Son kills father In Sundargarh ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାର ବ୍ରାହ୍ମଣୀ ତରଙ୍ଗ ପୋଲିସ ସୀମା ଅନ୍ତର୍ଗତ ଭାଲୁପତ୍ର ଗାଁରେ ଜଣେ ୨୨ ବର୍ଷୀୟ ଯୁବକ ତାଙ୍କ ମାଆଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ତାଙ୍କ ୫୫ ବର୍ଷୀୟ ବାପାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ କ୍ରାନ୍ତି କୁମାର ବର୍ମା (୫୫) । ପୋଲିସ ଏହି ଘଟଣାରେ ହତ୍ୟାକାରୀ ପୁଅ ବିଷ୍ଣୁ ବର୍ମାଙ୍କୁ ଗିରଫ କରିଛି ।
ଖବର ଅନୁଯାୟ କ୍ରାନ୍ତି କୁମାର ବହୁ ବର୍ଷ ପୂର୍ବରୁ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିଲେ ଏବଂ ଦଣ୍ଡ ଭୋଗିବା ପରେ ଡିସେମ୍ବର ୨୦୨୪ ରେ ଜେଲରୁ ମୁକ୍ତ ହୋଇଥିଲେ। ତଥାପି ତାଙ୍କର ମୁକ୍ତି ପରିବାରରେ ଶାନ୍ତି ଫେରାଇ ପାରି ନଥିଲ। ବିଷ୍ଣୁ ଅଭିଯୋଗ କରିଥିଲେ ଯେ ତାଙ୍କ ବାପା ହିଂସାତ୍ମକ ଆଚରଣ ଜାରି ରଖିଥିଲେ। ପ୍ରାୟତଃ ତାଙ୍କୁ ଆକ୍ରମଣ କରୁଥିଲେ ଏବଂ ଗାଁର ମହିଳାମାନଙ୍କୁ ହଇରାଣ କରୁଥିଲେ।
ବାପାଙ୍କ ଆଚରଣରେ ବିରକ୍ତ ହୋଇ ଅଭିଯୁକ୍ତ ଜଣକ ତାଙ୍କ ବାପାଙ୍କୁ ହତ୍ୟା କରି ତାଙ୍କ ବାପାଙ୍କ ମୃତଦେହକୁ ରାସ୍ତାରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି। ପୋଲିସ ମୃତଦେହ ଜବତ କରି ଫୋରେନସିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି।
ଘଟଣା ପରେ ଅଭିଯୁକ୍ତ ବିଷ୍ଣୁକୁ ପୋଲିସ ଅଟକ ରଖିଥିଲା। ବିଷ୍ଣୁ ଅପରାଧ ସ୍ୱୀକାର କରିଛନ୍ତି ଏବଂ ତଦନ୍ତକାରୀ ପୋଲିସକୁ କହିଛନ୍ତି ଯେ ତାଙ୍କ ମାଆଙ୍କ ମୃତ୍ୟୁ ପରେ ସେ ଯେଉଁ ଆଘାତ ଏବଂ ଯନ୍ତ୍ରଣା ଭୋଗିଥିଲେ, ସେଥିପାଇଁ ସେ ତାଙ୍କ ବାପାଙ୍କୁ ହତ୍ୟା କରିବାକୁ ବାଧ୍ୟ ହୋଇଥିଲେ। ବର୍ତ୍ତମାନ ଏହି ମାମଲାରେ ଅଧି ତଦନ୍ତ କରାଯାଉଛି।