ଅଭିନେତ୍ରୀ ରକୁଲ୍ ପ୍ରୀତ୍ ସିଂଙ୍କ ଭାଇ ଗିରଫ, ଜାଣନ୍ତୁ

Reporterspen

ଅଭିନେତ୍ରୀ ରକୁଲ୍ ପ୍ରୀତ୍ ସିଂଙ୍କ ଭାଇଙ୍କୁ ପୋଲିସ ଗିରଫ କରିଛି। ରକୁଲଙ୍କ ଭାଇ ଅମନ ସିଂଙ୍କ ସମେତ ୫ ଜଣଙ୍କୁ ହ୍ରାଇଦ୍ରାବାଦ୍ ପୋଲିସ୍ ଗିରଫ କରିଛି। ଡ୍ରଗ୍ସ ମାମଲାରେ ତାଙ୍କ ସମ୍ପକ୍ତି ନେଇ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ପରେ ବଲିଉଡ଼ରେ ଡ୍ରଗ୍ସ କାରବାର ମାମଲା ପଦାକୁ ଆସିଥିଲା। ଏଥିରେ ବହୁ ନାମୀଦାମୀ ସେଲିବ୍ରିଟିଙ୍କ ନାଁ ବି ଯୋଡି଼ ହୋଇଥିଲା। 

ଏଭଳି ପରିସ୍ଥିତିରେ ଅଭିନେତ୍ରୀ ରକୁଲଙ୍କ ନାଁ ମଧ୍ୟ ଏଥିରେ ରହିଥିଲେ। ନିକଟରେ ମଧ୍ୟ ଇଡିରୁ ସମନ ଗ୍ରହଣ କରିଥିଲେ । ଏବଂ ତା’ପରେ ସେ ସ୍ପଷ୍ଟୀକରଣ ଦେବା ପାଇଁ ଇଡି ଆଗରେ ହାଜର ହୋଇଥିଲେ। ଇଡି ଅଫିସରେ ପହଞ୍ଚିବାର ଫଟୋ ଓ ଭିଡିଓ ମଧ୍ୟ ରକୁଲଙ୍କର ଭାଇରାଲ୍ ହୋଇଥିଲା। ଯାହାକୁ ନେଇ ଲୋକମାନେ ରାକୁଲ ପ୍ରୀତ ସିଂଙ୍କୁ ଟ୍ରୋଲ କରିଥିଲେ।

ଏଥି ସହିତ, ବର୍ତ୍ତମାନ ତାଙ୍କ ଭାଇ ଅମାନ ପ୍ରୀତ ସିଂ ଡ୍ରଗ୍ସ ମାମଲାରେ ବିବାଦ ଘେରକୁ ଆସିଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆଜି ତେଲେଙ୍ଗାନା ଆଣ୍ଟି ନାର୍କୋଟିକ୍ସ ବ୍ୟୁରୋ ଯଥା ସାଇବର ପୋଲିସ ଏବଂ ନରସିଙ୍ଗ ପୋଲିସର ମିଳିତ ଉଦ୍ୟମରେ ଏକ ଫ୍ଲାଟ୍ ଉପରେ ଚଢାଉ କରିଥିଲେ। ଯେଉଁଠି ଡ୍ରଗ୍ସ କାରବାର ଚାଲୁଥିଲା ବୋଲି ପୋଲିସ୍ ପକ୍ଷକୁ ସୂଚନା ମିଳିଛି। ଅମନ ତାଙ୍କ ସହଯୋଗୀଙ୍କ ସହାୟତାରେ ହାଇଦ୍ରାବାଦକୁ କୋକିନ ସପ୍ଲାଏ କରୁଥିବା ବେଳେ ୨.୬ କିଲୋ କୋକିନ ଜବତ ହୋଇଛି। ତେଲେଙ୍ଗାନା ଆଣ୍ଟି ନାରକୋଟିକ୍ସ ବିଭାଗ ୨.୬ କିଲୋ କୋକିନ ଜବତ କରିଛି । ଆଉ ଏହି କାରବାରରେ ରକୁଲଙ୍କ ଭାଇ ସମ୍ପୃକ୍ତ ଥିବା ଜଣାପଡିଛି। 


Reporterspen

Leave a Reply

!-- afp header code starts here -->