ସତ୍ୟବାଦୀ: ନୂଆ ଚେହେରାକୁ ନେଇ ଚର୍ଚ୍ଚା

0 1,327

ଭୁବନେଶ୍ୱର/ପୁରୀ, (ରିପୋଟର୍ସ ପେନ୍‌): ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୀତି ସେତିକି ଉଷ୍ମ ହେବାରେ ଲାଗିଛି । କେଉଁଠି ପୁରୁଣା ନେତାଙ୍କ ଦବ୍‌ଦବାରେ ନୂଆ ମୁହଁ ହଜି ଯାଉଛନ୍ତି ତ କେଉଁଠି ପୁରୁଖାଙ୍କୁ ପଛରେ ପକାଇ ନୂଆ ଚେହେରା ସାମ୍ନାକୁ ଆସୁଛି । ସାରା ରାଜ୍ୟର ୧୪୭ ବିଧାନସଭା ଆସନରେ ଏଭଳି ସ୍ଥିତି ଲାଗି ରହିଥିବା ବେଳେ ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ଜଣେ ନୂଆ ଚେହେରା ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଛି ।

ସତ୍ୟବାଦୀରେ ବର୍ତ୍ତମାନ ୩ ପ୍ରମୁଖ ରାଜନୈତିକ ଦଳ ନିଜର ପ୍ରାର୍ଥୀକୁ ନେଇ ଅଙ୍କକଷୁଥିବା ବେଳେ ଏବେ ନୂଆ ମୁହଁ ଭାବେ ସମାଜସେବୀ କୃଷ୍ଣଶଙ୍କର ମିଶ୍ର ସାମ୍ନାକୁ ଆସିଛି । ସ୍ଥାନୀୟ ଅଞ୍ଚଳରେ ଏହି ନାଁକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ଶ୍ରୀ ମିଶ୍ର ଦୀର୍ଘଦିନ ହେଲା ସତ୍ୟବାଦୀ ଅଞ୍ଚଳରେ ସମାଜସେବାରେ ନିଜକୁ ସମର୍ପି ଦେଇଛନ୍ତି । ସତ୍ୟବାଦୀ ସ୍ୱାଭିମାନ ମଞ୍ଚ ନାଁରେ ଏକ ସଂଗଠନ କରି ସେ ଲୋକଙ୍କ ସେବା କରୁଛନ୍ତି । ଖାଲି ସେବା ନୁହେଁ ପରିବେଶ ସୁରକ୍ଷା ଠାରୁ ଆରମ୍ଭ କରି ଦୁଃଖି-ଦରିଦ୍ରଙ୍କ ସେବା କରିବା ପର୍ଯ୍ୟନ୍ତ ସବୁଠି ତାଙ୍କୁ ଦେଖିବାକୁ ମିଳୁଛି । ତୃଣମୂଳସ୍ତରରେ ସେ ଲୋକଙ୍କ ସହ ଥିବାରୁ ଲୋକେ ତାଙ୍କୁ ନେତା କରିବାକୁ ମନସ୍ଥ କରିଛନ୍ତି । ତେଣୁ ସେ ଚଳିତ ଥର ନିର୍ବାଚନ ମୈଦାନକୁ ଓହ୍ଲାଇବା ସମ୍ଭାବନା ରହିଛି । ଏଥିପାଇଁ ସେ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡିଛି ।

ସତ୍ୟବାଦୀର ଇତିହାସକୁ ଦେଖିଲେ, ୧୯୯୫ ମସିହାରୁ ଏହି ଆସନରେ କଂଗ୍ରେସ ଓ ସ୍ୱାଧିନ ପ୍ରାର୍ଥୀ ଅଧିକାଂଶ ଥର ବିଜୟୀ ହୋଇଛନ୍ତି । କଂଗ୍ରେସ ୩ଥର, ସ୍ୱାଧିନ ଦୁଇ ଥର ଓ ଗତଥର ପ୍ରଥମ ଥର ପାଇଁ ବିଜେଡିରୁ ଉମାକାନ୍ତ ସାମନ୍ତରାୟ ବିଜୟୀ ହୋଇଥିଲେ । ସ୍ୱାଧିନପ୍ରାର୍ଥୀ ବିଜୟୀ ହେବା ପଛରେ କୃଷ୍ଣଶଙ୍କର ମିଶ୍ରଙ୍କର ପ୍ରଚ୍ଛନ୍ନ ହାତ ରହିଥିଲା । ସେହି ଲୋକପ୍ରିୟ ତାଙ୍କର ଆଜି ପର୍ଯ୍ୟନ୍ତ ମଧ୍ୟ ବଜାଇ ରହିଛି । ତେଣୁ ଦଳୀୟ ଟିକେଟ ନମିଳିଲେ ମଧ୍ୟ ସେ ସ୍ୱାଧିନ ଭାବେ ଲଢିବେ ବୋଲି ସତ୍ୟବାଦୀରେ ଚର୍ଚ୍ଚା ହେଉଛି । ଯଦି ଶ୍ରୀ ମିଶ୍ର ସ୍ୱାଧିନ ପ୍ରାର୍ଥୀ ହୁଅନ୍ତି, ତେବେ ବିଜେଡି ଓ କଂଗ୍ରେସ ପାଇଁ ସମସ୍ୟା ସୃଷ୍ଟି କରିବ ଏଥିରେ ସନ୍ଦେହ ନାହିଁ ।

ଉଲ୍ଲେଖଥାଉ କି, ସତ୍ୟବାଦୀ ଓ କଣାସ ଦୁଇଟି ବ୍ଲକକୁ ନେଇ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଗଠିତ । ସତ୍ୟବାଦୀ ବ୍ଲକ ଅଧିନରେ ୨୪ଟି ପଞ୍ଚାୟତ ରହିଥିବା ବେଳେ କଣାସ ବ୍ଲକ ଅଧିନରେ ୨୮ଟି ପଞ୍ଚାୟତ ରହିଛ । ଏହି ଦୁଇଟି ବ୍ଲକରେ ପ୍ରାୟ ୪୦ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ କୃଷ୍ଣଶଙ୍କରଙ୍କ ସପକ୍ଷରେ ଜଣାପଡିଛି । ତେଣୁ ୪୦ ହଜାର ଭୋଟ ଏକ ନିର୍ଣ୍ଣୟକର ଭୂମିକା ଗ୍ରହଣ କରିବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy