ଓଡ଼ିଶାର ବିକାଶ ପାଇଁ ଯୋଜନା ନୁହଁ ବିଜୁ ଜନତା ଦଳ ସରକାରର କେବଳ ନିର୍ବାଚନ ଷ୍ଟଣ୍ଟ: ଗୋଲକ ମହାପାତ୍ର

0 1,258

ଭୁବନେଶ୍ୱର,(ରିପୋଟର୍ସ ପେନ) : ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ଯୋଜନାକୁ ନେଇ ସବୁଆଡେ ବିରୋଧ ଚାଲୁଥିବାବେଳେ ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି ବିଜୁ ଗାଁ ଗାଡି ଆରମ୍ଭ ହେଇଥିଲା ୨୦୧୪ ନିର୍ବାଚନ ଠିକ ପୂର୍ବରୁ,ଏବେ ସେ ଯୋଜନାର ସମାଧି ହୋଇ ଯାଇଛି । ଆଉ ଏବେ ପୁଣି ମହାଲକ୍ଷ୍ମୀ ଯୋଜନା । ଦେଖାଯାଉ ଏ ଯୋଜନାର ଅବସ୍ଥା କ’ଣ ହେଉଛି ।

ଓଡ଼ିଶାର ବିକାଶ ପାଇଁ ଯୋଜନା ନୁହଁ ବିଜୁ ଜନତା ଦଳ ସରକାରର କେବଳ ନିର୍ବାଚନ ଷ୍ଟଣ୍ଟ୍ । ନିର୍ବାଚନ ସରିଲେ ଏ ଯୋଜନା ବି ବିଜୁ ଗାଁ ଗାଡି ଭଳି ସମାପ୍ତ ହେଇଯିବନି ତ ବୋଲି ପ୍ରଶ୍ନ କରିଛନ୍ତି ଗୋଲକ ମହାପାତ୍ର ।

ସେପଟେ ଏନେଇ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି କେନ୍ଦ୍ର ସରକାର ଅନେକ ବସ ଦେଉଛି । ସେଗୁଡିକୁ ନେଇ ନିର୍ଦ୍ଦିଷ୍ଟ ଭାବେ ଯୋଜନା କରିବା କଥା ରାଜ୍ୟ ସରକାର । କିନ୍ତୁ ସରକାର କିଛି କରୁଛନ୍ତି କି ? କିଛି ତ କରୁନାହାନ୍ତି । ତେଣୁ ପ୍ରାଇଭେଟ୍ ପାର୍ଟି ମାନଙ୍କ ବସ ଆଣି ବ୍ୟବହାର କରିବେ ଏବଂ ତାକୁ ଲକ୍ଷ୍ମୀ ଯୋଜନାର ନାଁ ଦେବାର ମାନେ କଣ ? ରାଜ୍ୟରେ ଆମ ବସ ଯୋଜନା, ସମ୍ବଲପୁର ଓ ରାଉରକେଲାରେ ଭିନ୍ନ ଭିନ୍ନ ଯୋଜନା ଅଛି । କେନ୍ଦ୍ର ସରକାର ସବୁବେଳେ ବସ ଦେବା ପାଇଁ ପ୍ରସ୍ତୁତ ଅଛି । ସେଗୁଡିକୁ ଆଣି ଓଡ଼ିଶା ସରକାର ନିଜସ୍ବ ରାଜସ୍ବ ବୃଦ୍ଧି କରିବା ପାଇଁ ଚେଷ୍ଟା କରିବା କଥା ।

ତେଣୁ କେତୋଟି ପ୍ରାଇଭେଟ୍ ପାର୍ଟି ବସ ଆଣି ଚଳାଇବେ ରାଜ୍ୟ ସରକାର । ରାଜ୍ୟରେ ଲୋକ ସଂଖ୍ୟା ଅନୁପାତରେ ବସ ସଂଖ୍ୟା ଅତି ନଗଣ୍ୟ । ଅଧିକାଂଶ ଗାଁକୁ ଗାଡ଼ି ଯାଉନାହିଁ । କେତେ ପଞ୍ଚାୟତ ମୁଖ୍ୟାଳୟକୁ ଲକ୍ଷ୍ମୀ ଯୋଜନାର ବସ ଯିବ ତାର ଜବାବ ଦିଅନ୍ତୁ ରାଜ୍ୟ ସରକାର ?

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy