pranab balabantaray: ‘ବିଧାୟକଙ୍କ ସମର୍ଥକ ପ୍ରଣବଙ୍କୁ ମାରିଦେବାକୁ ଉଦ୍ୟମ କରିଥିଲେ’

Reporterspen

pranab balabantaray: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ଯାଜପୁର ଜିଲ୍ଲା ଆରୁହା ଗାଁରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରକୁ ଆକ୍ରମଣ ଘଟଣାରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁ ଓରଫ ଲିକୁଙ୍କ ହାତ ଥିବା ଅଭିଯୋଗ ହୋଇଛି । ନିଜେ ପ୍ରଣବ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ବିଧାୟକଙ୍କ ସମର୍ଥକମାନେ ମୋତେ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ ।

ଆକ୍ରମଣ ପରେ ଶ୍ରୀ ବଳବନ୍ତରାୟ କହିଛନ୍ତି, ମା’ ହିଙ୍ଗୁଳାଙ୍କ ଉର୍ଦ୍ଦେଶ୍ୟରେ ଅନୁଷ୍ଠିତ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ମୋତେ ନିମନ୍ତ୍ରଣ ହୋଇଥିଲା । ମୁଁ ଭୁବନେଶ୍ୱରରୁ ଆସିବା ବେଳେ କୌଣସି ଅପ୍ରିତିକର ଘଟଣା ଘଟିବା ସମ୍ଭାବନା ଥିବାରୁ ଜିଲ୍ଲା ଏସପିଙ୍କୁ ଅବଗତ କରିଥିଲି । ଏଠାରେ ପାଖାପାଖି ଦିନ ଗୋଟାଏ ବେଳେ ଆସି ପହଞ୍ଚିଥିଲି । ସେତିକି ବେଳେ ବିଧାୟକଙ୍କ ସମର୍ଥନମାନେ ଅର୍ଥାତ ଖଣି ବ୍ୟବସାୟ କରୁଥିବା ମନୋଜ ସାମଲ, ରତିକାନ୍ତ ଜେନା ମୋତେ ଗୁଣ୍ଡା ଲଗାଇ ମାରିବାକୁ ଉଦ୍ୟମ କରିଥିଲେ । ଏଥିପାଇଁ ସେମାନେ ଦୁଇମାସ ହେଲା ପ୍ଲାନ କରିଥିଲେ । ମାତ୍ର ଘଟଣା ଯାହା ଘଟିଛି ସବୁ ପୋଲିସ ଉପସ୍ଥିତିରେ ଘଟିଛି । ପୋଲିସ ସବୁ ଜାଣିଛି ବୋଲି ସେ କହିଥିଲେ । ତେବେ ଲିକୁ ସାହୁ ଏହାକୁ ଖଣ୍ଡନ କରିବା ସହ ଘଟଣାକୁ ନିନ୍ଦା କରିଛନ୍ତି ।

ଉଲ୍ଲେଖଥାଉ କି, ରବିବାର ଦିନ ଧମର୍ଶାଳାର ପୂବର୍ତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ ମା’ ହିଙ୍ଗୁଳାଙ୍କ ଉର୍ଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏକ ଧାର୍ମିକ ଉତ୍ସବରେ ଯୋଗଦେବା ପାଇଁ ଯାଉଥିଲେ । ଏହି କିଛି ଯୁବକ ବାଡ଼ି ଓ ମାରଣାସ୍ତ୍ରରେ ତାଙ୍କ ଗାଡ଼ି ଉପରେ ଆକ୍ରମଣ କରିଥିଲେ । ଏହି ଘଟଣା ସ୍ଥାନୀୟ ଲୋକଙ୍କ ସହିତ ପୂର୍ବତନ ବିଧାୟକଙ୍କ ସମର୍ଥକଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି କରିଥିଲା । ସୂଚନା ପାଇ ଜେନାପୁର ଥାନା ଆଇଆଇସି ଘଟଣାସ୍ଥଳରେ ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।

କହିରଖୁଛୁ ଯେ, ପ୍ରଣବ କୁମାର ବଳବନ୍ତରାୟ ବର୍ତ୍ତମାନ ବିଜେଡିର ଯୁବ ଏବଂ ଛାତ୍ର ଶାଖାର ପ୍ରଭାରୀ ଅଛନ୍ତି । ସେ ୨୦୧୪ ଏବଂ ୨୦୧୯ ନିର୍ବାଚନରେ ଧର୍ମଶାଳା ବିଧାନସଭା ନିର୍ବାଚନମଣ୍ଡଳୀରୁ ଦୁଇଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।


Reporterspen
!-- afp header code starts here -->