Rohit Sharma Gautam Gambhir Rift:ରୋହିତ ଶର୍ମା ଗୌତମ ଗମ୍ଭୀର ବିବାଦ: ଭାରତ ହେଉ କିମ୍ବା ଅନ୍ୟ କୌଣସି କ୍ରିକେଟ୍ ଦଳ, କୋଚ୍ ଏବଂ ଅଧିନାୟକଙ୍କ ମଧ୍ୟରେ ମତଭେଦରେ କିଛି ନୂଆ କଥା ନାହିଁ । ସୌରଭ ଗାଙ୍ଗୁଲି-ଗ୍ରେଗ ଚାପେଲଙ୍କ ଠାରୁ ବିରାଟ କୋହଲି ଏବଂ ଅନିଲ କୁମ୍ବଲେ ପର୍ଯ୍ୟନ୍ତ ଏକ ବିବାଦ ମାମଲା ସାମ୍ନାକୁ ଆସିଥିଲା । ବର୍ତ୍ତମାନ ଏହି ତାଲିକାରେ ରୋହିତ ଶର୍ମା ଏବଂ ଗୌତମ ଗମ୍ଭୀରଙ୍କ ନାମ ମଧ୍ୟ ଯୋଡା ଯାଇଛି । ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଅଧିନାୟକ ରୋହିତ ଶର୍ମା ଏବଂ କୋଚ୍ ଗୌତମ ଗମ୍ଭୀରଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି ।
ନ୍ୟୁଜ୍ ୨୪ ଅନୁଯାୟୀ, ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଯେଉଁ ନିଷ୍ପତ୍ତିି ନେଉଛନ୍ତି କିମ୍ବା ନେବାକୁ ଚାହୁଁଛନ୍ତି ସେଥିରେ ଅଧିନାୟକ ରୋହିତ ଶର୍ମା ଆଦୌ ଖୁସି ନୁହଁନ୍ତି । ଏହି ବିଷୟ ଏଠାରେ ବନ୍ଦ ହୁଏ ନାହିଁ, କାରଣ ରୋହିତ ଏବଂ ଗମ୍ଭୀରଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହେବାର ଖବର ମଧ୍ୟ ଅଛି । ସୂତ୍ରରୁ ପ୍ରକାଶ ଯେ, କିଛି ଦିନ ପୂର୍ବରୁ ଉଭୟଙ୍କ ମଧ୍ୟରେ ମତଭେଦ ଓ ଯୁକ୍ତିତର୍କ ହୋଇଥିଲା । ଦଳ ମଧ୍ୟରେ ଦଳଗତତା ଅଛି ଏବଂ ଅନେକ ବରିଷ୍ଠ ଖେଳାଳି ଅଧିନାୟକ ରୋହିତଙ୍କ ସହିତ ଅଛନ୍ତି ।
ତିକ୍ତତାର କାରଣ କ’ଣ?
ସେହିଭଳି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଗୌତମ ଗମ୍ଭୀର ମୁଖ୍ୟ ପ୍ରଶିକ୍ଷକ ହେବା ପରେ ଦଳ ଭିତରେ ରୋହିତ ଶର୍ମାଙ୍କ କଥା କାମ କରୁନି, କିନ୍ତୁ ରୋହିତ ନିଜ ଅନୁଯାୟୀ ଦଳ ଚଳାଇବାକୁ ଚାହୁଁଛନ୍ତି । ସୂଚନାନୁସାରେ, ଗୌତମ ଗମ୍ଭୀର ଏହା ସ୍ପଷ୍ଟ କରିଛନ୍ତି ଯେ, ସେ ଯାହା ନିଷ୍ପତ୍ତି ନେବେ, ସମଗ୍ର ଦଳ ତାହାକୁୁ ଗ୍ରହଣ କରିବାକୁ ପଡ଼ିବ । ଭାରତ ନିକଟରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ହାରିବା ଓ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୦-୨ରେ ଆଗୁଆ ରହିଛି । ଦଳର ପ୍ରଦର୍ଶନକୁ ନେଇ କୋଚ୍ ଏବଂ ଅଧିନାୟକ ମଧ୍ୟରେ ବିବାଦ ମୁଣ୍ଡ ଟେକିଛି ।
ବିଶେଷକରି ବରିଷ୍ଠ ଖେଳାଳିଙ୍କ ଖରାପ ପ୍ରଦର୍ଶନକୁ ନେଇ କୋଚ୍ ଗମ୍ଭୀର ଖୁସି ନୁହଁନ୍ତି । ଗମ୍ଭୀର ପ୍ରଶିକ୍ଷକ ହେବା ପରେ ରୋହିତ ଶର୍ମା ଏବଂ ବିରାଟ କୋହଲି ମଧ୍ୟ ରନ୍ ସ୍କୋର କରିବାରେ ସକ୍ଷମ ହେଉ ନାହାନ୍ତି । ଦଳରେ କିଛି ଖେଳାଳି ରୋହିତଙ୍କ ସପକ୍ଷରେ ଅଛନ୍ତି, କିଛି ଖେଳାଳି ପ୍ରଶିକ୍ଷକ ଗମ୍ଭୀରଙ୍କୁ ସମାଲୋଚନା କରୁଛନ୍ତି ଏବଂ ଅନେକ ଖେଳାଳି କେବଳ ସେମାନଙ୍କ ପ୍ରଦର୍ଶନ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି ।