ଏହିସବୁ ରାଶିଙ୍କ ପାଇଁ ଦିନଟି ରହିବ ଖାସ୍, ଜାଣନ୍ତୁ

Reporterspen

ଆଜି ଅଗଷ୍ଟ ୨୪ ତାରିଖ ଶନିବାର। ଅଶ୍ବିନୀ ନକ୍ଷେତ୍ରରେ ଶଶ-ରାଜଯୋଗ ପ୍ରଭାବ ହେତୁ ଆଜି କର୍କଟ, ବିଛା ରାଶି ସମତେ ତିନି ରାଶିର ଲୋକଙ୍କ ଭାଗ୍ୟ ଉଜ୍ଜଳମୟ ହେବ। ବାଣିଜ୍ୟ-ବ୍ୟବସାୟରେ ଶୁଭଫଳ ପାଇବା ସହ ଦିନଟି ଭଲରେ କଟିବ। କିଛି ରାଶିଙ୍କୁ ଆଜି ବ୍ୟବସାୟରେ ଆଶାତିତ ଲାଭ ମିଳିବାକୁ ଥିବା ବେଳେ ଆଉ କିଛି ରାଶିର ବ୍ୟକ୍ତିଙ୍କୁ ଆର୍ଥିକ ଦେଣନେଣ ସମୟରେ ସତର୍କତା ଅବଲମ୍ବନ କରିବାକୁ ପଡିବ। ତେବେ, ଆସନ୍ତୁ ଜାଣିବା ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି କିଭଳି ରହିବ।

ମେଷ: ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବୃତ୍ତିଗତ କ୍ଷେତ୍ରରେ ସଫଳତା ପାଇବେ ନାହିଁ। ପାର୍ଟନରସିପ୍ ରେ ଚାଲୁଥିବା ବ୍ୟବସାୟରେ ନିଜ ପାର୍ଟନର ଆପଣଙ୍କୁ ଠକି ପାରନ୍ତି। ମିଳିଥିବା ଲାଭକୁ ନେଇ ଦ୍ବନ୍ଦ ଉପୁଜିପାରେ। ଆଜି କୌଣସି ଗୁରୁତ୍ବପୂର୍ଣ୍ଣ ଠିକ୍ ଫାଇନାଲ୍ କରନ୍ତୁ ନାହିଁ। କୌଣସି ସ୍ଥାନରେ ପୁଞ୍ଜି ବିନିଯୋଗ କରନ୍ତୁ ନାହିଁ। ଯଦି ଜରୁରୀ ଥାଏ, ତେବେ, ଜଣେ ଏକ୍ସପର୍ଟଙ୍କ ପରାମର୍ଶକ୍ରମେ ଏହା କରନ୍ତୁ। ଦୂରଯାତ୍ରାବେଳେ ସତର୍କତା ଅବଲମ୍ବନ କରନ୍ତୁ। ପତି-ପତ୍ନୀଙ୍କ ମଧ୍ୟରେ ଥିବା ବିବାଦ ଦୂର ହେବ।  ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ପ୍ରେମ ଜୀବନରେ ମଧୁରତା ଭରିବ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। ତେଣୁ,ନିଜ ସ୍ବାସ୍ଥ୍ୟର ଯତ୍ନ ନେବା ଜରୁରୀ।

ବୃଷ:  ଦିନ ଆରମ୍ଭରୁ କର୍ମକ୍ଷେତ୍ରରୁ ଖୁସି ଖବର ପାଇ ପାରନ୍ତି। ବ୍ୟବସାୟରେ ଦିର୍ଘ ଦିନ ଧରି ପଡିଥିବା ଟଙ୍କା ପାଇବେ। ରିୟଲି-ଇଷ୍ଟେଟ୍ କ୍ଷେତ୍ରରେ ଜଡି଼ତ ବ୍ୟବସାୟୀମାନେ ଆଜି କୌଣସି ବଡ଼ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ଅଧିକ କମିଶନ ମିଳିବ। କ୍ଷୁଦ୍ର-ମଧ୍ୟମ ଧରଣର ବ୍ୟବସାୟୀଙ୍କ ପାଇଁ ଦିନଟି ଖାସ୍ ରହିବ। ବ୍ୟବସାୟରେ ପୁଞ୍ଜି ବିନିଯୋଗ କଲେ, ଆଶାତିତ ଲାଭ ପାଇବେ। ପୁରୁଣା ବିନିଯୋଗରୁ ଅଧିକ ଲାଭ ମିଳିବ। ଯାହା ଆର୍ଥିକ ସ୍ଥିତିକୁ ମଜବୁତ୍ କରିବ। କିନ୍ତୁ ଚାକିରିଆଙ୍କ ପାଇଁ କର୍ମକ୍ଷେତ୍ରରେ ଅଧିକ ଚାପ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ଧାର୍ମିକ କାର୍ଯ୍ୟ ପାଇଁ ମନ ବଳିବ। ସ୍ବାସ୍ଥ୍ୟ ଠିକ୍ ରହିବ।

ମିଥୁନ: ବ୍ୟବସାୟୀମାନେ କଠିନ ପରିଶ୍ରମର ଫଳ ପାଇବେ। ସେୟାର ବଜାର ବା କୌଣସି ସଂସ୍ଥାରେ ଟଙ୍କା ବିନିଯୋଗ କରିବା ପାଇଁ ସମୟ ଭଲ ରହିବ। ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ପୁଞ୍ଜି ବିନିଯୋଗ କଲେ ଭବିଷ୍ୟତରେ ଭଲ ଲାଭ ପାଇବେ। ବ୍ୟବସାୟରେ ପୂର୍ବ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ।  କୌଣସି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ନେଇ ଦୂରଯାତ୍ରା କରିବାକୁ ପଡିପାରେ। ସେହିପରି, କର୍ମକ୍ଷେତ୍ରରେ ଭଲ କାର୍ଯ୍ୟ ପାଇଁ ବରିଷ୍ଠ ଅଧିକାରୀଙ୍କ ଠାରୁ ଢେର ସାରା ପ୍ରଶଂସା ପାଇବେ। ସହକର୍ମୀମାନେ ସମସ୍ତ କାର୍ଯ୍ୟରେ ସହଯୋଗ କରିବେ। ଅଫିସ୍ ଟୁର୍  ରେ କାର୍ଯ୍ୟରେ ଦୂର କରିବାକୁ ପଡିପାରେ। ପିତା-ମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ।

କର୍କଟ:   ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଆଜିର ଦିନ ବେଶ୍ ଶୁଭ ରହିବ। ବ୍ୟବସାୟରେ ପୂର୍ବ ଯୋଜନା କାର୍ଯ୍ୟକାରୀ କରିବେ। ଆମଦାନୀ-ରପ୍ତାନୀ ବ୍ୟବସାୟରେ ଜଡି଼ତ ଥିବା ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ପାର୍ଟନରସିପ୍ (Partnership Business)ରେ ବ୍ୟବସାୟରେ ଜଡ଼ିତ ଥିବା ଲୋକେ ନିଜ ପାର୍ଟନରଙ୍କ ସହ ମନଖୋଲି କଥା ହୁଅନ୍ତୁ । ଫଳରେ ନୂଆ ଯୋଜନା ପାଇପାରିବେ। ଯାହାକି ବ୍ୟବସାରେ ଅଗ୍ରଗତି କରିବା ପାଇଁ ସାହାର୍ଯ୍ୟ କରିବ। ସେପଟେ, କର୍ପୋରେଟ୍ ସେକ୍ଟରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ପଦୋନ୍ନତି ମିଶିବା ସହ ଆୟ ବୃଦ୍ଧି ହେବ। କିନ୍ତୁ ସ୍ବାସ୍ଥ୍ୟ ଠିକ୍ ରହିବ ନାହିଁ। ଦେହ ଭଲ ନଥିବାରୁ କାମରେ ମନ ଲାଗିବ ନାହିଁ। ପ୍ରେମୀମାନେ ନିଜ ସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ।

ସିଂହ:  ଏହି ରାଶିର ଲୋକେ ଆଜି ଦିନଟି ବ୍ୟସ୍ତତା ଭିତରେ କଟିବ। ପ୍ରତ୍ୟକ କ୍ଷେତ୍ରରେ ସଫଳତା ହାସଲ କରିବେ। ବ୍ୟବସାୟରେ ଆଗକୁ ବଢିବାକୁ ହେଲେ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିବ। ବ୍ୟବସାୟୀମାନେ କୌଣସି ସ୍ଥାନରେ ପୁଞ୍ଜି ବିନିଯୋଗ କରନ୍ତୁ ନାହିଁ। ନଚେତ୍ କ୍ଷତି ସହିବେ। ବିରୋଧିଙ୍କ ଷଡଯନ୍ତ୍ରର ଶୀକାର ହୋଇପାରନ୍ତି । କର୍ମକ୍ଷେତ୍ରରେ ନିଜ ସହକର୍ମୀଙ୍କ ସହ କୌଣସି କଥାକୁ ନେଇ ବିବାଦ ହୋଇପାରେ। ତେଣୁ ଯେତେ ସମ୍ଭବ ଚୁପ୍ ରହିବା ଶିଖନ୍ତୁ। ନିଜ କାର୍ଯ୍ୟରେ ଅଧିକ ଧ୍ୟାନ ଦିଅନ୍ତୁ। ଆୟ-ଅପେକ୍ଷା ଅଧିକ ବ୍ୟୟ ହେବ। ପତ୍ନୀଙ୍କ ସହିତ ଟଙ୍କା-ପଇସାକୁ ନେଇ ବିବାଦ ସୃଷ୍ଟି ହୋଇପାରେ। ଅଯଥା ଖର୍ଚ୍ଚରୁ ନିଜକୁ ଦୂରେଇ ରଖନ୍ତୁ। ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ କ୍ଲାନ୍ତ ଅନୁଭବ କରିବେ।

କନ୍ୟା: ବ୍ୟବସାୟୀଙ୍କ ପାଇଁ ଦିନଟି ଅନୁକୂଳ ରହିବ। ଆର୍ଥିକ ସ୍ଥିତି ମଜବୁତ୍ ରହିବ। ବଡ଼ ବ୍ୟବସାୟୀମାନେ କୌଣସି ଗୁରୁତ୍ବପୂର୍ଣ୍ଣ ଡିଲ୍ ଫାଇନାଲ୍ କରିପାରନ୍ତି। ଯାହା ସେମାନଙ୍କୁ ଭବିଷ୍ୟତରେ ଲାଭ ଦେବ। ସେପଟେ, ଆଜି ଟେକ୍ସଟାଇଲ୍ ବ୍ୟବସାୟୀମାନଙ୍କ ପାଇଁ ବି ଦିନଟି ଭଲ ରହିବ। ବ୍ୟବସାୟରେ ଭଲ ଦି ପଇସା ଲାଭ ମିଳିବ। ଚାକିରିଆଙ୍କ ପାଇଁ ଦିନଟି ଆଦୌ ଭଲ ରହିବ ନାହିଁ। କୌଣସି କଥାକୁ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଯୁକ୍ତିତର୍କ ହୋଇପାରେ। ତେଣୁ ନିଜ ବାଣୀକୁ ନିୟନ୍ତ୍ରଣରେ ରଖନ୍ତୁ । ଆୟ ବୃଦ୍ଧି ଘଟିଲେ ମଧ୍ୟ ବ୍ୟୟ ଅଧିକ ହେବ।

ତୁଳା: ତୁଳା ରାଶିର ଲୋକଙ୍କ ପାଇଁ ଦିନଟି ପ୍ରତିକୂଳ ରହିବ। ବ୍ୟବସାୟୀମାନେ ବ୍ୟବସାୟରେ ଅଧିକ ପୁଞ୍ଚି ବିନିଯୋଗ କରନ୍ତୁ ନାହିଁ। ବିଶେଷକରି ଖୁଚୁରା ବ୍ୟବସାୟୀମାନେ ଦେଖିଚାହିଁ ଆଜି ବେପାର କରନ୍ତୁ। ନଚେତ୍ ଠକାମୀର ଶୀକାର ହୋଇପାରନ୍ତି। ମଧ୍ୟମ ଧରଣର ବ୍ୟବସାୟୀମାନେ କୌଣସି ବଡ଼ ସମ୍ପତ୍ତି କ୍ରୟ କରିବାରୁ ହାତ ଖାଲି ହୋଇପାରେ। ଟଙ୍କା ପାଇଁ ଋଣ କରିବାକୁ ପଡିପାରେ। କିମ୍ବା ନିଜ ଲୋକଙ୍କ ପାଖରେ ହାତ ପତେଇବାକୁ ପଡିପାରେ। କେବେଳ ସେତିକି ନୁହେଁ, ନିଜ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଯାହା ଫଳରେ ମେଡିକାଲ ଖର୍ଚ୍ଚ ବୃଦ୍ଧି ପାଇବ।

ବିଛା: ବିଛା ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ମଙ୍ଗଳମୟ ରହିବ। ବ୍ୟବସାୟରେ ଲାଗି ରହିଥିବା ବିବାଦରୁ ମୁକ୍ତି ମିଳିବ। ନିଜ ବ୍ୟବସାୟୀପାର୍ଟନରଙ୍କ ଉପସ୍ଥିତ ବୁଦ୍ଧିରୁ କୌଣସି ଏକ ବଡ଼ କ୍ଷତିରୁ ବଞ୍ଚିଯିବେ। ରିୟଲି-ଇଷ୍ଟେଟ୍ ବ୍ୟବସାୟୀମାନେ ସରକାରୀ ପ୍ରୋଜେକ୍ଟରୁ ଲାଭବାନ୍ ହେବ।  କର୍ମକ୍ଷେତ୍ରରେ ଚାକିରିଆମାନେ ପଦୋନ୍ନତି ମିଳିବା ନେଇ ଚର୍ଚ୍ଚା ହେଉଥିବା ଖବର ଶୁଣି ମନ ଆନନ୍ଦିତ ରହିବ। ଆୟ -ବ୍ୟୟ ସମାନ ରହିବ।  ପ୍ରେମୀ ମାନଙ୍କ ପାଇଁ ସମୟ ଭଲ ରହିଛି। ନିଜ ସାଥୀଙ୍କ ସହ ଏକ ରୋମାଣ୍ଟିକ୍ ଡେଟ୍ ରେ ଯିବେ। ସାଥୀଙ୍କ ଠାରୁ ଦାମୀ ଉପହାର ପାଇବେ। ସ୍ବାସ୍ଥ୍ୟ ଭଲ ରହିବା ସହ ପୁରୁଣା ବନ୍ଧୁଙ୍କୁ ଭେଟିପାରନ୍ତି।
ଧନୁ: ଧନୁ ରାଶିର ଲୋକଙ୍କ ପାଇଁ  ଆଜିର ଦିନ ଅଶୁଭ ରହିବ। ବ୍ୟବସାୟୀମାନେ ଆଜି ବ୍ୟହସାୟରେ ସେତେଟା ଲାଭ ପାଇବେ ନାହିଁ। ବିଶେଷକରି, ମଧ୍ୟମ ଧରଣର ବ୍ୟବସାୟୀମାନେ କୌଣସି ଗୁରୁତ୍ବପୂର୍ଣ୍ଣ ଡିଲ୍ ଫାଇନାଲ୍ କଲାବେଳେ ସମସ୍ତ କାଗଜପତ୍ରକୁ ତନ୍ନ ତନ୍ନ କରି ପଢି ଦସ୍ତଖତ କରନ୍ତୁ । ନଚେତ୍ ଠକେଇର ଶୀକାର ହୋଇପାରନ୍ତି।ବ୍ୟବସାୟରେ ନିଜ ପାର୍ଟନରଙ୍କୁ ଅନ୍ଧ ଭଳି ବିଶ୍ବାସ କରନ୍ତୁ ନାହିଁ। ନଚେତ୍  ଠକାମିର ଶୀକାର ହୋଇପାରନ୍ତି। ଚାକିରିଆଙ୍କ ପାଇଁ ଦିନଟି ଆଦୌଭଲ ରହିବ ନାହିଁ। ପେଣ୍ତିଂ କାର୍ଯ୍ୟକୁ ନେଇ ବରିଷ୍ଠ ଅଧିକାରୀଙ୍କ ଯୁକ୍ତିତର୍କ ହୋଇପାରେ। ଅଫିସ୍ କାର୍ଯ୍ୟକୁ ନେଇ ଚାପରେ ରହିବେ। ଆଖି ଜନିତ ସଂକ୍ରମଣ ସମସ୍ୟା ଦେଖାଦେପାରେ। ତେଣୁ, ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ।
ମକର: ମକର ରାଶିର ଲୋକେ ଆଜି ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପାଇବେ। ବ୍ୟବସାୟୀମାନେ ଦୂରଯାତ୍ରାରୁ ଶୁଭଫଳ ପାଇବେ। କ୍ୟାରିୟରକୁ ନେଇ କୌଣସି ଖୁସି ଖବର ମିଳିପାରେ। ବେକାରିମାନଙ୍କୁ ଭଲ ଚାକିରି ଅଫର ମିଳିପାରେ।  ଆର୍ଥିକ ସ୍ଥିତି ମଜବୁତ୍ ହେବାସହ ଆୟ ବଢିବ। ଦିର୍ଘ ଦିନ ଧରି ଲାଗି ରହିଥିବା ଜମିବାଡି଼ ବିବାଦରୁ ମୁକ୍ତି ମିଳିବ। ସ୍ବାସ୍ଥ୍ୟ ଠିକ୍ ରହିବ ନାହିଁ। ତେଣୁ ନିଜ ଖାଦ୍ଯପେୟ ପ୍ରତି ଧ୍ୟାନ ଦିଅନ୍ତୁ। କର୍ମକ୍ଷେତ୍ରରେ କୌଣସି ବଡ଼ ଦାୟିତ୍ବ ମିଳିପାରେ।
କୁମ୍ଭ: କୁମ୍ଭ ରାଶିର ଲୋକଙ୍କ ପାଇଁ ଆଜିର ଦିନ ସେତେଟା ଭଲ ନ ରହିଲେ ମଧ୍ୟ ଆର୍ଥିକ ସ୍ଥିତି ମଜବୁତ୍ ରହିବ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ନୂତନ ବ୍ୟବସାୟକୁ କାର୍ଯ୍ୟକାରୀ କରନ୍ତୁ ନାହିଁ। କିନ୍ତୁ ଟେକ୍ସଟାଇଲ୍  ବ୍ୟବସାୟୀଙ୍କ ପାଇଁ ସମୟ ଭଲ ରହିବ। ପାରିବାରିକ ବିବାଦ ଯୋଗୁଁ କର୍ମକ୍ଷେତ୍ରରେ ମନ ବିଚଳିତ ରହିବ। ଦୂରଯାତ୍ରା ବେଳେ ସତର୍କତା ଅବଲମ୍ବନ କରନ୍ତୁ।
ମୀନ: ମୀନ ରାଶିର ଲୋକେ ଆଜିର ଦିନଟି ମଉଜ ମଜଲିସ୍ ରେ ଅତିବାହିତ କରିବେ। ବ୍ୟବସାୟରେ ଅଗ୍ରଗତି କରିବା ସହ ପ୍ରତିଷ୍ଠା ଲାଭ କରିବେ। ନିଜଲୋକମାନେ ବ୍ୟବସାୟୀରେ  ଧୋକା ଦେଇପାରନ୍ତି। ଗାଡି଼ ଚାଳନା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ନଚେତ୍ କୌଣସି ଅଘଟଣର ସାମ୍ନା କରିବାକୁ ପଡିପାରେ। ସ୍ବାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।


Reporterspen