Rohit Sharma: ବ୍ରହ୍ମାସ୍ତ୍ର’ ନେଇ ଅଷ୍ଟ୍ରେଲିଆ ଯିବେ ଅଧିନାୟକ ରୋହିତ

Reporterspen

Rohit Sharma: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ଏହି ସିରିଜର ପ୍ରଥମ ମ୍ୟାଚ୍ ୨୨ ନଭେମ୍ବରରେ WACA ଗ୍ରାଉଣ୍ଡରେ ଖେଳାଯିବ। ଏହି ମ୍ୟାଚ ଉପରେ ସମଗ୍ର ବିଶ୍ୱର ନଜର ରହିଛି। ଟିମ୍ ଇଣ୍ଡିଆ ପାଇଁ ଏହି ସିରିଜ୍ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ସିରିଜକୁ ୪-୧ ରେ ଜିତି ବିଶ୍ୱ ଇଣ୍ଡିଆ ଚାମ୍ପିୟନସିପ୍‌ର ଫାଇନାଲରେ ନିଜ ସ୍ଥାନ ପକ୍କା କରିବାକୁ  ଟିମ୍ ଇଣ୍ଡିଆ ନଜର ରଖିଛି। ଏଥି ସହିତ ପର୍ଥ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଏକ ଖୁସି ଖବର ଆସିଛି।

ଦୈନିକ ଭାସ୍କର ନିଜ ରିପୋର୍ଟରେ କହିଛନ୍ତି ଯେ ମହମ୍ମଦ ଶାମି ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ସହ ଅଷ୍ଟ୍ରେଲିଆ ଯାଇପାରନ୍ତି। ଏହି ସିରିଜ୍ ୨୨ ନଭେମ୍ବରରୁ ଆରମ୍ଭ ହେବ। ତେବେ ତାଙ୍କୁ ଦଳରେ ଅନ୍ତର୍ଭୁକ୍ତ କରିବାର ନିଷ୍ପତ୍ତି ଗୋଟିଏ ଟେଷ୍ଟ ମ୍ୟାଚ୍ ପରେ ନିଆଯିବ।

ବିସିସିଆଇ ସୂତ୍ର ଅନୁଯାୟୀ ରୋହିତ ଶର୍ମା ପର୍ଥ ଟେଷ୍ଟ ମ୍ୟାଚ୍ ପୂର୍ବରୁ ଦଳରେ ଯୋଗ ଦେଇ ପାରନ୍ତି। ତାଙ୍କ ସହ ମହମ୍ମଦ ଶାମି ମଧ୍ୟ ଅଷ୍ଟ୍ରେଲିଆ ଯାଇପାରନ୍ତି। ବ୍ୟକ୍ତିଗତ କାରଣରୁ ରୋହିତ ଶର୍ମା ଅଷ୍ଟ୍ରେଲିଆ ଯାଇ ନାହାଁନ୍ତି। ଦଳର ଅନ୍ୟ ସଦସ୍ୟମାନେ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ପର୍ଥ ଟେଷ୍ଟ ମ୍ୟାଚ୍‌ରେ ରୋହିତ ଶର୍ମା ଖେଳିବା ନେଇ ମଧ୍ୟ ସନ୍ଦେହ ରହିଛି।

ମହମ୍ମଦ ଶାମି ପ୍ରାୟ ଏକ ବର୍ଷ ଧରି ଟିମ୍ ଇଣ୍ଡିଆରୁ ବାହାରେ ଅଛନ୍ତି। ନିକଟରେ ତାଙ୍କୁ ବେଙ୍ଗଲ ପାଇଁ ଖେଳୁଥିବା ଦେଖିବାକୁ ମିଳିଥିଲା। ଏହି ସମୟ ମଧ୍ୟରେ ସେ ଚମତ୍କାର ପ୍ରଦର୍ଶନ କରି ୧୯ ଓଭରରେ ୫୪ ରନ୍ ଦେଇ ୪ଟି ୱିକେଟ୍ ନେଇଥିଲେ। ଦ୍ୱିତୀୟ ଇନିଂସରେ ସେ ୨୪.୨ ଓଭରରେ ୧୦୨ ରନ୍ ଦେଇ ୩ ୱିକେଟ୍ ନେଇଥିଲେ।

ଅଷ୍ଟ୍ରେଲିୟା ଦଳ:
ପ୍ୟାଟ୍ କମିନ୍ସ (ଅଧିନାୟକ), ସ୍କଟ୍ ବୋଲାଣ୍ଡ, ଆଲେକ୍ସ କେରି, ଜୋସ୍ ହାଜଲେଉଡ୍, ଟ୍ରାଭିସ୍ ହେଡ୍, ଜୋସ୍ ଇଂଲିସ୍, ଉସମାନ ଖାୱାଜା, ମାର୍ନସ୍ ଲାବୁସାଗ୍ନେ, ନାଥାନ୍ ଲିଅନ୍, ମିଚ୍ ମାର୍ଶ, ନାଥାନ୍ ମ୍ୟାକସ୍ୱେନି, ଷ୍ଟିଭ୍ ସ୍ମିଥ୍, ମିଚେଲ ଷ୍ଟାର୍କ >

ଭାରତୀୟ ଦଳ:
ରୋହିତ ଶର୍ମା (ଅଧିନାୟକ), ଜସପ୍ରୀତ ବୁମ୍ରା (ଉପ-ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଅଭିମନ୍ୟୁ ଇଶ୍ୱରନ, ଶୁବମନ ଗିଲ, ବିରାଟ କୋହଲି, କେ.ଏଲ୍ ରାହୁଲ, ଋଷଭ ପନ୍ତ (ୱିକେଟ୍ କିପର), ସରଫରାଜ ଖାନ, ଧ୍ରୁଭ ଜୁରେଲ (ୱିକେଟ୍ କିପର), ରବିଚନ୍ଦ୍ରନ ଅଶ୍ୱିନ୍, ମହମ୍ମଦ ସିରାଜ, ଆକାଶ ଦୀପ, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା, ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ୍ ସୁନ୍ଦର।


Reporterspen