ରେକର୍ଡ ଭାଙ୍ଗୁଛି ତାତି : ୪୦ ଡିଗ୍ରୀ ଉପରେ ୬ ସହର, ଭୁବନେଶ୍ୱରର ତାପମାତ୍ରା ୪୩ ଡିଗ୍ରୀ

0 316

ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। । ଆଜି ବି କଲବଲ କରିଛି ମୁଣ୍ଡଫଟା ଖରା। ପ୍ରବଳ ଖରା ସାଙ୍ଗକୁ ଝାଞ୍ଜି ପବନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଆଜି ଦିନ ସାଢେ ଦୁଇଟା ସୁଦ୍ଧା ୬ ସହରରେ ୪୦ ଡିଗ୍ରୀ ଉପରେ ପାରଦ ରେକର୍ଡ ହୋଇଛି। ସେପଟେ ଆଜି ଦିନ ସାଢେ ଦୁଇଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୩ ଡିଗ୍ରୀ ଡେଇଁଛି। ଏହା ସହିତ ସବୁଠାରୁ ଉତ୍ତପ୍ତ ସହରର ମାନ୍ୟତା ପାଇଛି ରାଜଧାନୀ ଆଉ ୨୪ ଘଣ୍ଟା ରାଜ୍ୟରେ ସମାନ ସ୍ଥିତି ଲାଗି ରହିବ। ପରେ ୨୫ ତାରିଖ ଠାରୁ ରାଜ୍ୟରେ ପୁଣି ତାପମାତ୍ରା ବୃଦ୍ଧି ହେବ ବୋଲି ଆଞ୍ଚଳିକ ପାଣିପାଣ କେନ୍ଦ୍ର କହିଛି। ୨୪ ଓ ୨୫ ତାରିଖରେ ଉତ୍ତର ଓ ଉପକୂଳରେ  ଗ୍ରୀଷ୍ମପ୍ରବାହ ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ୨୬ ଓ ୨୭ ତାରିଖରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଗମ୍ଭୀର ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। 

ପାଣିପାଗ ବିଭାଗ ଦ୍ୱାରା ରେକର୍ଡ ହୋଇଥିବା ତାପମାତ୍ରା ଅନୁଯାୟୀ ଝାରସୁଗୁଡ଼ାରେ ୪୨.୯, ଚାନ୍ଦବାଲିରେ ୪୨.୨,  ବାଲେଶ୍ୱରରେ ୪୧.୪, ରାଉରକେଲାରେ ୪୧.୮, ସମ୍ବଲପୁରରେ ୪୦.୧, ହୀରାକୁଦରେ ୩୯.୨ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଦିନ ସାଢ଼େ ୨ଟା ସୁଦ୍ଧା ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୧ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି। ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହ ପାଲଟି ଥିବା ବେଳେ ଏହା ପଛକୁ ଝାରସୁଗୁଡ଼ା ରହିଛି। ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୨.୯ ଡିଗ୍ରୀ ରେକର୍ଡ ହୋଇଛି।

ଚାନ୍ଦବାଲିରେ ୪୨.୨, ବାଲେଶ୍ୱର ୪୧.୪ ଡିଗ୍ରୀ ରାଉରକେଲାରେ ୪୦.୮ ଡିଗ୍ରୀ, ସମ୍ବଲପୁରରେ ୪୦.୧ ଡିଗ୍ରୀ, ହୀରାକୁଦରେ ୪୦.୧ ଡିଗ୍ରୀ, କେନ୍ଦୁଝରରେ ୩୮.୪ ଡିଗ୍ରୀ, ଗୋପାଳପୁରରେ ୩୫.୪ ଡିଗ୍ରୀ, ପୁରୀରେ ୩୫.୨ ଡିଗ୍ରୀ ଓ ପାରଦ୍ୱୀପରେ ତାପମାତ୍ରା ୩୪.୬ ଡିଗ୍ରୀ ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ ପାଣିପାଗ କେନ୍ଦ୍ର ଆହୁରି କହିଛି ଯେ ଆସନ୍ତା ସପ୍ତାହେ ପାଇଁ ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେବ। ଆସନ୍ତା ୨୫ରୁ ମେ ୨ ତାରିଖ ଯାଏ ତାପମାତ୍ରା ଅଧିକ ରହିବ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି।

ଶୁଷ୍କ ବାୟୁ ପ୍ରବାହ ଯୋଗୁ ତାପମାତ୍ରା ସାଢ଼େ ୬ ଡିଗ୍ରୀ ବଢ଼ିବା ଆଶଙ୍କା ରହିଛି। ସିଭିୟର ହିଟୱେଭ୍ ସହ ତାପମାତ୍ରା ୪୫ ଟପିପାରେ ବୋଲି ମଧ୍ୟ ସେ କହିଛନ୍ତି।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୨୭ ଓ ୨୮ ତାରିଖରେ ପାଇଁ ୨୯ ଜିଲ୍ଲାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। କେବଳ କୋରାପୁଟ ଜିଲ୍ଲାକୁ ଗ୍ରୀନ୍ ୱାର୍ଣ୍ଣିଂ ଦେଇଛି ପାଣିପାଗ କେନ୍ଦ୍ର।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy