ରାଜଧାନୀରେ ମୋଦୀଙ୍କ ବିଶାଳ ରୋଡ ସୋ’

0 192

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବିଶାଳ ରୋଡ୍ ସୋ’ କରିଛନ୍ତି । ମୋଦିଙ୍କୁ ଦେଖିବାକୁ ରାଜଧାନୀର ଜନପଥର ପ୍ରାୟ ୨କିମି ରାସ୍ତା କଡରେ ହଜାର ହଜାର ସମାଗମ ହୋଇଥିଲେ । ଭୁବନେଶ୍ୱରର ସାଂସଦ ତଥା ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ସାଙ୍ଗରେ ନେଇ ମୋଦି ରୋଡ୍ ସୋ’ କରିଛନ୍ତି । ବିଜେପି ରାଜ୍ୟ ମୁଖ୍ୟାଳୟ ଠାରୁ ବାଣୀବିହାର ଛକ ପର୍ଯ୍ୟନ୍ତ ମୋଦିଙ୍କ ରୋଡ୍ ସୋ’କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ମୋଦି… ମୋଦି… ସ୍ଲୋଗାନରେ ସମଗ୍ର ଜନପଥ ପ୍ରକମ୍ପିିତ ହୋଇଥିଲା ।

ପ୍ରଧାନମନ୍ତ୍ରୀ ମୋଦି ଦୁଇଦିନିଆ ଗସ୍ତରେ ଆସି ଆଜି ରାତିରେ ଭୁବନେଶ୍ୱରରେ ପହଞ୍ଚିିବା ପରେ ବିଜେପି କାର୍ଯ୍ୟାଳୟଠାରୁ ତାଙ୍କର ରୋଡ୍ ସୋ’ ଆରମ୍ଭ ହୋଇଥିଲା । ମୋଦିଙ୍କ ରୋଡ୍ ସୋ’ରେ ଓଡିଶାର କଳା,ସଂସ୍କୃତି ଓ ପରମ୍ପରାର ପ୍ରଦର୍ଶନ ପାଇଁ ପ୍ରୟାସ ହୋଇଥିଲା । କୋଣାର୍କ ଚକ୍ର, ଖଣ୍ଡଗିରି ଓ ଅନ୍ୟ ଐତିହ୍ୟକୁ ମଧ୍ୟ ପ୍ରଦର୍ଶନ କରାଯାଇଥିବାବେଳେ ୧୫୦ରୁ ଅଧିକ ମହିଳା ପଶାପାଲି ଶାଢୀ ପିନ୍ଧି ଏହି ରୋଡ୍ ସୋ’ରେ ସାମିଲ ହୋଇଥିଲେ । ସାଧାରଣ ଲୋକେ ମୋଦି ମୋଦି ସ୍ଲୋଗାନ ଦେବା ସହ ମୋଦିଙ୍କ କାରକେଡ୍ ଉପରକୁ ପୁଷ୍ପ ବୃଷ୍ଟି କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ୍ ସୋ’କୁ ନେଇ ରାଜ୍ୟ ବିଜେପି ଉତ୍ସାହିତ ହୋଇପଡିଛି । ଅପରାଜିତାଙ୍କୁ ଧରି ପ୍ରଧାନମନ୍ତ୍ରୀ ମୋଦି ରୋଡ୍ ସୋ’ କରିବାକୁ ରାଜନୀତିକ ମହଲରେ ବେଶ୍ ଗୁରୁତ୍ୱ ଦିଆଯାଉଛି । ତେବେ ମୋଦିଙ୍କ ରୋଡ ସୋ’ ଯୋଗୁଁ ଅପରାଜିତାଙ୍କ ଭୋଟହାର ଅଧିକ ବୃଦ୍ଧି ପାଇବା ସମ୍ଭାବନା ବଢିଛି ବୋଲି ଚର୍ଚ୍ଚା ହେଉଛି । ଏହି ରୋଡ୍ ଶୋ’ର ପ୍ରଭାବ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଅନ୍ୟ ବିଧାନସଭା ଆସନଗୁଡିକ ଉପରେ ପଡିବ ଓ ବିଜେପି ପ୍ରାର୍ଥୀମାନଙ୍କ ସପକ୍ଷରେ ଜନମତ ସୃଷ୍ଟି ହେଉଥିବା ରାଜନୀତିକ ମହଲରେ ଆଲୋଚନା ହେଉଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy