ସାବଧାନ! ପାକିସ୍ତାନରୁ ଆସୁଛି ଫେକ୍ କଲ୍‌, ପୋଲିସ ସତର୍କ କଲା

0 434

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଦୁନିଆଁ ଟେକ୍ନୋଲୋଜୀରେ ଯେତିକି ଆଗକୁ ଯାଉଛି, ସାଇବର ଅପରାଧୀମାନେ ସେତିକି ସକ୍ରିୟ ହେଉଛନ୍ତି । ଅନଲାଇନରେ ବିଭିନ୍ନ ପ୍ରକାର ଫେକ୍ କଲ୍‌, ଫେକ ଲିଙ୍କ୍ ପଠାଇ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଉଛନ୍ତି । ଏବେ କିଛିଦିନ ହେଲା ପାକିସ୍ତାନରୁ ଫେକ୍ କଲ ଆସୁଛି । ପୋଲିସ ଅଧିକାରୀଙ୍କ ଫଟୋ ଥିବା ଏକାଧିକ ନମ୍ବରରୁ ହ୍ୱାଟ୍ସଆପ୍ କଲ ଆସୁଛି । ଫୋନ ଉଠାଇଲେ ବିଭିନ୍ନ କଥା କହି ଭୟଭୀତ କରି ଟଙ୍କା ଠକି ନେଉଛନ୍ତି ।

ଏହା ଜଣାପଡିବାରେ ଓଡ଼ିଶା ପୋଲିସ ଜନସାଧାରଣଙ୍କୁ ସତର୍କ କରିଛି । ପୋଲିସ ତା’ର ‘ଏକ୍ସ’ ଆକାଉଣ୍ଟରେ କହିଛି, +୯୨ ନମ୍ବର ଥିବା ହ୍ୱାଟ୍ସଆପ୍ କଲ୍ ଠାରୁ ଦୂରେଇ ରୁହନ୍ତୁ!

ଅପରାଧୀମାନେ ଏବେ ଟଙ୍କା ଆଦାୟ କରିବା ପାଇଁ, ହ୍ୱାଟ୍ସଆପ୍ କଲ କରିବା ସହ ପୋଲିସ ଅଧିକାରୀଙ୍କ ଫଟୋ ବ୍ୟବହାର କରୁଛନ୍ତି । ଆପଣଙ୍କ ପ୍ରିୟଜନଙ୍କ ନାମରେ ଗୁରୁତର ଅପରାଧର ମିଥ୍ୟା ଅଭିଯୋଗ କରି,ଟଙ୍କା ଲୁଟିବା ପାଇଁ ନୂତନ କୌଶଳ ବ୍ୟବହାର କରୁଛନ୍ତି । ସତର୍କ ରୁହନ୍ତୁ, ସଜାଗ ରୁହନ୍ତୁ ।

ନିକଟରେ ଏଭଳି ଏକାଧିକ ଘଟଣା ସମ୍ନାକୁ ଆସିବା ପରେ ପୋଲିସ ଏଭଳି ସତର୍କ କରିଛି । ଜନସାଧାରଣ ଏହାକୁ ଗୁରୁତ୍ୱର ସହ ନେବା ସହ ଲୋକଙ୍କ ସତର୍କ କରିବାକୁ ନିବେଦନ କରାଯାଉଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy