୋ’ କରି ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗୋଟିଏ ଝଲକ ପାଇବା ଓ ତାଙ୍କ ପାଖରୁ କିଛି ଶୁଣିବା ପାଇଁ ରାଜଧାନୀ ରାସ୍ତାରେ ଶହଶହ ଲୋକ ରୁଣ୍ଡ ହୋଇଥିଲେ ।

ପୁରା ଭୁବନେଶ୍ୱର ଥିଲା ଆଜି ନବୀନ ମୟ । ହଜାର ହଜାର ଛାତ୍ରଛାତ୍ରୀ, ମହିଳାଙ୍କ ଗହଣରେ ପୂରି ଉଠିଲା ରାଜଧାନୀ ରାଜପଥ । ଗଙ୍ଗନଗର ଛକରୁ ଆରମ୍ଭ ହୋଇଥିବା ମେଗା ରୋଡ ଶୋ’ ଗୋପବନ୍ଧୁ ଛକ, ଡିଏଭି ସ୍କୁଲ ଛକ, ଶ୍ରୀକୃଷ୍ଣ କ୍ଲବ ଛକ, କଳିଙ୍ଗ ଷ୍ଟାଡିୟମ ଛକ, ବାୟାବାବା ମଠ, ସତ୍‌ଯନଗର, ଶିଶୁଭବନ ଛକ ଦେଇ ଯିବାବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ସମବେତ ଜନତାଙ୍କ ମଧ୍‌ଯରେ ଥିଲା ଅପୂର୍ବ ଉତ୍ସାହ । ସୁଖଦୁଃଖର ସାଥୀ ନେତାଙ୍କ ସାନ୍ନିଧ୍ୟ ଲାଭ କରିବା ଲାଗି ସବୁଠି ରହିଥିଲା ଉଦବେଳନ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ- ଜୁଲାଇ ମାସରୁ ବିଜୁଳି ବିଲ ମାଗଣା ହେବ । ସମସ୍ତଙ୍କ ଲାଗି ବିଏସକେୱାଇ ଲାଗୁ ହେବ । ଏହାସହ ଶଙ୍ଖ ଚିହ୍ନରେ ଭୋଟ ଦେବା ଲାଗି ସେ ଉପସ୍ଥିତ ଜନତାଙ୍କୁ ଆହ୍ୱାନ ଦେଇଥିଲେ । ସମସ୍ତ ସ୍ଥାନରେ ହଜାର ହଜାର ଏସଏଚଜି ମହିଳା ବି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ହାତରେ ବିଜେଡି ପତାକା ଧରି ମେଗା ଶୋ’ରେ ସାମିଲ ହୋଇଥିଲେ ରାଜଧାନୀବାସୀ । ରୋଡ ସୋ’ରେ ବରିଷ୍ଠ ବିଜେଡି ନେତା ଭିକେ ପାଣ୍ଡିଆନ ମଧ୍ୟ ସାମିଲ ହୋଇଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy