School news: ଭୁବନେଶ୍ୱର, (ରିପୋଟର୍ସ ପେନ୍): ୨୩ ତାରିଖ ଠାରୁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ହେଲେ ଅନେକ ସ୍କୁଲକୁ ସରକାରୀ ନିର୍ଦ୍ଦେଶନାମା ପହଞ୍ଚିନଥିବାରୁ ସେମାନେ ଉକ୍ତ ଦିନ ପ୍ରଭୂଜୀ ସ୍କୁଲ ସମେତ ଅନକ ଶିକ୍ଷାନୁଷ୍ଠା ଖୋଲା ରହିଥିଲା । ଏହି କ୍ରମରେ ‘ରିପୋଟର୍ସ ପେନ୍’ରେ ‘ସରକାରଙ୍କ ନିର୍ଦ୍ଦେଶ ମାନିଲାନି ଘରୋଇ ସ୍କୁଲ’ ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା । ଏହି ନ୍ୟୁଜ ଉପରେ ଆଜି ପ୍ରଭୂଜୀ ଇଂରାଜୀ ମାଧ୍ୟମିକ ସ୍କୁଲ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଛି । ସ୍କୁଲ କର୍ତ୍ତୃପକ୍ଷ ଆମ ନ୍ୟୁଜ ମୁଖ୍ୟଙ୍କୁ ଅଫିସକୁ ଡାକି କହିଛନ୍ତି, ପ୍ରକାଶ ପାଇଥିବା ଖବରରେ କୌଣସି ସତ୍ୟାସତ୍ୟ ନାହିଁ । ଆମେ ପିଲାଙ୍କ ସ୍ୱାସ୍ଥ୍ୟ ଓ ସ୍ୱାର୍ଥକୁ ସବୁବେଳେ ପ୍ରାଥମିକତା ଦେଇଥାଉ ।
ସ୍କୁଲ କର୍ତ୍ତପକ୍ଷ ଆମ ନ୍ୟୁଜ ମୁଖ୍ୟଙ୍କୁ କହିଛନ୍ତି ଯେ, ଆମେ ସରକାରଙ୍କ ନିର୍ଦ୍ଦେଶକୁ କେବେ ବି ଅବମାନନା କରିନାହୁଁ । ସରକାରଙ୍କ ପକ୍ଷରୁ ୨୨ତାରିଖ ରାତିରେ ଛୁଟି ନେଇ ଗଣମାଧ୍ୟମରେ କୁହାଯାଇଥିଲା । ମାତ୍ର କୌଣସି ନିର୍ଦ୍ଦେଶନାମା ଆମ ପାଖକୁ ଆସିନଥିଲା । ଏଥିସହିତ ବିଳମ୍ବିତ ରାତିରେ ସବୁ ପିଲାଙ୍କୁ ଛୁଟି ନେଇ ଅବଗତ କରିବା ସମ୍ଭବପର ନଥିଲା । ସେହିପରି ଏହା ଏକ ଲମ୍ବା ଛୁଟି ହୋଇଥିବାରୁ ଆମେ ପିଲାଙ୍କ ସ୍ୱାର୍ଥକୁ ମଧ୍ୟ ଦେଖିଥିଲୁ । ଅଧିକାଂଶ କ୍ଲାସରେ ପିଲାଙ୍କ ଖାତା ଶିକ୍ଷକମାନଙ୍କ ପାଖରେ ରହିଯାଇଥିଲା । ତାହା ମଧ୍ୟ ସେମାନଙ୍କୁ ଫେରାଇବାରେ ଥିଲା । ସେଥିପାଇଁ ୨୩ ତାରିଖ ଦିନ ସ୍କୁଲ ଖୋଲା ରହିଥିଲା । ସକାଳୁ ନିର୍ଦ୍ଦେଶନାମା ମିଳିବା ପରେ ଆମେ ତୁରନ୍ତ ଛୁଟି ଘୋଷଣା କରିଥିଲୁ ।
ବିଶେଷ କରି ୨୨ ତାରିଖ ଦିନ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ଜଣେ ଓଡ଼ିଆଙ୍କ ସମେତ ୨୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଥିଲା । ଏହା ସାରା ଦେଶକୁ ସ୍ତବ୍ଦ କରିଦେଇଛି । ଏହାକୁ ଦୃଷ୍ଟିରେ ରଖି ସ୍କୁଲରେ ୨୩ତାରିଖ ଦିନ ଏକ ଶୋକସଭାର ଆୟୋଜନ ମଧ୍ୟ କରାଯାଇଥିଲା । ତେବେ ସରକାରଙ୍କ ଘୋଷଣାକୁ ଆମେ ଅଣଦେଖା କିମ୍ବା ଅବମାନନା କରିନାହୁଁ । ବରଂ ଏହି ଖବରଟି ଏକ ଉଦ୍ଦେଶ୍ୟମୂଳକ ଭାବେ ପ୍ରକାଶ କରାଯାଇଥିବା ଆମେ ଅନୁଭବ କରୁଛୁ । ଆମ ଶିକ୍ଷାନୁଷ୍ଠାନ ଏକ ଆଶ୍ରମ ସ୍କୁଲ, ଏଠାରେ ଅଭିଭାବକମାନଙ୍କ ମତକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଥାଏ । ଏଥିସହିତ ଆମ ସ୍କୁଲର କୌଣସି ରାଜନୈତିକ ଦଳ କିମ୍ବା ସଂଗଠନ ସହିତ କୌଣସି ସମ୍ପର୍କ ନାହିଁ ।
ଉଲ୍ଲେଖଥାଉ କି, ୨୩ ତାରିଖ ଦିନ ଭିଏସଏସ ନଗର ଠାରେ ଥିବା ପ୍ରଭୂଜୀ ଇଂରାଜୀ ମାଧ୍ୟମିକ ସ୍କୁଲ ଖୋଲା ଥିବା ନେଇ ‘ରିପୋଟର୍ସପେନ୍’ରେ ଖବର ପ୍ରକାଶ ପାଇଥିଲା । ସେଥିରେ ଭିଏସ୍ଏସ ନଗର ଠାରେ ଥିବା ପ୍ରଭୂଜୀ ଇଂରାଜୀ ମାଧ୍ୟମିକ ସ୍କୁଲ ସରକାରୀ ନିର୍ଦ୍ଦେଶକୁ ଅବମାନନା କରିଥିଲା । ସ୍କୁଲ ଛୁଟି ସମ୍ପର୍କରେ ଜଣାଇବା ପରିବର୍ତ୍ତେ ପାଠ୍ୟ ପୁସ୍ତକ ଆଣିବା ନେଇ ପିଲାଙ୍କୁ ହ୍ୱାଟ୍ସଆପ ମାଧ୍ୟମରେ ଅବଗତ କରିଥିଲା । ସକାଳୁ ପୂର୍ବ ଭଳି ସ୍କୁଲ ମଧ୍ୟ ଖୋଲିଥିଲା । ଏନେଇ ଅନେକ ଅଭିଭାବକ ଆଶ୍ଚର୍ଯ୍ୟ ଚକିତ ହୋଇଥିଲେ ମଧ୍ୟ ପାଠପଢା ଦୃଷ୍ଟିରୁ ପିଲାଙ୍କୁ ସ୍କୁଲ ଛାଡିବାକୁ ବାଧ୍ୟ ହୋଇଥିଲେ ବୋଲି ପ୍ରକାଶ ପାଇଥିଲା । ସ୍କୁଲ କର୍ତ୍ତୃପକ୍ଷ ଆଜି ଏହାର ପ୍ରତିବାଦ କରିବା ସହ ସ୍ପଷ୍ଟିକରଣ ଦେଇଛନ୍ତି ।