ପ୍ରିୟଦର୍ଶୀ ଓ ଅପରାଜିତାଙ୍କ ରୋଡ ସୋ’

0 576

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ନିର୍ବାଚନ ପ୍ରଚାର ଜୋରଦାର ହୋଇଥିବା ରବିବାର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ଉତ୍ତର ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ଏକ ବିଶାଳ ରୋଡ ସୋ’ କରିଥିଲେ । ଏଥିରେ ଶହଶହ ବିଜେପି କର୍ମୀ ଓ ସମର୍ଥକ ସାମିଲ ହୋଇ ବିଜେପିକୁ ଭୋଟ ଦେବାକୁ ଲୋକଙ୍କୁ ନିବେଦନ କରିଥିଲେ ।

ଆଜି ଶିଖରଚଣ୍ଡୀ ବିଜେପି ପକ୍ଷରୁ ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ଓ ସାଂସଦ ପାର୍ଥୀ ଅପରାଜିତା ଷଡଙ୍ଗୀ ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ୱାର୍ଡ ନମ୍ବର ଦୁଇରୁ ଏକ ବିଶାଳ ଶୋଭାଯାତ୍ରା ରେ ପ୍ରଶାନ୍ତି ବିହାର ଅଞ୍ଚଳ ଦେଇ ୱାର୍ଡ ନମ୍ବର ୧ଦୁର୍ଗାପୂଜା ପଡ଼ିଆ ପର୍ଯ୍ୟନ୍ତ ଯାଇଥିଲା । ପରେ ୱାର୍ଡବାସୀଙ୍କ ସହ ଦୁଇଟି ୱାର୍ଡର ସମସ୍ତ ସାହିରେ ଏକ ପଦଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ଏହି ଅବସରରେ ସାଂସଦ ଓ ବିଧାୟକ ପ୍ରାର୍ଥୀ ଘରକୁ ଘର ଯାଇ ଭୋଟରମାନଙ୍କୁ ଭେଟିବା ସହ ରାଜ୍ୟରେ ଡବଲ ଇଞ୍ଚିିନ ସରକାର ଗଠନ ଦିଗରେ ସହଯୋଗ କରିବା ପାଇଁ ନିବେଦନ କରିଥିଲେ । ପାରମ୍ପରିକ ବାଦ୍ୟ ଧ୍ୱନୀ ମଧ୍ୟରେ ବିଜେପିର ସ୍ଲୋଗାନ ଦେଇ ସ୍ଥାନୀୟ ଅଞ୍ଚଳର ନିର୍ବାଚନୀ ମାହୋଲକୁ ଉଷ୍ମତା କରିଦେଇଥିଲା । ଶୋଭାଯାତ୍ରା ବେଳେ ବସ୍ତି ବାସିନ୍ଦାଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ବିଭିନ୍ନ ସ୍ଥାନରେ ଅପରାଜିତା ଓ ପ୍ରିୟଦର୍ଶୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

ମହିଳାମାନେ ହୁଳହୁଳି ପକାଇ ବହୁ ଯୁବକ ନାଚି ନାଚି ପ୍ରିୟଦର୍ଶୀଙ୍କୁ ସ୍ୱାଗତ କରୁଥିବା ଦେଖାଯାଇଥିଲା ।ରାସ୍ତାର ଉଭୟ ପାର୍ଶ୍ୱରେ ଲୋକମାନେ ଛିଡାହୋଇ ଫୁଲ ପକାଇଥିଲେ ।ଏହି ପଦଯାତ୍ରାରେ ବରିଷ୍ଠ ବିଜେପି ନେତା ଧବଳେଶ୍ୱର ମୂର୍ତ୍ତି, କୁନାଲ ରାଉତ, ଡକ୍ଟର ବିଶ୍ୱନାଥ ପଟ୍ଟନାୟକ, ନଗେନ ବିଶୋଇ, ଅଞ୍ଜନ ଜେନା ସମେତ ହଜାର ହଜାର ମହିଳା ଓ ପୁରୁଷକର୍ମୀ ଯୋଗଦେଇଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy