ଆଜି ପଞ୍ଜାବ କିଙ୍ଗସ ଓ ଗୁଜରାଟ ଟାଇଟନସ୍ ଟକ୍କର

0 3,038

ଆଜି ପଞ୍ଜାବ କିଙ୍ଗସ ଓ ଗୁଜରାଟ ଟାଇଟନସ୍ ମଧ୍ଯରେ ଖେଳାଯିବ ହାଇଭେଲଟେଜ ମ୍ୟାଚ୍ । ଉଭୟ ଦଳ ଶେଷ ମ୍ୟାଚ୍ ରେ ପରାସ୍ତ ହୋଇଥିବା ବେଳେ ଆଜି ବିଜୟୀ ନେଇ ଉଦ୍ୟମ କରିବ । ଉଭୟ ଟିମ୍ ମଧ୍ଯରେ ଖେଳାଯାଇଥିବା ପୂର୍ବ ମ୍ୟାଚ୍ ରେ ପଞ୍ଜାବ ବାଜି ମାରିଥିଲା ବେଳେ ଗୁଜରାଟ ଆଜି ପ୍ରତିଶୋଧ ନେଇ ଉଦ୍ୟମ କରିବ ।

ଶୁବମାନ୍‌ ଗିଲ୍‌ଙ୍କ ନେତୃତ୍ବାଧିନ ଗୁଜରାଟ ଟାଇଟାନ୍ସ ୭ଟି ମ୍ୟାଚରୁ ୩ଟି ବିଜୟ ଓ ୪ଟି ପରାଜିତ ହୋଇଛି। ଦଳ ୬ ପଏଣ୍ଟ ସହ ପଏଣ୍ଟ ଟେବୁଲର ୮ମ ସ୍ଥାନରେ ରହିଛି । ଶେଷ ମ୍ୟାଚ୍ ରେ ଗୁଜରାଟ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମାତ୍ର ୮୯ ରନ୍ କରିବା ସହ ୬ ୱିକେଟରେ ପରାଜିତ ହୋଇଥିଲ। ଦୁର୍ବଳ ବ୍ୟାଟିଂ ଦଳର ଚିନ୍ତା ବଢାଇଛି । ସେପଟେ ବ୍ୟାଟିଂ ବିଭାଗରେ ବର୍ତ୍ତମାନ ସୁଦ୍ଧା ଗିଲ୍‌, ସାଇ ସୁଦର୍ଶନ, ଡେଭିଡ୍‌ ମିଲର,ରିଦ୍ଧିମାନ ସାହା ଓ ଅଭିନବ ମନୋହରଙ୍କ ସେଭଳି ଆଖି ଦୃଶିଆ ପ୍ରଦର୍ଶନ ଦେଖିବାକୁ ମିଳିନାହିଁ ।

ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍‌ସ ୭ଟି ମ୍ୟାଚରୁ ୨ଟି ବିଜୟ ଓ ୫ଟି ପରାଜିତ ହୋଇଛି। ଦଳ ୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ୯ମ ସ୍ଥାନରେ ରହିଛି । ଶିଖର ଧାୱନଙ୍କ ଅନୁପସ୍ଥିତି ଦଳ ପାଇଁ ଚିନ୍ତା ବଢାଇଛି । ତେବେ ଯୁବ ବ୍ୟାଟ୍‌ସମ୍ୟାନ ଆଶୁତୋଷ ଶର୍ମା ଓ ଶଶାଙ୍କ ସିଂହ ଭଲ ଫର୍ମରେ ରହିଛନ୍ତି। ବୋଲିଂ କଥା କହିବାକୁ ଗଲେ ଦଳ ପାଖରେ ଅର୍ଶଦୀପ୍‌ ସିଂହ, କାଗିସୋ ରାବଡା, ସାମ କରନ, ହର୍ଶଲ ପଟେଲ ରହିଛନ୍ତି। ରାବଡ଼ା ଓ ଅର୍ଶଦୀପ୍‌ ମହଙ୍ଗା ସାବ୍ୟସ୍ତ ହେବା ଦଳକୁ ସମସ୍ୟାରେ ପକାଉଛି। ବିଜୟ ଧାରାକୁ ଫେରିବାକୁ ହେଲେ ଦଳକୁ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଚରଣ ମ୍ୟାଚ୍ ରେ ପଞ୍ଜାବ ୩ ୱିକେଟରେ ବିଜୟୀ ହୋଇଥିଲା। ଶଶାଙ୍କ ସିଂହଙ୍କ ଭଲ ପ୍ରଦର୍ଶନ ପଞ୍ଜାବକୁ ବିଜୟ ଭେଟି ଦେଇଥିଲା।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy