ଗଞ୍ଜାମବାସୀ କେବେ ଭୂଲ କରିବେନାହିଁ, ଠକମାନଙ୍କୁ ଜେଲ୍ ପଠାଇବେ : ପାଣ୍ଡିଆନ

0 97

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ଛତ୍ରପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର୍ କରି ବିପୁଳ ଭୋଟରେ ଜିତାଇବାକୁ ଅନୁରୋଧ କରିଛନ୍ତି। ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଏବଂ ଛତ୍ରପୁର ବିଧାନସଭା ପ୍ରାର୍ଥୀ ସୁବାସ ବେହେରାଙ୍କୁ ୯୫ ପ୍ରତିଶତ ଭୋଟ ଦେଇ ବିପୁଳ ମାର୍ଜିନରେ ଜିତାଇବା ପାଇଁ ଅନୁରୋଧ କରିଛନ୍ତି।

ବିରୋଧୀ ଦଳଙ୍କୁ ଶାଣିତ ଆକ୍ରମଣ କରି ସେ କହିଲେ ଯେ, ଠକ ମାନଙ୍କ ସ୍ଥାନ ଜେଲରେ। ଗଞ୍ଜାମବାସୀ କେବେ ଭୁଲ କରିବେ ନାହିଁ, ଠକ ମାନଙ୍କୁ ସଂସଦ ପଠାଇବେ ନାହିଁ। ଭାରତୀୟ ଜନତା ପାର୍ଟିର ଡବଲ ଇଞ୍ଜିନ ପ୍ରଚାର ଉପରେ ଆକ୍ରମଣ କରି ସେ କହିଲେ ଯେ ଥରେ କ୍ଷମତାକୁ ଆସିଲେ ଡବଲ ଇଞ୍ଜିନ ରାଜ୍ୟକୁ ୨୦ ବର୍ଷ ପଛକୁ ନେଇଯିବ ।

ଉଦାହରଣ ଦେଇ ସେ କହିଲେ ଯେ ହିମାଚଳରେ ଡବଲ ଇଞ୍ଜିନ ବନ୍ଦ ହେଇଗଲାଣି । ଛତିଶଗଡ଼ ଓ ରାଜସ୍ଥାନରେ ଏପଟ ସେପଟ ହେଉଛି ।ଡବଲ ଇଞ୍ଜିନ ଯଦି ଏତେ ଷ୍ଟ୍ରଙ୍ଗ, ତେବେ ବାରମ୍ବାର ଯାଉଚି ଆଉଚି କାହିଁକି? ସ୍ଥିର ସରକାର ନାହିଁ କାହିଁକି?

ସେ ପୁଣି କହିଲେ ଯେ ଡବଲ ଇଞ୍ଜିନ ସରକାରରେ ଦୈନିକ ମଜୁରି ମାତ୍ର ୩୦୦ ଟଙ୍କାରୁ ସାମାନ୍ୟ ଅଧିକ, କିନ୍ତୁ ନବୀନ ଇଂଜିନରେ ଏହା ୪୫୦ ଟଙ୍କା ।ଡବଲ ଇଞ୍ଜିନ ସରକାରରେ ଭତ୍ତା ମାତ୍ର ୩୦୦ ଟଙ୍କା, ନବୀନ ଇଞ୍ଜିନ ସରକାରରେ ଭତ୍ତା ୧୦୦୦ ଟଙ୍କା ବୋଲି ସେ କହିଥିଲେ।

ଆୟୁଷ୍ମାନ ଭାରତ ପ୍ରସଙ୍ଗ ଉଠାଇ ସେ କହିଲେ ଯେ ଆୟୁଷ୍ମାନ ଭାରତର ଜୋରଦାର ପ୍ରଚାର କରାଯାଉଛି। କିନ୍ତୁ ସତ କଣ ଆପଣ ଜାଣନ୍ତୁ। ସାରା ଦେଶ ପାଇଁ ଆୟୁଷ୍ମାନ ଭାରତରେ ବଜେଟ ହେଉଛି ୬୦୦୦ କୋଟି ଟଙ୍କା। ଓଡ଼ିଶା ଭାଗରେ ମାତ୍ର ୩୦୦ କୋଟି ଟଙ୍କା । କିନ୍ତୁ, BSKYରେ ଆମର ବର୍ଷକୁ ଖର୍ଚ୍ଚ ହେଉଛି ୫୦୦୦ କୋଟି ଟଙ୍କା। ଗରିବର ସ୍ବାସ୍ଥ୍ୟ ଚିନ୍ତା ଓଡ଼ିଶାରେ ନାହିଁ।

ସେ ପୁଣି କହିଲେ ଯେ ଡବଲ ଇଞ୍ଜିନ କଥା ଆପଣ କେବଳ ନିର୍ବାଚନ ସମୟରେ ଶୁଣିବେ, ତା ପରେ ତାଙ୍କର ଦେଖା ନ ଥିବ । Double Engine ହେଉଛି vote Engine. ବାକି ସବୁ ସମୟରେ ନବୀନ ଇଞ୍ଜିନ ଆପଣଙ୍କ ସାଥିରେ, ଆପଣଙ୍କ ଦୁଃଖ ସୁଖ ସବୁଥିରେ ରହିଛି, ରହିଥିବ । ନବୀନ ଇଞ୍ଜିନ ହେଉଛି ସ୍ଵଚ୍ଛତାର ଇଞ୍ଜିନ । ଲୋକଙ୍କ ପାଇଁ କାମ କରିବାର ଇଞ୍ଜିନ, ସେବାର ଇଞ୍ଜିନ ।

ଗଞ୍ଜାମରେ ତାଙ୍କର କର୍ମ ମୟ ଜୀବନର ସମୟକୁ ମନେ ପକାଇ ସେ ଭାବ ପ୍ରବଣ ହୋଇ ପଡ଼ିଥିଲେ।ଗଞ୍ଜାମ ବାସି, ବିଶେଷ କରି ଛତ୍ରପୁର ବାସୀଙ୍କ ସ୍ନେହ ଶ୍ରଦ୍ଧା ମୁ କେବେ ଭୁଲି ପାରିବି ନାହିଁ ବୋଲି ସେ କହିଥିଲେ ।ଛତ୍ରପୁର ବାସୀ ମୋତେ ପରିବାର ସଦସ୍ୟଙ୍କ ଭଳି ଦେଖନ୍ତି ବୋଲି ସେ କହିଥିଲେ।

ସେ କହିଥିଲେ ଯେ ମୋ ଝିଅର ଜନ୍ମ ମାଟି ହେଉଛି ଛତ୍ରପୁର । ମା ତାରା ତାରିଣିଙ୍କ ଆଶୀର୍ବାଦରୁ ସେ ଜନ୍ମ ହୋଇଛି ବୋଲି ମଧ୍ୟ ସେ କହିଥିଲେ। ମୁଖ୍ୟମନ୍ତ୍ରୀ ଆମକୁ କାମର ହିସାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି, ତାଙ୍କ ନିର୍ଦ୍ଦେଶରେ ମୁ ହିସାବ ଦେଉଚି । ଛତ୍ରପୁର ରେ ୪୨ କୋଟି ଟଙ୍କାର କାମ ଚାଲିଛି।

ସୁନ୍ଦରେଶ୍ୱର ମନ୍ଦିର, ମା ରାମଚଣ୍ଡୀ ମନ୍ଦିର ଓ ବଟେଶ୍ୱର୍ ମହାଦେବ ମନ୍ଦିର ପାଇଁ ୫.୨୦ କୋଟି। କଂସାରି ଗଣ୍ଡ ବନ୍ଧ ୧୫୦ କୋଟି। ଜଗନ୍ନାଥପୁର ଷ୍ଟେସନ ଓ ବ୍ରହ୍ମପୁର ମଧ୍ୟରେ RoB ପାଈଁ ୧୦୦ କୋଟି ଟଙ୍କା। ଛତ୍ରପୁର ରେ ହକି ତାଲିମ କେନ୍ଦ୍ର ପାଇଁ ୧୨ କୋଟି। ବିଜୁ ପଟ୍ଟନାୟକ ସନ୍ତରଣ କେନ୍ଦ୍ର ପାଇଁ ୩.୫୦ ଟଙ୍କା। ଛତ୍ରପୁର, ଗଞ୍ଜାମ ଓ ରଙ୍ଗେଇଲୁଣ୍ଡା ଏହି ତିନୋଟି ବ୍ଲକରେ ପାଇପ ପାଣି ପାଇଁ ୩୬୦ କୋଟି ଟଙ୍କା ର କାମ ଚାଲିଛି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy