ରିଲିଜ୍ ହେଲା ପ୍ରଣବ ଦାସଙ୍କ ନିର୍ବାଚନୀ ଗୀତ, ଦେଖନ୍ତୁ

0 1,121

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କର ନିର୍ବାଚନୀ ଗୀତ ରିଲିଜ୍ ହୋଇଛି । ପ୍ରଣବଙ୍କ ଏକାନ୍ତ ଅନୁଗତ ତଥା ବିଜେଡିର ଯୁବନେତା ସ୍ମୃତି ସାମନ୍ତରାୟ ଓରଫ ରାଣାଙ୍କର ପ୍ରଯୋଜନାରେ ରିଲିଜ୍ ହୋଇଥିବା ଏହି ଗୀତରେ ସମ୍ବଲପୁରର ପ୍ରସିଦ୍ଧ ଗାୟକ ରୁକୁ ସୋନା କଣ୍ଠଦାନ କରିଛନ୍ତି । ଏହି ଗୀତଟି ଏବେ ସାରା ରାଜ୍ୟରେ ଚହଳ ପକାଇଛି ।

ସାରା ରାଜ୍ୟରେ ଏବେ ନିର୍ବାଚନୀ ପ୍ରଚାର ଜୋରଦାର ହୋଇଛି । ଏହି ପ୍ରଚାରରେ ସବୁଠାରୁ ଆଗରେ ରହିଛି ସମ୍ବଲପୁର ଲୋକସଭା ଆସନ । କାରଣ ଏହି ଆସନରୁ ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳର ତୁଙ୍ଗ ନେତାଙ୍କ ମଧ୍ୟ ପ୍ରତିନ୍ଦ୍ୱନ୍ଦୀତା ହେଉଛି । ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଫଳରେ ସେଠାରେ ହାଇଭୋଲଟେଜ୍ ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇଛି ।

https://youtu.be/gt0Kg2ngUuE?si=MTm3BbuUYPXf9Erx (ଦେଖନ୍ତୁ)

ପ୍ରଚାରକୁ ଅଧିକ ରୋଚକ କରିବା ସହ ଚହଳ ସୃଷ୍ଟି କରିବା ଲାଗି ସ୍ମୃତି ସାମନ୍ତରାୟ ଚିନ୍ତା କରିଥିଲେ । ଏହି ପରିପ୍ରେକ୍ଷୀରେ ଏକ ସମ୍ବଲପୁରୀ ଗୀତ ମାଧ୍ୟମରେ ବିଜେଡିର ପ୍ରଚାର କରିବାକୁ ନିଷ୍ପତ୍ତି ନେଇଥିଲେ । ପରେ ସମ୍ବଲପୁରର ପ୍ରସିଦ୍ଧ ଗାୟକ ରୁକୁ ସୋନାଙ୍କ କଣ୍ଠରେ ଏଭଳି ଏକ ଗୀତର ରିଲିଜ କରିଛନ୍ତି । ଯେଉଁ ଗୀତ ରିଲିଜ ହେବା ମାତ୍ରେ ହଜାର ହଜାର ଲୋକଙ୍କ ଦ୍ୱାରା ଶୁଣାଯାଇଛି । ଏହି ଗୀତଟି କେବଳ ସମ୍ବଲପୁର ନୁହେଁ ବରଂ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy