Road Accident: ଛତିଆରେ ବାଇକ ସହ ଧକ୍କା ହେଇ ଜଳିଲା ବସ୍, ଜଣେ ମୃତ

Reporterspen

Road Accident: ଭୁବନେଶ୍ୱର (ରିପୋଟର୍ସ ପେନ୍‌): ଯାଜପୁର ମଧ୍ୟ ଦେଇ ଯାଇଥିବା ଏନ୍ଏଚ୍ ୧୬ ଛତିଆ ନିକଟରେ ବାଇକକୁ ଧକ୍କା ଦେଇଛି ବସ୍ । ଫଳରେ ବାଇକ୍‌ ଆରୋହୀ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୨ ଗୁରୁତର ଥିବା ସୂଚନା ମିଳିଛି । ଚକାଡୋଳା ବସ୍ ବାରିପଦାରୁ ଭୁବନେଶ୍ବର ଅଭିମୁଖେ ଆସୁଥିଲା  । ବସ୍‌ରେ ଥିବା ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଖବର ମିଳିଛି ।

ଅନ୍ୟପଟେ, ବିନିକା ଥାନା କଟାପାଲି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଚାଳକ ମୃତ୍ୟୁବରଣ କରିଛନ୍ତି । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବୁର୍ଲା ସ୍ଥାନାନ୍ତର ବେଳେ ଆଉ ଜଣଙ୍କର ମୃତ ହୋଇଛି । ସେହିପରି ଲକ୍ଷ୍ମୀପୁରରେ ବାଇକ-ବୋଲେରୋ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ୩୨୬ ଏନ୍ଏଚ୍ କଟ୍ରାକଣା ନିକଟରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ୨ ଜଣଙ୍କୁ କୋରାପୁଟ ମେଡିକାଲ ଓ ଜଣଙ୍କୁ ଲକ୍ଷ୍ମୀପୁର ସ୍ଥାନାନ୍ତର କରାଯାଇଛି ।

କେବଳ ସେତିକି ନୁହେଁ, କାମାକ୍ଷାନଗରରେ ଭାରସାମ୍ୟ ହରାଇ ଓଲଟିପଡିଛି ବ୍ୟାଣ୍ଡ୍ ପାର୍ଟି ଗାଡ଼ି । ଭସାଣି ପାଇଁ ଆସୁଥିବା ବେଳେ ଡିଭାଇଡରରେ ପିଟି ହେବା କାରଣରୁ ମ୍ୟୁଜିକାଲ ଟିମର ଗାଡି ଓଲଟି ପଡିଛି।  ଏଥିରେ ୫ ଜଣ ଆହତ ହୋଇଥିବାବେଳେ ୨ ଗୁରୁତର ଥିବା ଖବର ମିଳିଛି ।


Reporterspen