କଂଗ୍ରେସରୁ ସୁର ରାଉତରାୟ ୬ ବର୍ଷ ପାଇଁ ବହିଷ୍କୃତ

0 123

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଦଳରେ ବିଶୃଙ୍ଖଳିତ କାର୍ଯ୍ୟ ପାଇଁ କଂଗ୍ରେସରୁ ସୁର ରାଉତରାୟଙ୍କୁ ବହିଷ୍କୃତ କରାଯାଇଛି। ତାଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ କରାଯାଇଛି। ସେ ଦଳ ବିରୋଧୀ କାର୍ଯ୍ୟରେ ନିୟୋଜିତ ଥିବା ଅଭିଯୋଗ ହୋଇଥିଲା। ଏହି ଖବର ନେଇ ସୁର କହିଛନ୍ତି ‘ ମୁଁ ଏହି ପଦକ୍ଷେପକୁ ହୃଦୟର ସହିତ ସ୍ବାଗତ କରୁଛି। ମୁଁ ଦଳ ପାଇଁ ପୂର୍ବପରି ନିଜର କାର୍ଯ୍ୟ ଜାରି ରଖିବି।

କଂଗ୍ରେସ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ୍ ରିଲିଜରେ ଖୁବ ଅଳ୍ପରେ ସୁରଙ୍କୁ ବହିଷ୍କାର କରାଯିବା କଥା ଲେଖାଯାଇଛି । ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଲେଖିଛନ୍ତି ଯେ, ଦଳ ବିରୋଧୀ କାର୍ଯ୍ୟ କରିବା କାରଣରୁ ଏବଂ ବିଶୃଙ୍ଖଳିତ ଆଚରଣ ପାଇଁ ସୁରଙ୍କୁ ୬ବର୍ଷ ପାଇଁ ଦଳରୁ ବହିଷ୍କୃତ କରାଗଲା । କିଛିଦିନ ତଳେ ସୁର ଭୁବନେଶ୍ୱରର ଗଳି କନ୍ଦି ବୁଲି ବିଜେଡି ନେତା ଓ କର୍ମୀଙ୍କ ଗହଣରେ ପୁଅ ମନ୍ମଥଙ୍କ ପାଇଁ ପ୍ରଚାର କରିବା ସହ ଭୋଟ ମାଗିଥିବା ଦେଖିବାକୁ ମିଳିଥିଲା । ତେବେ ପୁଅଙ୍କ ପାଇଁ ପ୍ରଚାର କରିବା ଆଜି ବାପାଙ୍କୁ ମହଙ୍ଗା ପଡିଲା ।

କିଛିଦିନ ତଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୁର କହିଥିଲେ ଯେ, ମୁଁ ମନ୍ମଥକୁ ଯେତେ ବୁଝେଇଲି ସେ ବୁଝିଲାନି ସେ ବିଜେଡିରେ ଯୋଗ ଦେଲା । ବିଜେଡି ତାକୁ ଏମପି ପାଇଁ ଟିକେଟ ଦେଇଛି । ମୁଁ ଜଣେ ବିରୋଧୀ ଦଳର କର୍ମକର୍ତ୍ତା ନୁହେଁ ବରଂ ବାପା ହିସାବରେ ମୁଁ ମୋ ପୁଅ ପାଇଁ ପ୍ରଚାର କରିବି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy