relationship tips: ସ୍ୱାମୀ ଆପଣଙ୍କୁ ସନ୍ଦେହ କରୁଛନ୍ତି କି? ଜାଣନ୍ତୁ ସଙ୍କେତ

Reporterspen

relationship tips: ବିବାହ ହେଉଛି ଏକ ବିଶ୍ୱାସ ଓ ଆପୋଷ ବୁଝାମଣା ଏକ ବନ୍ଧନ । ବିବାହ ପରେ ସମସ୍ତେ ଏକ ସୁଖମୟ ଜୀବନର କାମନା କରିଥାନ୍ତି । ବିଶେଷକରି ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ଖୁସିରେ ରଖିବା ପାଇଁ ନିଜ ଖୁସି କୁ ବି ହରାଇ ଦେଇଥାଏ । କିନ୍ତୁ ଅନ୍ୟପକ୍ଷରେ ସ୍ୱାମୀର ଖରାପ ଗୁଣ ଯୋଗୁଁ ବୈବାହିକ ଜୀବନ ଅସୁରକ୍ଷିତ ହୋଇଯାଏ । ସେତେବେଳେ ଆପଣଙ୍କ ବିବାହ ଯେତେ ପରଫେକ୍ଟ ହେଲେ ମଧ୍ୟ ଏଥିରେ ଭାଙ୍ଗ ପଡ଼ିଥାଏ । ଯାହା ଫଳରେ ନା କେବଳ ସ୍ୱାମୀ-ସ୍ତ୍ରୀ ଭିତରେ ସମସ୍ୟା ସୃଷ୍ଟି ହୁଏ, ଏଭଳି ଲୋକ ସହିତ ରହିବା ମଧ୍ୟ କାଠିକର ପାଠ ସାବ୍ୟସ୍ତ ହୋଇପାରେ ।

ଏଭଳି ସ୍ୱାମୀ ସହିତ ଜୀବନ ବିତାଇବା କୌଣସି ସ୍ତ୍ରୀ ପାଇଁ ସଂଘର୍ଷର କଥା ହୋଇଯାଏ । ଏଭଳି ସ୍ଥିତି ସେହି ସ୍ତ୍ରୀ ମାନଙ୍କ ପାଇଁ ଅଧିକ ଦୁଃଖ ଦାୟକ ହୋଇଥାଏ ଯେଉଁ ସ୍ତ୍ରୀ ମାନେ ତାଙ୍କ ସ୍ୱାମୀଙ୍କ ପାଇଁ ସବୁବେଳେ ବିସ୍ୱସ୍ତ । ଏହାପରେ ମଧ୍ୟ ତାଙ୍କ ସ୍ୱାମୀ ତାଙ୍କ ଚରିତ୍ରକୁ ନେଇ ସର୍ବଦା ସନ୍ଦେହ କରିଥାନ୍ତି । ଏହି ପରିସ୍ଥିତିରେ ଏଭଳି ମହିଳାମାନେ ବୁଝିବା ଦରକାର କି ଏଠାରେ ଭୁଲ୍‌ ତାଙ୍କର ନୁହେଁ ବରଂ ତାଙ୍କ ସ୍ୱାମୀ ହିଁ ଏଠାରେ ଅସୁରକ୍ଷିତ ମନେ କରୁଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ପରିସ୍ଥିତିରେ ଆପଣଙ୍କ ସ୍ୱାମୀ ଏପରି ଆଚରଣ କରିଥାନ୍ତି ସେ ବିଷୟରେ….

ପ୍ରତି କଥାରେ ପ୍ରଶ୍ନ କରିବା
ଜଣେ ଦାୟିତ୍ୱବାନ ସ୍ୱାମୀ ନିଜ ସ୍ତ୍ରୀର ସମସ୍ତ କଥା ଓ କାର୍ଯ୍ୟକୁ ପ୍ରୋତ୍ସାହନ ଦେଇଥାଏ । କିନ୍ତୁ କିଛି ଲୋକଙ୍କର ପ୍ରକୃତି ଏପରି ହୋଇଥାଏ କି ସେମାନେ ସ୍ତ୍ରୀ ସମସ୍ତ କଥା  ଓ କାର୍ଯ୍ୟ ଉପରେ ଆଙ୍ଗୁଠି ନିର୍ଦ୍ଦେଶ କରିଥାନ୍ତି । ପତ୍ନି ନିଜ ପତିଙ୍କ ପାଇଁ କିଛି ବି କରିଦେଉ ସମସ୍ତ ସ୍ୱପ୍ନକୁ ଧୂଳିସାତ କରି କେବଳ ତାଙ୍କରି ସେବା କରୁ ଓ ଆଜ୍ଞାମାନୁ କିନ୍ତୁ  ଏଭଳି ସ୍ୱାମୀଙ୍କୁ ସବୁବେଳେ ତାଙ୍କର ଭୁଲ ହିଁ ଦେଖାଯାଏ । ଏହା ହିଁ ହେଉଛି ଜଣେ ଅସୁରକ୍ଷିତ ସ୍ୱାମୀର ପରିଚୟ । ଏଭଳି ସ୍ୱାମୀଙ୍କ ସହିତ ଚଳିବାର ତରିକା ଶିଖିବା ନିହାତି ଆବଶ୍ୟକ ।

ଆପଣଙ୍କ ସହିତ ଜଡ଼ିତ ସମସ୍ତ ଜିନିଷର ଖବର ରଖିବା
ଯେତେବେଳେ ବି ଆପଣ ଆପଣଙ୍କ ସାଙ୍ଗ କିମ୍ବା ଆପଣଙ୍କ ବାପଘରକୁ ଯିବା ଆସିବାର ଗଣତି ରଖନ୍ତି ତେବେ ଏହା ହେଉଛି ଜଣେ ଅସୁରକ୍ଷିତ ସ୍ୱାମୀର ଲକ୍ଷଣ । ଏଭଳି ପରିସ୍ଥିତିରେ ଅପଣଙ୍କର ବାହାରକୁ ଯିବା ଆସିବାର ସମସ୍ତ ଖବର ରଖିଥାନ୍ତି ଆପଣଙ୍କ ସ୍ୱାମୀ ।

ଦୋଷାରୋପ ଲଗାଇବା
ଯଦି ଆପଣଙ୍କ ସ୍ୱାମୀ ଆପଣଙ୍କ ଉପରେ ଦୋଷାରୋପ ଲଗାନ୍ତି କି ଆପଣ ତାଙ୍କର ସେବା କେବଳ କିଛି ସ୍ୱାର୍ଥ ପାଇଁ ହିଁ କରୁଛନ୍ତି, ତେବେ ଏହା ହେଉଛି ଜଣେ ଅସୁରକ୍ଷିତ ସ୍ୱାମୀର ବ୍ୟବହାର । ଏହା ଶୁଣିବା ପରେ ଆପଣଙ୍କର ଆପଣଙ୍କ ପରିବାର ପାଇଁ ଥିବା ସେବାଭାବ ଓ ଭଲପାଇବା ବ୍ୟର୍ଥ ବୋଲି ମନେହୋଇଥାଏ । ଆପଣଙ୍କ ସ୍ୱାମୀଙ୍କର ଏଭଳି ନିର୍ଦ୍ଦୟୀ ବ୍ୟବହାର ଆପଣଙ୍କ ସଂପର୍କରେ ଫାଟ ସୃଷ୍ଟି କରିପାରେ । ଏଭଳି ସ୍ୱାମୀ ସହିତ ଚଳିବା କଷ୍ଟକର କିନ୍ତୁ ଅସମ୍ଭବ ନୁହେଁ ।

କେତେବେଳେ ବି ଏକୁଟିଆ ନଛାଡ଼ିବା
ଅସୁରକ୍ଷିତ ଅନୁଭବ କରୁଥିବା ସ୍ୱାମୀଙ୍କ ଏଭଳି ଏକ ଲକ୍ଷଣ ହେଉଛି କେତେବେଳେ ବି ଆପଣଙ୍କୁ କାହା ସହିତ ଏକୁଟିଆ ନଛାଡ଼ିବା । ସର୍ବଦା ଆପଣଙ୍କ ଉପରେ ସନ୍ଦେହ କରିବା । ପ୍ରତି କ୍ଷେତ୍ରରେ ଆପଣଙ୍କର ନିନ୍ଦା କରିବା ଇତ୍ୟାଦି ।

କେତେବେଳେ ବି ପ୍ରଶଂସା ନ କରିବା
ଏଭଳି ଲୋକ ସର୍ବଦା ଆପଣଙ୍କ ନିନ୍ଦା ହିଁ କରିଥାନ୍ତି । କୌଣସି କ୍ଷେତ୍ରରେ ଆପଣଙ୍କର ପ୍ରଶଂସା ତାଙ୍କୁ ହଜମ ହୁଏ ନାହିଁ । ଆପଣ ଯାହା କଲେ ବି ତାଙ୍କୁ ଭଲ ଲାଗେନାହିିଁ । କେବଳ ଝଗଡ଼ା କରିବାର ଉଦ୍ଦେଶ୍ୟରେ ହିଁ ସେ ଆପଣଙ୍କ ସହିତ କଥା ହୁଅନ୍ତି ।


Reporterspen