ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୯୬% ମତଦାନ, ଦୁଇ ପ୍ରିଜାଇଡିଂ ଅଫିସରଙ୍କୁ ଗିରଫ ନିର୍ଦ୍ଦେଶ

0 141

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଜାରି ରହିଛି । କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହାର ଅଧୀନସ୍ଥ ୨୮ଟି ବିଧାନସଭା କ୍ଷେତ୍ରରେ ସୋମବାର ସକାଳ ୭ଟାରୁ ମତଦାନ ଜାରି ରହିଛି । ଅପରାହ୍ଣଣ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୯୬ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟର ସୂତ୍ରରୁ ଏହି ସୂଚନା ମିଳିଛି । ସେହିପରି କାର୍ଯ୍ୟରେ ଅବହେଲା ଯୋଗୁଁ ଦୁଇ ପ୍ରିଜାଇଡିଂ ଅଫିସରଙ୍କୁ ଗିରଫ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଜଣକୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟ ମୁଖ୍ୟ ନିର୍ବାଚନ ନିକୁଞ୍ଜ ବିହାରୀ ଧଳ।ଙ୍କ ସୂଚନା ଅନୁସାରେ, ନବରଂଗପୁର ଲୋକସଭା ଆସନରେ ସନ୍ଧ୍ୟା ୫ଟା ସୁଦ୍ଧା ନବରଂଗପୁରରେ ୬୮.୮୪ ପ୍ରତିଶତ, କଳାହାଣ୍ଡିରେ ୬୭.୩୭ ୯%, କେରାପୁଟରେ ୬୧.୨୨% ମତଦାନ ହୋଇଛି। ସେହିପରି ନୂଆପଡ଼ାରେ ୬୬.୩୫, ଗଜପତିରେ ୬୩.୭୧  ରାୟଗଡ଼ାରେ ୬୨.୯୬ ପ୍ରତିଶତ ମତଦାନ ହୋଇଛି।

ଛତ୍ରପୁରର ୨୭ ଓ ୧୬୩ ନମ୍ବର ବୁଥ୍‌ର ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ କରିବା ସହିତ ଗିରଫ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ସେମାନେ ଡ୍ୟୁଟିରେ ଗୁରୁତର ଅବହେଳା କରିଥିବା ୱେବ୍ କାଷ୍ଟିଂ ଜରିଆରେ ଦେଖିବାକୁ ମିଳିଥିଲା। ତେଣୁ ସେମାନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଶ୍ରୀ ଧଳ କହିଛନ୍ତି। ଏହା ସହିତ ଗୋପାଳପୁରର ୧୯୩ ନମ୍ବର ବୁଥ୍‌ର ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

ସୂଚନା ଅନୁଯାୟୀ ଛତ୍ରପୁରର ୨୭ ଓ ୧୬୩ ନମ୍ବର ବୁଥ୍‌ର ପ୍ରିଜାଇଡିଂ ଅଫିସରମାନେ ମତଦାତାଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଇଥିଲା। କୌଣସି ନିର୍ଦ୍ଦିଷ୍ଟ ଚିହ୍ନରେ ଭୋଟ୍ ଦେବାକୁ ସେମାନେ ଭୋଟରଙ୍କୁ କହୁଥିବା ୱେବ୍ କାଷ୍ଟିଂ ଜରିଆରେ ଦେଖିବାକୁ ମିଳିଥିବା କୁହାଯାଉଛି। ଏହା ପୂର୍ବରୁ କଳାହାଣ୍ଡିର ନର୍ଲା ଓ ଗଞ୍ଜାମର ଚିକିଟିର ଦୁଇଟି ବୁତ୍‌ର ଦୁଇ ଜଣ ପୋଲିଂ ଅଧିକାରୀଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy