Road Accident: ସଡ଼କ ଦୁର୍ଘଟଣାରେ ୫ ମୃତ

Reporterspen

Road Accident: ଭୁବନେଶ୍ୱର (ରିପୋଟର୍ସ ପେନ୍‌) : ଭୁବନେଶ୍ୱର ସମେତ ରାଜ୍ୟର ପୃଥକ ସ୍ଥାନରେର ସଡ଼କ ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ଘଟିଛି । ଭୁବନେଶ୍ବର ଓ ବାରିପଦାର ୨ଟି ପୃଥକ ସ୍ଥାନରେ ଘଟିଛି ଏହି ସଡ଼କ ଦୁର୍ଘଟଣା। ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। କିଭଳି ସ୍ଥିତିରେ ମୃତ୍ୟୁ ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି।

ସୂଚନା ଅନୁସାରେ, ଭୁବନେଶ୍ୱର ଟଙ୍କପାଣି ସାଇମନ୍ଦିର ନିକଟରେ ଘଟିଛି ଏହି ଭୟଙ୍କର ସଡ଼କ ଦୁର୍ଘଟଣା । ଗତକାଲି ବିଳମ୍ବିତ ରାତିରେ ତିନି ଜଣ ଯୁବକ ଏକ ବାଇକ୍ ରେ ଯାଉଥିଲେ।  କିନ୍ତୁ ପୁରୀ-ବାଇପାସ୍ ନିକଟରେ ଥିବା ସାଇ ମନ୍ଦିର ନିକଟରେ ବାଇକ୍ କୁ ଧକ୍କା ଦେଇଥିଲା କାର୍।  ବାଇକ୍ କୁ ଧକ୍କା ଦେଲା କାର୍। ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ମିଳିନଥିବା ବେଳେ  ପୋଲିସ୍ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି। ଏବଂ କାର୍ ମାଲିକଙ୍କୁ ଅଟକ ରଖିଥିବା ଜଣାପଡିଛି। ତେବେ, କାରଟି ଜଗତସିଂହପୁରରୁ ପୁରୀ ଅଭିମୁଖେ ଯାଉଥିଲା।

ସେପଟେ, ମୟୂରଭଂଜ ଜିଲ୍ଲା ବାରିପଦାରେ ମଧ୍ୟ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବାରିପଦାରେ ଅଟୋ ଓ ସ୍କର୍ପିଓ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ବାରିପଦା ୧୮ନମ୍ବର ଜାତୀୟ ରାଜପଥ ମଞ୍ଚାବନ୍ଧା ଛକରେ ଏହି ଦୁର୍ଘଟଣା ଘଟିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ସ୍କର୍ପିଓଟି ବାରିପଦା-ରୁ ବେତନଟୀ ଯାଉଥିଲା ବୋଲି ସୂଚନା ମିଳିଛି।  ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି।


Reporterspen