ପ୍ରିୟଦର୍ଶୀଙ୍କ ପ୍ରଚାର ମାହୋଲ: ଚାଲୁଛି ରୋଡ ସୋ’, ଜମୁଛି ଚା’ ଖଟି

0 2,176

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ନିର୍ବାଚନ ଯେତିକି ପାଖେଇ ଆସୁଛି ଭୋଟରଙ୍କ ଠାରୁ ଆରମ୍ଭ କରି ପ୍ରାର୍ଥୀମାନେ ସେତିକି ତତ୍ପର ହୋଇ ଉଠିଛନ୍ତି । ଏହି କ୍ରମରେ ଭୁବନେଶ୍ୱର ଉତ୍ତର ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ପ୍ରଚାରକୁ ଜୋରଦାର କରିଛନ୍ତି । ରୋଡ ସୋ’ କରିବା ସହ ଚା’ ଖଟିକୁ ଯାଇ ଲୋକଙ୍କ ଆର୍ଶିବାଦ କାମନା କରୁଛନ୍ତି ।

ଆଜି (ଗୁରୁବାର) ୧୧ନମ୍ବର ୱାର୍ଡର ଭିଏସଏସ ନଗର ହାଟ ଛକ ଠାରେ ଏକ ଚା’ ଖଟି କାର୍ଯକ୍ରମ ଆୟୋଜିତ ହୋଇଥିଲା । ସେଠାରେ ଉପସ୍ଥିତ ବୁଦ୍ଧିଜୀବୀ ଓ ଯୁବବର୍ଗ ମଧ୍ୟରେ ରାଜନୀତିକୁ ନେଇ ଚର୍ଚ୍ଚା ସରଗମ ଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ବିଜେପି ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ଯୋଗଦାନ କରି ଆଲୋଚନାରେ ଭାଗ ନେଇଥିଲେ । ପରେ ଅପରାହ୍ଣରେ ଏକ ବିଶାଳ ରୋଡ ସୋ’ର ଆୟୋଜନ କରାଯାଇଥିଲା । ଲୋକେ ଏଥର ପରିବର୍ତ୍ତନର ନାରା ଦେଉଥିବା ବେଳେ ପ୍ରିୟଦର୍ଶୀଙ୍କ ସପକ୍ଷରେ ଜନମତ ସୃଷ୍ଟି ହେଉଥିବା ଦେଖାଦେଇଛି ।

ସେହିପରି ସନ୍ଧ୍ୟାରେ ପ୍ରିୟଦର୍ଶୀ ୱାର୍ଡ ନମ୍ବର ୫ରେ ଏକ ରୋଡ ସୋ’ରେ ଯୋଗ ଦେଇଥିଲେ । ଚକେଇସିହାଣୀ ଅଞ୍ଚଳରେ ବିଶାଳ ରୋଡ ସୋ’ କରି ଲୋକଙ୍କୁ ସମର୍ଥନ ଲୋଡିଥିଲେ । ରାଜ୍ୟର ବିକାଶ ପାଇଁ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦୀଙ୍କ ମୋଦି ଗ୍ୟାରେଣ୍ଟି ପାଇଁ ଯୋଡି ପଦ୍ମ ଫୁଲରେ ମୋହର ମାରିବା ପାଇଁ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

ବିଜେପି ମଣ୍ଡଳ ସଭାପତି ବିଜୟ ରାଉତ, ଶେଷ ଦେବ, ନେତୃତ୍ୱରେ ଆୟୋଜିତ ନିର୍ବାଚନ ସଭାରେ ନାରୀ ନେତ୍ରୀ ରଶ୍ମି ରେଖା ଜେନା, ଆଲୋକ ପାଣିଗ୍ରାହୀ, ସ୍ୱାକ୍ଷର ମହାନ୍ତି ସମେତ ବହୁ ବିଜେପି କର୍ମୀମାନେ ଉପସ୍ଥିତ ଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy