ଭରତପୁରରେ ପ୍ରିୟଦର୍ଶୀଙ୍କ ରୋଡ ସୋ’

0 908

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀ ଭରତପୁରରେ ବିଜେପି ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ପ୍ରଚାର କରିବା ସହ ଏକ ରୋଡ ସୋ’ କରିଥିଲେ । ଶତାଧିକ କର୍ମୀ ଓ ସମର୍ଥକଙ୍କ ଗହଣରେ ଶ୍ରୀ ମିଶ୍ର ଏହି ରୋଡ ସୋ’ରେ ଯାଇଥିଲେ ।

ଶନିବାର ଦିନ ପ୍ରିୟଦର୍ଶୀ ମିଶ୍ର ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତା ସହ ଭରତପୁର ଗାଁମୁଣ୍ଡ ତାରିଣୀ ମନ୍ଦିରରେ ପହଞ୍ଚି ପୁଜାର୍ଚ୍ଚନା କରି ମା’ଙ୍କ ଆର୍ଶିବାଦ ଭିକ୍ଷା କରିଥିଲେ । ପରେ ଭରତପୁରର ଦୁଇଟି ୱାର୍ଡର ସମସ୍ତ ସାହିରେ ଅନୁଷ୍ଟିତ ପଦଯାତ୍ରାରେ ସାମିଲ ହୋଇଥିଲେ । ଏହି ଅବସରରେ ବିଧାୟକ ପ୍ରାର୍ଥୀ ଘରକୁ ଘର ଯାଇ ଭୋଟରମାନଙ୍କୁ ଭେଟିବା ସହ ରାଜ୍ୟରେ ଡବଲ ଇଞିନ ସରକାର ଗଠନ ଦିଗରେ ସହଯୋଗ କରିବା ପାଇଁ ନିବେଦନ କରିବା ସହିତ ଲୋକଙ୍କ ଆର୍ଶିବାଦ କାମନା କରିଛନ୍ତି ।

ପାରମ୍ପରିକ ବାଦ୍ୟ ଧ୍ୱନୀ ମଧ୍ୟରେ ବିଜେପିର ସ୍ଲୋଗାନ ଦେଇ ସ୍ଥାନୀୟ ଅଞ୍ଚଳର ନିର୍ବାଚନୀ ମାହୋଲକୁ ଉଷ୍ମତା କରିଦେଇଥିଲା । ଶୋଭାଯାତ୍ରା ବେଳେ ବସ୍ତି ବାସିନ୍ଦାଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ବିଭିନ୍ନ ସ୍ଥାନରେ ପ୍ରିୟଦର୍ଶୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ମହିଳାମାନେ ହୁଳହୁଳି ପକାଇବା ସହ ଯୁବପୀଢିମାନେ ନାଚି ନାଚି ପ୍ରିୟଦର୍ଶୀଙ୍କୁ ସ୍ୱାଗତ କରୁଥିବା ଦେଖାଯାଇଥିଲା । ରାସ୍ତାର ଉଭୟ ପାର୍ଶ୍ୱରେ ଲୋକମାନେ ଛିଡାହୋଇ ଫୁଲ ପକାଇଥିଲେ । ଏହି ପଦଯାତ୍ରାରେ ବରିଷ୍ଠ ବିଜେପି ନେତା ଆଲୋକ ପାଣିଗ୍ରାହୀ, ସମେତ ହଜାର ହଜାର ମହିଳା ଓ ପୁରୁଷ କର୍ମୀ ଯୋଗଦେଇଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy