କେବଳ ‘ପ୍ରତିଶୃତି ପତ୍ର’ ନୁହେଁ ବରଂ ‘ସଂକଳ୍ପ ପତ୍ର’ ହେବ : ପୃଥ୍ୱୀରାଜ ହରିଚନ୍ଦନ

0 309

ଭୁବନେଶ୍ୱର,(ରିପୋଟର୍ସ ପେନ୍‌): ସାଧାରଣ ଜନତାଙ୍କୁ ବିକଶିତ କରିବା ସହିତ ଆଗାମୀ ୨୦୪୭ସୁଧା ଭାରତକୁ ବିଶ୍ୱଗୁରୁ ତଥା ବିକଶିତ କରିବାର ଲକ୍ଷ୍ୟରେ ମୋଦି ସରକାର ପ୍ରତିଶ୍ରୁତିବଦ୍ଧ । ‘ବିକଶିତ ଓଡ଼ିଶା ଓ ବିକଶିତ ଭାରତ’ ହିଁ ମୋଦିଙ୍କ ଗ୍ୟାରେଂଟି । ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ତୃତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଆସନରେ ବସାଇବା ଲକ୍ଷ୍ୟରେ ବିଜେପି ସାରା ଦେଶରେ ସାଧାରଣ ଜନତାଙ୍କ ମତାମତ ଲୋଡିବାକୁ ପ୍ରୟାସ ଆରମ୍ଭ କରିଛି । ତୃତୀୟଥର ବିଜେପି କ୍ଷମତାକୁ ଆସିଲେ କ’ଣ ସବୁ ଜନମଙ୍ଗକାରୀ ଯୋଜନା ଲାଗୁ କରିବା ଆବଶ୍ୟକ ସେ ନେଇ ସାଧାରଣ ଜନତାଙ୍କ ମତାମତ ଲୋଡିବାକୁୁ ପ୍ରୟାସ ଆରମ୍ଭ ହୋଇଛି । ବିଭିନ୍ନ ରାଜ୍ୟ ତଥା ବିଭିନ୍ନ ବର୍ଗର ଲୋକମାନଙ୍କର ଅଭିମତ ସଂଗ୍ରହ କରାଯାଇ ଭାରତୀୟ ଜନତା ପାର୍ଟିର ସଂକଳ୍ପପତ୍ର ତିଆରି ହେବ । ଏହା କେବଳ ପ୍ରତିଶୃତି ପତ୍ର ନୁହେଁ ବରଂ ସଂକଳ୍ପ ପତ୍ର ହେବ ବୋଲି ରାଜ୍ୟ ସଂକଳ୍ପ ପତ୍ର କମିଟି ମୁଖ୍ୟ ତଥା ବରିଷ୍ଠ ନେତା ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।

ସଂକଳ୍ପ ପତ୍ର ପ୍ରକାଶ ପାଇବା ପୂର୍ବରୁ ଭାରତୀୟ ଜନତା ପାର୍ଟି ତରଫରୁ ସମଗ୍ର ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ବିଭିନ୍ନ ବର୍ଗର ଲୋକମାନଙ୍କ ଅଭିମତ ସଂଗ୍ରହ କରାଯାଉଛି । ଏହି ଅବସରରେ ଗତ ୧୧ ତାରିଖ ଦିନ ରାଜ୍ୟ କାର୍ଯ୍ୟାଳୟରୁ ଓଡ଼ିଶାର ୨୧ଟି ସଂସଦୀୟ କ୍ଷେତ୍ର ଅଧିନସ୍ଥ ୧୪୭ଗୋଟି ବିଧାନସଭାକୁ ୩୪ଟି ଭିଡିଓ ଭ୍ୟାନ/ପ୍ରଚାର ଗାଡି ଯାତ୍ରା କରିଛି । ଏହି ସବୁ ଗାଡିରେ ମତାମତ ପେଟିକା ଓ ସଂକଳ୍ପପତ୍ର ବିଧାନସଭାକ୍ଷେତ୍ର ପର୍ଯ୍ୟନ୍ତ ପଠାଯାଇଛି । ଏହା ପ୍ରତ୍ୟେକ ବିଧାନସଭାରେ ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ ସାଧାରଣ ସଭା ମାଧ୍ୟମରେ ସାଧାରଣ ଜନତାଙ୍କ ମତାମତ ସଂଗ୍ରହ କରିବ । ପ୍ରତ୍ୟେକ ପଂଚାୟତ ଓ ସହରାଚଂଳରୁ ମୋଦି ସରକାରଙ୍କଠାରୁ ୧୪୦ କୋଟି ଲୋକଙ୍କର ଆଶା, ଆକାଂକ୍ଷା ଓ ସ୍ୱପ୍ନର ସଂକଳ୍ପ ପତ୍ର ପାଇଁ ଅଭିମତ ଗ୍ରହଣ କରାଯାଇ ଦିଲ୍ଲୀକୁ ପଠାଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ରାଜ୍ୟ ସଂକଳ୍ପ ପତ୍ର କମିଟିର ସଦସ୍ୟମାନେ ସେମାନଙ୍କ ସହ ବିସ୍ତୃତ ଆଲୋଚନା କରିବା ସହିତ ମତାମତ ସଂଗ୍ରହ କରୁଛନ୍ତି । ରାଜ୍ୟ ତଥା ଦେଶ ତଥା ସମଗ୍ର ବିଶ୍ୱ ଆଜି ସୁସ୍ଥ ଜଳବାୟୁକୁ ପ୍ରାଧାନ୍ୟ ଦେଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜଳବାୟୁ ପରିବର୍ତନକୁ ନିୟନ୍ତ୍ରଣ କରିବା ପାଇଁ ବିଶ୍ୱସ୍ତରରେ ନେତୃବୃନ୍ଦଙ୍କ ସହ ଆଲୋଚନା କରୁଛନ୍ତି । ଅନେକ ସାମାଜିକ ସଂଗଠନ ଜଳବାୟୁ ପରିବର୍ତନ ସଂପର୍କରେ କାର୍ଯ୍ୟ କରୁଛନ୍ତି । ଓଡିଶାରେ କାର୍ଯ୍ୟରତ ଅନେକ ସଂଗଠନ ଆଜି ରାଜ୍ୟ ସଂକଳ୍ପ ପତ୍ର କମିଟିର ସଦସ୍ୟମାନଙ୍କୁ ଭେଟି ବହୁମୂଲ୍ୟ ମତ ଓ ପ୍ରସ୍ତାବ ପ୍ରଦାନ କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ କଥାକୁ ବିଜେପି ତାର ସଂକଳ୍ପପତ୍ରରେ ଗୁରୁତ୍ୱ ଦେବ, ଯାହା କେନ୍ଦ୍ରୀୟ ସଂକଳ୍ପପତ୍ର ପ୍ରସ୍ତୁତିରେ ନିଶ୍ଚିତ ସହାୟକ ହେବ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସଂକଳ୍ପ ପତ୍ର ପ୍ରସ୍ତୁତି ପାଇଁ ଲୋକମାନଙ୍କ ଅଭିମତ ସଂଗ୍ରହ କରାଯାଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ଏହି ଅବସରରେ ବରିଷ୍ଠ ନେତା ଭୃଗୁ ବକ୍ସିପାତ୍ର, ସଜ୍ଜନ ଶର୍ମା, ସୁଦର୍ଶନ ନାୟକ, ସତ୍ୟବ୍ରତ ପଣ୍ଡା, ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ପ୍ରମୁଖଙ୍କ ସମେତ ଅନେକ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy