ସମୃଦ୍ଧ ଓଡିଶା ଦଳର ଉପ-ସଭାପତି ବିଜେପିରେ ସାମିଲ

0 1,355

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ସମୃଦ୍ଧ ଓଡିଶା ଦଳର ରାଜ୍ୟ ଉପସଭାପତି ତଥା ଚଳିତ ନିର୍ବାଚନରେ ଉତ୍ତର ଭୁବନେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦିତା କରିବା ନିମନ୍ତେ ମନୋନୟନ ପତ୍ର ଦାଖଲ କରିଥିବା ଡାକ୍ତର ବିଶ୍ୱନାଥ ପଟ୍ଟନାୟକ ବିଜେପିରେ ସାମିଲ ହୋଇଛନ୍ତି । ସେ ବିଜେପିରେ ମିଶିବା ସହ ପ୍ରିୟଦର୍ଶୀ ମିଶ୍ରଙ୍କୁ ଖୋଲାଖୋଲା ସମର୍ଥନ କରିଛନ୍ତି ।

ସମୃଦ୍ଧ ଓଡିଶା ଦଳର ରାଜ୍ୟ ଉପସଭାପତି ଡାକ୍ତର ବିଶ୍ୱନାଥ ପଟ୍ଟନାୟକ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ପ୍ରିୟଦର୍ଶୀ ମିଶ୍ର ବିଜେପିରୁ ଲଢିବା ପରେ ସେ ତାଙ୍କ ସହ ପ୍ରତିଦ୍ୱନ୍ଦିତା ନକରିବାକୁ ନିଷ୍ପତ୍ତି ନେଇଥିଲେ । ପରେ ଆଜି ସେ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ସହ ବିଜେପିରେ ସାମିଲ ହୋଇଥିଲେ ।

ଆଜି ପ୍ରିୟଦର୍ଶୀ ମିଶ୍ରଙ୍କ ନେତୃତ୍ୱରେ ସେ ଭାରତୀୟ ଜନତା ପାର୍ଟିରେ ଶତାଧିକ ସମର୍ଥକମ।।ନଙ୍କ ସହିତ ସଂକୀର୍ତ୍ତନ ମଣ୍ଡଳୀଙ୍କ ଗହଣରେ ଆନୁଷ୍ଠାନିକ ଭାବରେ ରାଜ୍ୟ କାର୍ଯ୍ୟାଳୟ ପରିସରରେ ଯୋଗଦାନ କରିଛନ୍ତି । ପାର୍ଟିର ରାଜ୍ୟ କର୍ମକର୍ତ୍ତାମାନେ ଡାକ୍ତର ପଟ୍ଟନାୟକଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଡାକ୍ତର ପଟ୍ଟନାୟକ ବିଜେପିରେ ସାମିଲ ହେବା ପରେ ପ୍ରିୟଦର୍ଶୀଙ୍କ ସଂଗଠନ ଆହୁରି ମଜବୁତ ହୋଇଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy