ଆଜିଠାରୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ

Reporterspen

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଜିଠାରୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । ସେପ୍ଟେମ୍ବର ୧୩ ତାରିଖ ଯାଏଁ ଅଧିବେଶନ ଚାଲିବାକୁ ଥିବା ବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାରୁ ନିଷ୍ପତ୍ତି ନେଇଛନ୍ତି ।  ପୋଲାଭରମ୍ ପ୍ରକଳ୍ପ ସହ ଭତ୍ତା, ସୁଭଦ୍ରା ଯୋଜନା, ଆଳୁ ସଙ୍କଟ, ଆଇନ ଶୃଙ୍ଖଳା ପରିସ୍ଥିତି ଆଦି ପ୍ରସଙ୍ଗ୍‌କୁ ନେଇ ଗୃହ ସରଗରମ୍ ରହିବା ନେଇ ଅନୁମାନ କରାଯାଉଛି ।

ଅପରପକ୍ଷେ ବିରୋଧୀଙ୍କ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବାେନେଇ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଦମ୍ଭୋକ୍ତି ପ୍ରକାଶ କରିଛି ଶାସକ ଦଳ । ସଂସଦୀୟ ବ୍ୟାପର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି ଯେ ସରକାରୀ ଦଳ ସମସ୍ତ ଆଲୋଚନାକୁ ସାମ୍ନା କରିବା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ଆମେ ଯାହା ଯାହା ପଦକ୍ଷେପ ଗ୍ରହଣ କରିଛୁ, ତାହା ଗୃହକୁ ଅବଗତ କରିବୁ । ସମସ୍ତ ଗଠନମୂଳକ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

ଆଜି ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ନିର୍ମାଣ ଓ ନଗର ଉନ୍ନୟନ, ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଗ୍ରାମ୍ୟ ଉନ୍ନୟନ,ସରକାରୀ ଉଦ୍ୟୋଗ, ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା ବିଭାଗ ର ପ୍ରଶ୍ନ କାଳ ରହିଛି। ଅନ୍ୟପଟେ ମୋହନ ସରକାରର ଦୁଇ ମାସର ସଫଳତା ଓ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ବଖାଣିବ ଶାସକ ଦଳ। ଆସନ୍ତାକାଲିଠୁ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଆରମ୍ଭ ହେବ। ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ଶୋକ ପ୍ରସ୍ତାବ ଆଗତ ହେବ। ଏହା ସହ ବିଭିନ୍ନ କମିଟି ରିପୋର୍ଟ ଓ କାଗଜ ଉପସ୍ଥାପନ ହେବ। ସେପ୍ଟେମ୍ବର ୧୦ରେ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ହେବ। ସେପ୍ଟେମ୍ବର ୧୩ ତାରିଖ ଯାଏଁ ଅଧିବେଶନ ଚାଲିବ।


Reporterspen