ଓଡ଼ିଶାରୁ ହଜି ଯାଇଛନ୍ତିି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ?

0 412

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଓଡ଼ିଶାରୁ ରାଜ୍ୟସଭାକୁ ଯାଇ ମନ୍ତ୍ରୀ ହୋଇଥିବା ଅଶ୍ୱିନୀ ବୈଷ୍ଣବ ହଜି ଯାଇଛନ୍ତି । ନିର୍ବାଚନ ମାହୋଲରେ ରାଜ୍ୟ ହଲଚଲ୍ ହେଉଥିବା ବେଳେ ଅଶ୍ୱିନୀଙ୍କ ଦେଖା ନମିଳୁ ନଥିବାରୁ ରାଜନୈତିକ ମହଲରେ ଏଭଳି ଚର୍ଚ୍ଚା ହଉଛି । କୁହାଯାଉଛି ନିର୍ବାଚନ ସମୟରେ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରୁ ହଜି ଯାଉଛନ୍ତି ।

ସାରାଦେଶରେ ଏବେ ଗଣତନ୍ତ୍ରର ମହାପର୍ବ ନିର୍ବାଚନ ଚାଲିଛି । ବିଶେଷ କରି ଓଡ଼ିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନ ଏକକାଳୀନ ହେଉଥିବାରୁ ରାଜ୍ୟରେ ମାହୋଲ ସରଗରମ ରହିଛି । ବିଜେପି ଫୋକସରେ ଓଡ଼ିଶା ରହିଥିବାରୁ ପ୍ରାୟ ପ୍ରତିଦିନ କେନ୍ଦ୍ରୀୟ ନେତାଙ୍କ ଯିବା ଆସିବା ଲାଗି ରହିଛି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଆସାମ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଏବେ ଓଡ଼ିଶା ମୁହାଁ ହୋଇଛନ୍ତି । ହେଲେ ଷ୍ଟାର ପ୍ରଚାରକ ତାଲିକାରେ ଥିବା ଅଶ୍ୱିନୀ ବୈଷ୍ଣବଙ୍କ ଦେଖା ମିଳୁନି ।

ଅଶ୍ୱିନୀ ବୈଷ୍ଣବ ଓଡ଼ିଶା ବିଜେପି ପକ୍ଷରୁ ଦୁଇଥର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । କେନ୍ଦ୍ରରେ ଏବେ ବି ସେ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ସେ ରାଜ୍ୟଭାକୁ ଯିବା ପରଠାରୁ ଓଡ଼ିଶାରେ ଏକାଧିକ ଉପ-ନିର୍ବାଚନ, ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ହୋଇଛି । ସମସ୍ତ ନିର୍ବାଚନରେ ବିଜେପି ତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନୀତ କରିଛି । ମାତ୍ର ଆଜି ପର୍ଯ୍ୟନ୍ତ ଶ୍ରୀବୈଷ୍ଣବ କୌଣସି ଗୋଟିଏ ନିର୍ବାଚନୀ ପ୍ରଚାରକୁ ଆସିନାହାନ୍ତି । ସେ ଷ୍ଟାର ପ୍ରଚାରକ ତାଲିକାରେ ରହି କାହିଁକି ପ୍ରଚାରକୁ ଆସୁନାହାଁନ୍ତି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁନାହିଁ । ଯଦି ବାରମ୍ବାର ପ୍ରଚାରକୁ ଆସୁନାହାଁନ୍ତି, ତେବେ ତାଙ୍କୁ କାହିଁକି ତାଲିକାରେ ରଖାଯାଉଛି?

ରାଜନୈତିକ ସମୀକ୍ଷକଙ୍କ ମତରେ ଅଶ୍ୱିନୀ ବୈଷ୍ଣବ କେବଳ ବିଜେପି ନୁହେଁ ବରଂ ବିଜେଡି ସମର୍ଥନରେ ସାଂସଦ ହେଉଛନ୍ତି । ଗତ ଦୁଇଥର ଯାକ ତାଙ୍କୁ ବିଜେଡି ସମର୍ଥନ ଦେଇଛି । ତେଣୁ ସେ ଗୋଟିଏ ଦଳ ପାଇଁ ପ୍ରଚାର କରି ଅନ୍ୟ ଦଳର ବିରୋଧି ହେବାକୁ ଚାହୁଁ ନାହାନ୍ତି । ଏହା ଗୋଟିଏ କାରଣ ହୋଇପାରେ । ଅନ୍ୟ କାରଣଟି ବିଜେପି ଓ ବିଜେଡି ମଧ୍ୟରେ ଏବେ ବି ଉତ୍ତମ ସମ୍ପର୍କ ରହିଛି । ଏବେ ଯାହାସବୁ ଚାଲିଛି, ତାହା କେବଳ ଲୋକ ଦେଖାଣିଆ । ତେଣୁ ବିଜେପି ଓ ବିଜେଡି ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ଅଶ୍ୱିନୀ ମାଧ୍ୟମ ସାଜିଛନ୍ତି । ତେଣୁ ସେ ପ୍ରଚାରରେ ସାମିଲ ହୋଇ ବିବାଦୀୟ ହେବାକୁ ଚାହୁଁ ନାହାଁନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy