୯ଟି ଆସନର ଲୋକସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

0 209

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଜି କଂଗ୍ରେସ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ବାଲେଶ୍ବରରୁ ଶ୍ରୀକାନ୍ତ ଜେନା, ଭଦ୍ରକରୁ ଅନନ୍ତ ପ୍ରସାଦ ସେଠୀ, କେନ୍ଦୁଝରରୁ ମୋହନ ହେମ୍ବ୍ରମ୍, ଢେଙ୍କାନାଳରୁ ସସ୍ମିତା ବେହେରା, ପୁରୀରୁ ସୁଚରିତା ମହାନ୍ତି, ଯାଜପୁରରୁ ଅଞ୍ଚଳ ଦାସ, ଜଗତସିଂହପୁରରୁ ରବୀନ୍ଦ୍ର କୁମାର ସେଠୀ, କେନ୍ଦ୍ରାପଡ଼ାରୁ ସିଦ୍ଧାର୍ଥ ସ୍ବରୂପ ଦାସ, ଭୁବନେଶ୍ବରରୁ ୟାସିର ନୱାଜ ଲଢିବେ ବୋଲି ତାଲିକାରେ ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ, କଂଗ୍ରେସ ପ୍ରଥମ ଦଫାରେ ୮ଟି ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଦେଇଥିଲା। ବରଗଡ଼ରେ ସଂଜୟ ଭୋଇ, ବଲାଙ୍ଗୀରରେ ମନୋଜ ମିଶ୍ର, କଳାହାଣ୍ଡିରେ ଦ୍ରୌପଦୀ ମାଝୀ, ନବରଂଗପୁରରେ ଭୁଜବଳ ମାଝୀ, କୋରାପୁଟରେ ସପ୍ତଗିରି ଉଲାକା, କନ୍ଧମାଳରେ ଅମିର ଚାନ୍ଦ ନାୟକ, ବ୍ରହ୍ମପୁରରେ ରଶ୍ମିରଂଜନ ପଟ୍ଟନାୟକ ଓ ସୁନ୍ଦରଗଡ଼ରେ ଜନାର୍ଦ୍ଦନ ଦେହୁରୀ ପ୍ରାର୍ଥୀ ହୋଇଛନ୍ତି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy